Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ରାସ୍ତା ଉପରେ ଗର୍ଭବତୀ ମହିଳାଙ୍କୁ cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ…ଭାଇରାଲ ହେଲା ସିସିଟିଭି ଫୁଟେଜ଼….

0

ସମାଜରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଗୁଣ୍ଡାଗ୍ରଦି ତଥା ଦାଦାଗିରି। ପୋଲିସ ଆଖିରେ ଧୂଳି ଦେଇ ଏହି ସମାଜରେ ଘୁରି ବୁଲୁଛନ୍ତି ଗୁଣ୍ଡା , ଡକାୟତ ଏବଂ ଲୁଟେରା ମାନେ। ତେବେ କୁହାଯାଇଛି ଯେ ଯଦି ଆପଣ ୧୦ ବର୍ଷ ପଛକୁ ଫେରିଯିବେ ତେବେ ସେତେବେଳେ ର ସମାଜ ଲୋକମାନେ ବହୁତ ଖୁସିରେ ରହୁଥିଲେ ନା ଥିଲା ଗୁଣ୍ଡରାଜ ର ଭୟ ନା ଲୁଟେରା ର ଡର ।କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜି ଯେତେବେଳେ ଅଗ୍ରଗତି କରୁଛି ସମାଜରେ ଦାଦାଗିରି ମଧ୍ୟ ସେତିକି ବଢ଼ିବାରେ ଲାଗିଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହେଉ କିମ୍ବା ଖବରକାଗଜ ରେ ଦେଖୁଥିବେ କି ଆଜି ଦୁର୍ବୁତ୍ତ ମାନେ ଏକ ବ୍ୟାଙ୍କ ବନ୍ଧୁକ ଦେଖାଇ ଲୁଟିଲେଣି ତ କେଉଁଠି ପିଟିପିଟି ହତ୍ୟା କଲେଣି ଯୁବକ ଙ୍କୁ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣଂକୁ ମଧ୍ୟ ଶକ୍ତ ଧକ୍କା ଲାଗିବ ।କାରଣ ଘଟଣା ଟି କିଛି ଏପରି ରହିଛି କି କିଛି ଦୁର୍ବୁତ୍ତ ମାନେ ଜଣେ ଗର୍ଭବତୀ ମହିଳା ଙ୍କୁ ରାଜ ରାସ୍ତାରେ ଘୋଷାଡି ଘୋଷାଡି ନେଉଥିଲେ। ତେବେ କିନ୍ତୁ ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଚକିତ ହୋଇଯିବେ।

ସୂଚନା ଅନୁସାରେ, ଘଟଣା ଟି ଘଟିଥିଲା ତାମିଲନାଡୁ ର ରାଜଧାନୀ ଚେନ୍ନାଇ ରେ ।ଯେଉଁ ଠାରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଘର ଆଗରୁ ରାଜ ରାସ୍ତା କୁ ଟାଣି ଆଣିଥିଲେ ଦୁଇ ଜଣ ଦୁର୍ବୁତ୍ତ। ତେବେ ମହିଳା ଜଣଙ୍କ ତାଙ୍କର ଘର ଆଗରେ ଛିଡା ହୋଇଥିଲେ ଆଉ ମହିଳା ଙ୍କ ବେକ ରେ ଏକ ଦାମୀ ସୁନା ହାର ରହିଥିଲା ।ତେବେ ସେହି ରାସ୍ତା ଦେଇ ବାଇକ ଯାଉଥିବା ଦୁଇ ଜଣ ଦୁର୍ବୁତ୍ତ ଙ୍କର ଆଖି ସେହି ମହିଳା ଙ୍କର ବେକ ରେ ଥିବା ଦାମୀ ଅଳଙ୍କାର ଉପରେ ପଡିଥିଲା।

ତେବେ ମହିଳା ଙ୍କ ବେକ ରୁ ସେହି ହାର ଟିକୁ ଚୋରି କରିବାକୁ ନିଶ୍ଚିତ କରିଥିଲେ ଏବଂ ବାଇକ ରେ ଯାଇ ଗର୍ଭବତୀ ମହିଳାଙ୍କ ବେକରେ ଥିବା ଚେନ କୁ ଧରିପକାଇ ଥିଲେ ।କିନ୍ତୁ ମହିଳା ଜଣଙ୍କ ନିଜର ଅଳଙ୍କାର କୁ ରକ୍ଷା କରିବାକୁ ଚାହୁଁଥିଲେ ତେଣୁ ସେ ଯୁବକ ଙ୍କୁ ତାଙ୍କ କାମ ରେ ସଫଳ ହେବାକୁ ଦେଲେ ନାହିଁ। ଆଉ ତା ମଧ୍ୟରେ ଦୁର୍ବୁତ୍ତ ଦୁହେଁ ମହିଳା ଙ୍କୁ ଘଷାଡ଼ି ଘଷାଡ଼ି ରାଜ ରାସ୍ତାକୁ ଟାଣି ଆଣିଥିଲେ ।ସେହି ସମୟରେ ମହିଳା ଚିତ୍କାର କରିଥିଲେ ଆଉ ପାଖ ଆଖ ଲୋକେ ଏକାଠି ହେବାରୁ ସେ ଦୁର୍ବୁତ୍ତ ଦୁହେଁ ବାଇକ ସାହାଯ୍ୟ ରେ ଚେନ ନେଇ ଫେରାର ହୋଇଯାଇଥିଲେ।

ତେବେ ମହିଳା ଜଣଙ୍କୁ ରାସ୍ତାରେ ଘୋଷାଡ଼ି ଥିବାରୁ ତାଙ୍କ ହାତ, ଗୋଡ଼ ଏକ ବେକ ରେ ଖଣ୍ଡିଆ ଖାବରା ହୋଇଥିଲା ସେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେବେ ଏହିସବୁ ଘଟଣା ସେଠାରେ ଲାଗିଥିବା ସିସି ଟିଭି କ୍ୟାମେରା ରେ କେଏଦ ହୋଇଥିଲା ନହେଲେ ଆପଣ ମଧ୍ୟ ଏହାକୁ ବିଶ୍ୱାସ କରିନଥାନ୍ତେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.