ଯଦି ଆପଣଙ୍କ ପେଟରେ ଗ୍ୟାସ ସମସ୍ୟା ରହିଛି ବା ହେକୁଟି ଆସୁଛି ନା ପବନ ଯାଉଛି , ଏମିତିରେ ଆପଣଙ୍କୁ ବହୁତ ଯନ୍ତ୍ରଣା ହୋଇଥାଏ । ଯଦି ଆପଣଙ୍କର ଗ୍ୟାସ ରିଲିଜ ହୋଇନଥାଏ ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ସରଳ ଘରୋଇ ଉପାୟ ବିଷୟରେ ଜଣେଇବୁ । ଯାହାର ସେବନ କରି ଆପଣ ମାନେ ଗ୍ୟାସ ଜନିତ ସମସ୍ୟାକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ପେଟର ଗ୍ୟାସ ଭଳି ସମସ୍ୟାକୁ ତୁରନ୍ତ ରିଲିଜ କରିବା ପାଇଁ ଆପଣ ଏହି ସହଜ ରେମିଡିଟିକୁ କେମିତି ପ୍ରସ୍ତୁତ କରିବେ ଓ ଏହାର ସେବନ କିପରି କରିବେ ।
ଆବଶ୍ୟକୀୟ ସାମଗ୍ରୀ :-
1. ଲେମ୍ୱୁ
2.ବେକିଙ୍ଗସୋଡା
3. ପାଣି
ପ୍ରସ୍ତୁତ ପ୍ରଣାଳୀ :-
ଆଜିର ଏହି ରେମିଡିଟି ବନେଇବା ବହୁତ ସହଜ ଅଟେ , ସେଥିପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ଉପରେ ବସାନ୍ତୁ । ସେଥିରେ ଏକ କପ ପାଣି ନିଅନ୍ତୁ , ପାଣି କୁ ଆପଣ ମାନେ ହାଲକା ଉଷମ କରିବେ । ବର୍ତ୍ତମାନ ପାଣି ଆମର ବଏଲ ହୋଇ ସାରିଲାଣି , ଏବେ ଆମେ ସେହି ପାଣିକୁ ଏକ କପକୁ ଢାଳି ନିଅନ୍ତୁ । ଏଥିପାଇଁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ଏକ ଫାଳ ଲେମ୍ୱୁ , ପ୍ରଥମେ ଆପଣ ଫାଳେ ଲେମ୍ୱୁ କୁ କାଟି ନିଅନ୍ତୁ ଏବଂ ସେଥିରୁ ମଞ୍ଜି ବାହାର କରି ନିଅନ୍ତୁ । ଏହାପରେ ଏଥିରେ ଏକ ଚାମଚ ବା ଦୁଇ ଚାମଚ ଲେମ୍ୱୁ ରସ ମିଶାନ୍ତୁ ।
ଲେମ୍ୱୁ ଆପଣଙ୍କର ଗ୍ୟାସ ଭଳି ସମସ୍ୟାକୁ ତୁରନ୍ତ ରିଲିଜ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏବେ ଆପଣ ମାନେ ତୃତୀୟ ଏବଂ ଶେଷ ସାମଗ୍ରୀ ତାହା ଅଟେ ବେକିଙ୍ଗସୋଡା । ଏହା ଆପଣଙ୍କ ରୋଷେଇ ଘରେ ବହୁତ ସହଜରେ ମିଳିଯିବ , ନହେଲେ ଆପଣ ମାନେ ଏହାକୁ କୌଣସି ତେଜରାତି ଦୋକାନରୁ ସହଜରେ ପାଇଯିବେ । ସେହି ଡ୍ରିଙ୍କ ରେ ଏକ ଚାମଚ ବେକିଙ୍ଗସୋଡା ଏଥିରେ ମିଶାନ୍ତୁ । ମିଠା ସୋଡା ବା ବେକିଙ୍ଗସୋଡା ଆପଣ ଏଥିରେ ମିଶେଇବା ପରେ ଦେଖିବେ ଏଥିରୁ ଫୋଟକା ଆସିବାକୁ ଲାଗିବ ।
ସେବନ ପ୍ରଣାଳୀ :-
ଆପଣ ମାନେ ଏହି ଡ୍ରିଙ୍କ କୁ ଧୀରେ ଧୀରେ ସିପ ବାଏ ସିପ ଚା ପିଇଲା ଭଳି ପିଅନ୍ତୁ । ଯେତିକି ସମୟ ଏହା ଆପଣଙ୍କୁ ପିଇବାକୁ ଲାଗିବ , ସେତିକି ସମୟ ମଧ୍ୟରେ ଆପଣଙ୍କର ଗ୍ୟାସ ତୁରନ୍ତ ରିଲିଜ ହୋଇଯିବ । ଏହା ବହୁ ପୁରୁତନ ଏବଂ ବହୁ ଚମତ୍କାରୀ ଘରୋଇ ଉପଚାର ଅଟେ । ଏହାକି ସେବନ କରି ଦେଖନ୍ତୁ 3-4 ମିନିଟ ଭିତରେ ଆପଣଙ୍କ ପେଟର ଗ୍ୟାସ ତୁରନ୍ତ ରିଲିଜ ହୋଇଯିବ । ପେଟକୁ ଆରାମ ମିଳିବ ଏବଂ ଆପଣ ବହୁତ ରିଲାକ୍ସ ଫିଲ୍ ମଧ୍ୟ କରିବେ । ଆପଣ ମାନେ ନିହାତି ଥରେ ଏହାର ସେବନ କରନ୍ତୁ , ଫରକ ଆପଣ ମାନେ ନିଜେ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।