Swastik Tv News Odisha

ଦେଖନ୍ତୁ EXCLUSIVE ଭିଡିଓ ! ଆଦିତ୍ୟ ମୃତ୍ୟୁ ମାମଲାକୁ ନେଇ ତାଙ୍କ ମା କଲେ ବଡ ଖୁଲାସା , କହିଲେ ମୋର ବିଦ୍ୟାଶ୍ରୀ ହିଁ ମୋ ପୁଅ କୁ ମାରିଛି….. ଗୁପ୍ତ କଥା

0

ବହୁ ଚର୍ଚ୍ଚିତ ସମାଜ ସେବକ ଆଦିତ୍ୟ ଦାସ ଙ୍କ ବିଷୟରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ସେ ଜଣେ ଏପରି ମଣିଷ ଥିଲେ ଯିଏକି ନିଜ କଥା କେବେ ବି ଭାବିନଥିଲେ ତାଙ୍କର ମନରେ ସର୍ବଦା ଲୋକମାନ ଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ। ତେବେ ୨୦୨୦ ମସିହା ଆକସ୍ମିକ ଭାବରେ ଆଦିତ୍ୟ ଙ୍କର ମୃତ୍ୟୁ ଶରୀର ଭୁବନେଶ୍ୱର ଏକ ରେଳଧାରଣା ରୁ ପୋଲିସ ଠାବ କରିଥିଲା।ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଥିଲା କି ସେ ଆତ୍ମହତ୍ୟା କରିଛନ୍ତି ରେଳ ଧାରଣା ରେ କିନ୍ତୁ ତାଙ୍କର ଫଲର୍ସ ମାନେ ଅଭିଯୋଗ ଆଣିଥିଲେ କି ଆଦିତ୍ୟ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି।

ତେବେ ଆଦିତ୍ୟ ଙ୍କ ଆତ୍ମହତ୍ୟା ତଥା ମୃତ୍ୟୁ ପଛରେ ତାଙ୍କର p ପତ୍ନୀ ବିଦ୍ୟାଶ୍ରୀ ଙ୍କର ହାତ ରହିଛି ବୋଲି କେତେକ ବ୍ୟକ୍ତି ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଶ୍ରୀ ଙ୍କର କାରଣ ରୁ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ଯୋଜନା କରି ମଡ଼ର୍ର କରାଯାଇଛି ।କିନ୍ତୁ ଏହାକୁ ଘୋର ବିରୋଧ କରିଥିଲେ ଆଦିତ୍ୟ ଙ୍କର ପତ୍ନୀ ବିଦ୍ୟାଶ୍ରୀ ।ତାଙ୍କର କହିବା ଅନୁସାରେ ତାଙ୍କ ଉପରେ ମିଥ୍ୟା ଆରପ ଲଗା ଯାଉଛି ।ସେ ତାଙ୍କ ସ୍ୱାମୀ ଙ୍କୁ ହରାଇ ସବୁ କିଛି ହରାଇଛନ୍ତି। ବିନା ଦୋଷ ରେ ତାଙ୍କ ଉପରେ ଦୋଷ ଲଗାଯାଉଛି ।
ତେବେ ବର୍ତ୍ତମାନ ଏକ ନିୟୁଜ ଚେନାଲ , ଆଦିତ୍ୟ ଙ୍କର ପତ୍ନୀ ଏବଂ ତାଙ୍କର ମା ଙ୍କର ଏକ ଲାଇଭ ଭିଡ଼ିଓ କରିଥିଲେ ଯେଉଁଥିରେ ଆଦିତ୍ୟ ଙ୍କର ମୃତ୍ୟୁ କୁ ନେଇ କେତେକ ରହସ୍ୟମୟ ତଥ୍ୟ ସାମ୍ନା କୁ ଆସିଥିଲା। ତେବେ ସେହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାରେ ରହିଛି ।ତେବେ ଭିଡ଼ିଓ ଟିରେ ଆଦିତ୍ୟ ଙ୍କର ମା, ଲାଇଭ ତାଙ୍କର ବହୁ ବିଦ୍ୟାଶ୍ରୀ ଙ୍କୁ କାନ୍ଦି କାନ୍ଦି ପଚାରିଥିଲେ କି ମା ତୁ କହ କି ପ୍ରକୃତ ରେ କଣ ମୋ ପୁଅ ଆତ୍ମହତ୍ୟା କରିଛି ନା ଏହା ଗୋଟିଏ ମର୍ଡର ଥିଲା। ଏହି ପ୍ରଶ୍ନ ର ଉତ୍ତର ରେ ବିଦ୍ୟାଶ୍ରୀ କହିଛନ୍ତି କି ତାଙ୍କର ସ୍ଵାମୀ କେବେବି ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି।

ସେ ଏହାର ଯୁକ୍ତି ରଖି କହିଛନ୍ତି କି, ଯେଉଁ ଭଳି ଭାବରେ ଆଦିତ୍ୟ ଙ୍କର ମୃତ ଶରୀର ଆଘାତ୍ ପାଇଥିଲା , ଟ୍ରେନ ଦୁର୍ଘଟଣା ହୋଇଥିଲେ ସେପରି କେବେବି ହୋଇନଥାନ୍ତା ।ସେ ସନ୍ଦେହ କରିଛନ୍ତି କି କେବଳ ଗୋଟିଏ ଦିଗରେ ନୁହେଁ ବରଂ ଅନେକ ଲୋକଙ୍କ ବିରୋଧ ରେ କଡା ପଦକ୍ଷେପ ଗ୍ରହଣ କରିଥିଲେ ଆଦିତ୍ୟ ତେଣୁ ତାଙ୍କୁ ଚକ୍ରାନ୍ତ କରି ହତ୍ୟା କରାଯାଇଛି ।ମାତ୍ର ସେ କାହାର ନାମ ନେଇ କହିପାରିବେ ନାହିଁ କାରଣ ତାଙ୍କ ପାଖରେ ପ୍ରମାଣ ନାହିଁ। ସେ ଏକଥା ମଧ୍ୟ କହିଛନ୍ତି ଯେ, ଯଦି କୋଟ ଏହାକୁ ଏକ ଆତ୍ମହତ୍ୟା ବୋଲି କହି କେସ ବନ୍ଦ କରିବାକୁ ଚାହାନ୍ତି ତେବେ ତାଙ୍କୁ ପ୍ରମାଣ ସହ କରିବାକୁ ହେବ।

ଅନ୍ୟ ପକ୍ଷରେ ଆଦିତ୍ୟ ଙ୍କର ମା, ବିଦ୍ୟାଶ୍ରୀ ଙ୍କର ମା ଙ୍କ ଉପରେ ପ୍ରଶ୍ନ କରିଛନ୍ତି ।ସେ କହିଛନ୍ତି କି ମୁଁ ଯେତେବେଳେ ପୁଅ ର କେସ ପାଇଁ ତାଙ୍କୁ କଲ କରି ହାଇକୋଟ କୁ କିଛି ପଚାରିବାକୁ କହିଥିଲି ସେତେବେଳେ ସେ ମତେ ସପର୍ଟ କରିନଥିଲେ ବରଂ ଇଗନର କରିଥିଲେ ।କିନ୍ତୁ ବିଦ୍ୟାଶ୍ରୀ କହିଛନ୍ତି କି ମୁଁ ଆପଣଙ୍କ ସହ ଲଢ଼ୁଛି ମୋ ମା ଙ୍କର ଏଥିରେ କୌଣସି ସଂଯୋଗ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.