Swastik Tv News Odisha

ଦେଖନ୍ତୁ ଭିଡ଼ିଓ ! ନିଛାଟିଆ ଜଙ୍ଗଲରେ ଯୁବତୀଙ୍କ ସହ ଅସଦାଚରଣ ର ଭିଡ଼ିଓ ଭାଇରାଲ। ଯୁବତୀଙ୍କୁ କାବୁ କରି ତାଙ୍କ ସହିତ

0

ତେବେ ନିକଟରେ ଯେଉଁ ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦେଖା ଦେଇଛି କି ଯୁବକ ଓ ଯୁବତୀ ଦୁଇ ଜଣଙ୍କୁ ନିର୍ଦ୍ଧୁମ ମାଡ଼ ବସୁଛି । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରେ । ସେଇ କେନ୍ଦୁଝର ରେ ପୁଣି କଙ୍ଗାରୁ କୋର୍ଟ ।

ଘଟଗାଁ ଥାନା ମେଲାଣ ଅଞ୍ଚଳର ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ଙ୍କୁ କିଛି ଯୁବକ ମିଶି ଜୋର୍ ଜବରଦସ୍ତି ମାଡ଼ ମାରିବା ସହିତ ସେମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ଯାହାର ଭିଡ଼ିଓ ଏବେ ଇଣ୍ଟର୍ନେଟ୍ ରେ ଭାଇରାଲ ହେବାରେ ଲାଗିଛି

ଏନେଇ ଥାନାରେ ଏପର୍ଯନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ । କିନ୍ତୁ ସୂଚନା ମୁତାବକ ଘଟଗାଁ ପୋଲିସ୍ ପାଖରେ ଏହି ସମ୍ପର୍କିତ ଭାଇରାଲ ଭିଡ଼ିଓ ଅଛି ଏବଂ ପୋଲିସ୍ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରି ଯାଞ୍ଚ ପରତାଳ କରୁଛି । ତେବେ ଖବରରୁ ଯାହା ଜଣା ପଡିଛି ଯୁବତୀ ଜଣଙ୍କ ଘର ହେଉଛି ଯାଜପୁର ଜିଲ୍ଲା ଓରେଇ ଥାନା ରୁଗୁଡି ଅଞ୍ଚଳରେ । ଏବଂ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର୍ ଅଞ୍ଚଳର । ଏହି ଦୁଇ ଜଣ ସାଇଙ୍କୁଳ କଲେଜ୍ ରେ ପାଠ ପଢନ୍ତି ।

ତେବେ ଘଟଣା ଦିନ ସେଇ ଦୁଇ ଜଣ ଯୁବକ ଯୁବତୀ ଘଟଗାଁ ମା ତାରିଣୀ ମନ୍ଦିର ରୁ ଦର୍ଶନ କରି ଫେରୁଥିବା ବେଳେ ଝିଅ ଟିର ମୁଣ୍ଡ ବୁଲାଇଵାରୁ ତାଙ୍କୁ ଘଛ ତଳେ ଶୁଆଇ ଯୁବକ ଜଣଙ୍କ ବୋତଲରେ ପାଣି ଆଣିବାକୁ ଯାଉଥିବା ବେଳେ ଅନ୍ୟ କିଛି ଦୁଷ୍ଟ ପ୍ରକୃତିର ଯୁବକ ମାନେ ସେଠାର ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ମଧ୍ୟ ଯୁବକ ଜଣଙ୍କୁ ଜୋର୍ ଜବରଦସ୍ତ ଗୋଟିଏ ଗଛରେ ବାନ୍ଧି ପକାଇବା ପାଇଁ ବେଶ୍ ଉଦ୍ୟମ ମଧ୍ୟ କରିଥିଲେ ।

ତେବେ ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଘଟଗାଁ ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି । ତେବେ କଣ ପାଇଁ ଏବଂ କେଉଁ ପରିସ୍ଥିତି ରେ ଏପରି କାଣ୍ଡ ଯୁବକ ମାନେ ଘଟାଇଲେ ସେ ବିଷୟରେ ଜଣା ପଡିନାହିଁ । ସେଠାରେ ଉପସ୍ଥିତ ସେମାନଙ୍କ ମଧ୍ୟରୁ କିଛି ଲୋକ ମାନଙ୍କ କହିବା କଥା ହେଲାକି ସେ ଯୁବକ ଯୁବତୀ ଦୁହେଁ ମିଛ କହୁଛନ୍ତି ।

ସେ ଦୁଇ ଜଣ ପ୍ରେମୀ ଯୁଗଳ ହୋଇଥିବା ବେଳେ ସେଠାରେ ଗାଡ଼ି ଅଟକାଇ ଅନ୍ୟ କିଛି କାର୍ଯ୍ୟରେ ଲିପ୍ତ ଥିଲେ । ସେଥିପାଇଁ କିଛି ଯୁବକ ତାଙ୍କୁ ଅଟକାଇ ଧରି ମାରଧର କରିଥିଲେ । ହେଲେ କଣ ସତ୍ୟ ଏବଂ କଣ ମିଥ୍ୟା ଘଟଣା ପଛରେ ଥିବା ସତ୍ୟା ସତ୍ୟ ପୋଲିସ୍ ତଦନ୍ତ କରି ସାରିବା ପରେ ହିଁ ଜଣା ପଡ଼ିବ । ସେତେ ପର୍ଯ୍ୟନ୍ତ କିଛି କହିହେବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.