Swastik Tv News Odisha

ବିରଳ ଘଟଣା : ହେ ଭଗବାନ ! ପୁରୀ ପତିତ ପାବନ ବାନାରେ ପଡିଲା ଶୁନ୍ୟ ଗଣ୍ଠି, କ’ଣ ଏହା ବିପଦର କାରଣ ?

0

ହୁଏତ ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ର ସମାଜ ରେ ବସବାସ କରୁଛୁ କିନ୍ତୁ ଏବେ ବି ଆମେ ଭଗବାନ ଙ୍କ ଉପରେ ବିଶ୍ବାସ ରଖିଥାଉ ।ଆହୁରି ମଧ୍ୟ ଆମର ଅତି ଉନ୍ନତ ଟେକ୍ନୋଲୋଜି ଓ ବିଜ୍ଞାନ ମଧ୍ୟ ବେଳେ ବେଳେ ଭଗବାନ ଙ୍କ ର ରହସ୍ୟ ଆଗରେ ମୁଣ୍ଡ ତଳକୁ କରିଛନ୍ତି ।ତେବେ ଏହି ଭଗବାନ ଙ୍କ ମଧ୍ୟରୁ ଆମ ଜଗତର ନାଥ ଶ୍ରୀ ଜଗନ୍ନାଥ ପ୍ରାୟ ସମସ୍ତ ଙ୍କର ପ୍ରିୟ ଅଟନ୍ତି ।କାରଣ ସେ ଭାବ ବିନୋଦିଆ ଆଉ ଭକ୍ତ ବଶ୍ଚଳ ଭଗବାନ।

ତେବେ ଆମ ଓଡିଶା ମାଟିର ଭଗବାନ ହେଉଛନ୍ତି ପ୍ରଭୁ ଜଗନ୍ନାଥ ।କୁହାଯାଏ କି ସେ ଯେ କେବଳ ଭକ୍ତ ଙ୍କର ଦୁଃଖ ଦୂର କରନ୍ତି ତାହା ନୁହେଁ ବରଂ ସାରା ରାଜ୍ୟ କୁ ସେ ସର୍ବଦା ନିଜ ମାୟା ରେ ଘୋଡାଇ ରଖିଥାନ୍ତି। ଏବଂ ଏହି ପବିତ୍ର ଓଡ଼ିଶା ମାଟି କୁ କୌଣସି ସମସ୍ୟା ତଥା ବିପଦ ଆସିବା ପୂର୍ବରୁ ସେ ସୁଚିତ୍ କରିଥାନ୍ତି। ତେବେ ନିକଟରେ ବଡ଼ଦାଣ୍ଡରେ ଶୂନ୍ୟ ଗଣ୍ଠି ପଡିଛି ।

ଯାହାକି ଆମ ରାଜ୍ୟ ଉପରେ ଆସୁଥିବା ଅନ୍ୟ ଏକ ବିପଦ ଆସିବାର ସଂକେତ ରହିଛି ବୋଲି ଜ୍ଞାନୀ ଲୋକମାନେ କହିଛନ୍ତି। ତେବେ ଏହି ଆଟିକିଲ ମାଧ୍ୟମରେ ଆମେ ଆପଣଂକୁ ଜଣେଇବୁ ଶୂନ୍ୟ ଗଣ୍ଠି କଣ ଏବଂ ଏହା ଭଗବାନ ଙ୍କର ଦ୍ଵାର ରେ ହେବାର କଣ ଲକ୍ଷଣ ରହିଛି।

ଶୁନ୍ୟଗଣ୍ଠି କଣ :-

ଆମ ଶାସ୍ତ୍ର ଅନୁସାରେ, ଯେତେବେଳେ ବଡ଼ଦାଣ୍ଡରେ ଭଗବାନ ଭାବବିନୋଦିଆ ଙ୍କର ଆଗରେ ଶ୍ରୀ ମନ୍ଦିର ର ନେତ ବା ବାନା କୁ ସଠିକ ଭାବରେ ଉଦେଇବା ପାଇଁ ରଖାଯାଏ। ସେତେବେଳେ ଯଦି ସେହି ନେତ ଗୁଡ଼ିକ ପରସ୍ପର ସହ ଲାଗି ହୋଇ ଏକ ଗଣ୍ଠି ପଡ଼ିଯାଏ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। କାରଣ ଏହା କୌଣସି ବ୍ୟକ୍ତି ଙ୍କ ଦ୍ଵାରା ନୁହେଁ ବରଂ ଭଗବାନ ଙ୍କର ଲୀଳା ରେ ପଡିଥାଏ ବୋଲି କୁହାଯାଏ। ଏହି ଗଣ୍ଠି କୁ ଖୋଲିବା ବହୁତ କଷ୍ଟ ହୋଇଥାଏ ଏମିତି କି ଏହା ଖୋଲେ ନାହିଁ ମଧ୍ୟ।

ଶୂନ୍ୟ ଗଣ୍ଠି ପଡିବାର ଲକ୍ଷଣ କଣ :-

ଆମ ପୁରାଣ ଶାସ୍ତ୍ର ଅନୁସାରେ ଯଦି ଭଗବାନ ଶ୍ରୀ ଜଗନ୍ନାଥ ଙ୍କର ବଡ଼ଦାଣ୍ଡ ରେ ଶୂନ୍ୟ ଗଣ୍ଠି ପଡିଛି। ତାହା ଓଡିଶା ଉପର କୁ ଆସୁଥିବା ଏକ ପ୍ରାକୃତିକ ବିପଦ କୁ ସୁଚାଇଥାଏ। ଏପରି ହେଲେ ଘୋର ବର୍ଷା ସହ ବନ୍ୟା ଓ ବାତ୍ୟା ହେବାର ସମ୍ଭାବନା ରହିଥାଏ।

କଣ ଘଟିଥିଲା ଶ୍ରୀ ମନ୍ଦିରରେ:-

ଗତ ଦୁଇ ଦିନ ପୂର୍ବରୁ ପୁରୀ ପଣ୍ଡାମାନେ ଦେଖିଥିଲେ କି ପ୍ରଭୁ ଜଗନ୍ନାଥ ଙ୍କର ନେତଟି ତଳ ମୁହା ହୋଇ ରହିଛି ।ତେଣୁ ସେମାନେ ସେହି ନେତ କୁ ସଠିକ ଭାବରେ ଲଗାଇବା ପାଇଁ ତଳକୁ ଆଣି ଅନେକ ନେତ କୁ ମନ୍ଦିର ସାମ୍ନା ରେ ରଖିଥିଲେ। ଆଉ ସେଗୁଡିକ ପରସ୍ପର ସହ ଲାଗି ହୋଇ ଏକ ଶୁନ୍ୟ ଗଣ୍ଠି ପଡିଥିଲା। ଯାହା କାହା ଦ୍ଵାରା ଖୋଲିବା ସମ୍ଭବପର ନଥିଲା। ତେବେ ଏହା ଓଡ଼ିଶା ପ୍ରତି ଆସୁଥିବା ବିପଦ ର ସୂଚନା ଦେଇଛି ବୋଲି ଜଣା ପଡିଛି। ତେବେ ଦେଖାଯାଏ ପ୍ରଭୁ ଜଗନ୍ନାଥ କଣ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.