Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ମହା ଖୁଲାସା ! ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଗୋଟେ ବର୍ଷ ପାଇଁ ଏଗ୍ରିମେଣ୍ଟ କରିଥିଲା ବୋହୂ, ସବୁ ଦିନ ରାତିରେ…

0

ବର୍ତ୍ତମାନ ସମାଜ ରେ ଲୋକ ମାନେ ବହୁତ ଟଙ୍କା ପଇସା କମାଉଛନ୍ତି ସତ । ବହୁତ ବଡ଼ ବଡ଼ ଚାକିରୀ ମଧ୍ୟ କରୁଛନ୍ତି ମାତ୍ର ଖୁସି ରେ ରହିପାରୁ ନାହାନ୍ତି ।ସବୁବେଳେ ମାନସିକ ଚାପ ମଧ୍ୟରେ ପ୍ରାୟ ଆଧିକାଂଶ ଲୋକ ରହୁଛନ୍ତି ।ଏବଂ ଏହି ମାନସିକ ଚାପ ପଛରେ ରହିଛି କେବଳ ପାରିବାରିକ କାରଣ ।ତେବେ ଗୋଟିଏ ମଣିଷ ପାଖରେ ଯେତେ ଧନ ସମ୍ପତ୍ତି ଥାଉ ନା କାହିଁକି ଯଦି ସେ ମାନସିକ ସ୍ତରରେ ଚିନ୍ତାରେ ରହୁଛି କିମ୍ବା ଆସନ୍ତି ରେ ରହିଛି ତେବେ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରୁଛି।

ଆଉ କେତେକ କେସ ରହିଛି ଯେଉଁ ଥରେ ପତ୍ନୀ ମାନେ ନିଜ ସ୍ୱାମୀ ର ମୃତ୍ୟୁ ର କାରଣ ସାଜୁଛନ୍ତି ତ୍ ପୁଣି କେଉଁଠି ଷଡ଼ଯନ୍ତ୍ର କରି ସ୍ୱାମୀ କୁ ମର୍ଡର ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ACFO ସୌମ୍ୟରଞ୍ଜନ ଙ୍କର ମୃତ୍ୟୁ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ତେବେ କିଛି ଦିନ ତଳେ ନିଜ ସରକାରୀ ଘରେ ନିଆଁ ରେ ପଡି ହୋଇଯିବା ପରେ ହସ୍ପିଟାଲରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଶେଷରେ ସେ ପ୍ରାଣ ହରାଇ ଥିଲେ। ତେବେ ସୌମ୍ୟ ନିଜ ପତ୍ନୀ ଙ୍କ ସହ ସେଠାରେ ରହୁଥିଲେ ।

ତେବେ ସୌମ୍ୟ ଙ୍କର ପରିବାର ଲୋକେ ତାଙ୍କର ମୃତ୍ୟୁ ପଛରେ ତାଙ୍କ ପତ୍ନୀ ଙ୍କର ହାତ ଅଛି ବୋଲି ଅଭିଯୋଗ କରିଥିଲେ। ତେବେ ସୂଚନା ରହିଛି କି ସୌମ୍ୟ ଙ୍କର ପତ୍ନୀ DFO ଙ୍କର ସହ ଅନୈତିକ ସମ୍ପର୍କରେ ରହୁଥିଲେ ।ତେଣୁ ସେ DFO ସହ ମିଶି ସୌମ୍ୟ ଙ୍କୁ ହତ୍ୟା କରିଛନ୍ତି ଏକ ବଡ଼ ଯୋଜନା କରି। ତେବେ ଏହା କହିବା ପରିବାର ଲୋକଙ୍କର ଯଥାର୍ଥ ଅଟେ କାରଣ ସୌମ୍ୟ ଙ୍କର ମୃତ୍ୟୁ ଠାରୁ DFO କୁଆଡେ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖୋଜିବା ରେ ଲାଗିଛି।

ତେବେ ସୌମ୍ୟ ଙ୍କର ମା କହିଛନ୍ତି ଯେ, ମୋ ପୁଅ କୁ ମୋ ବହୁ ଷଡ଼ଯନ୍ତ୍ର କରି ହତ୍ୟା କରିଛି ।ସେ କହିଛନ୍ତି କି ବିବାହ ପୂର୍ବରୁ ସୌମ୍ୟ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ଏକ ଆଗ୍ରିମେଣ୍ଟ ହୋଇଥିଲା କି ବାହାଘର ର ଏକ ବର୍ଷ ମଧ୍ୟରେ ସୌମ୍ୟ ମରିଗଲେ ସେଥିରେ ତାଙ୍କ ପତ୍ନୀ ଙ୍କର କୌଣସି ହାତ ନାହିଁ ଏବଂ ପେନସନ ଟଙ୍କା ସେ ପାଇବେ ବୋଲି ।ତାଙ୍କର ମା କହିଛନ୍ତି କି ଅନେକ ସମୟରେ ସୌମ୍ୟ ତାଙ୍କୁ ଫୋନ କରି କାନ୍ଦୁଥିଲା ଏବଂ କହୁଥିଲେ କି ତାଙ୍କର ନିଜ ସ୍ତ୍ରୀ ସହ କୌଣସି ସମ୍ପର୍କ ନାହିଁ। ତେଣୁ ସେମାନେ ଅଭିଯୋଗ କରିଛନ୍ତି ବହୁ ନାମରେ ।

ଏପଟେ ସୌମ୍ୟ ଙ୍କର ସ୍ତ୍ରୀ କହିଛନ୍ତି କି, ତାଙ୍କ ସ୍ୱାମୀ ର ମୃତ୍ୟୁ ପଛରେ ତାଙ୍କର କୌଣସି ହାତ ନାହିଁ। ଏମିତି ରେ ବି ସ୍ୱାମୀ ଙ୍କୁ ପୋଡି ଯିବାର ଦେଖି ସେ ପୋଡ଼ଶୀ ଙ୍କୁ ଡାକିଥିଲେ। ତେବେ ପୋଲିସ ଏନେଇ ବାଲେଶ୍ଵର ଏବଂ କପତିପଦା ଯାଇ ତଦନ୍ତ ଆରମ୍ଭ କରିଛି ଏବଂ ବହୁତ ଜଲ୍ଦି ସୌମ୍ୟ ଙ୍କର ମୃତ୍ୟୁ ର ପର୍ଦାଫାସ କରିବ ବୋଲି ସୂଚନା ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.