Swastik Tv News Odisha

ମହାପ୍ରଭୁଙ୍କ ଅଜବ ଲୀଳା – ନୀଳାଦ୍ରି ବିଜେ ସମୟ ରେ ବଡ଼ଦାଣ୍ଡ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ପଦଚିହ୍ନ ଯାହାକୁ ଦେଖିବା ପାଇଁ ଲୋକ ପାଗଳ ହୋଇସାରିଲେନି

0

ଆମ ଭାରତ ନିଜର ସଂସ୍କୃତି , ପରମ୍ପରା ତଥା ପୂଜା ପର୍ଵ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ମାତ୍ର ଭାରତର ସମସ୍ତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଏହି ସବୁ ପର୍ବପର୍ବାଣି ତଥା ପୂଜାର୍ଚ୍ଚନା ପାଇଁ ଓଡ଼ିଆ ହେଉଛି ପ୍ରମୁଖ ରାଜ୍ୟ ଅଟେ । ଆମର ପବିତ୍ର ଗ୍ରନ୍ଥ ରେ ମଧ୍ୟ ଲେଖାଯାଇଛି ଯେ ଆମ ଓଡିଶାରେ ୧୨ ମାସରେ ୧୩ ଟି ପର୍ବ ପାଳନ କରାଯାଇଥାଏ ।

ତେବେ ଏହି ବାର ମାସରେ ତେର ପର୍ବ ମଧ୍ୟରୁ ଭଗବାନ ଶ୍ରୀ ଜଗନ୍ନାଥଙ୍କ ର ରଥଯାତ୍ରା ଟି ହେଉଛି ଆମ ଓଡିଶାରେ ତଥା ସାରା ଭାରତର ଏକ ପ୍ରମୁଖ ପର୍ଵ ଅଟେ ।ତେବେ ଆମ ରାଜ୍ୟ ଏହି ପବିତ୍ର ରଥଯାତ୍ରା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ ।

ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ରେ ପଡିଥାଏ। ଏହା ମାତ୍ର ଗୋଟିଏ ପର୍ବ ଯେଉଁ ଥିରେ ଭଗବାନ ଶ୍ରୀ ଜଗନ୍ନାଥ ନିଜର ସିଂହାସନ ତଥା ବଡ଼ଦାଣ୍ଡ ଛାଡି ମାଉସୀ ବାଡ଼ି କୁ ଯାଇଥାନ୍ତି। ତେବେ ଆମ ଶାସ୍ତ୍ର ଅନୁସାରେ ଏହି ରଥଯାତ୍ରା ରେ ଜଗନ୍ନାଥ ମହାପ୍ରଭୁ ନିଜ ମାଉସୀ ବାଡ଼ି ରେ ୯ ଦିନ ପାଇଁ ଯାଇଥାନ୍ତି ।ବଡ଼ଦାଣ୍ଡ ରୁ ମାଉସୀ ବାଡ଼ି ଯିବାର ଏହି ଯାତ୍ରା କୁ ରଥଯାତ୍ରା ବୋଲି କୁହାଯାଏ।

ତେବେ ସେହି ୯ ଦିନ ପାଇଁ ଭଗବାନ ଶ୍ରୀ ଜଗନ୍ନାଥ ବଡ ଦେଉଳ ରେ ନଥାନ୍ତି ନିଜ ଭାଇ ବଳଭଦ୍ର ଏବଂ ସୁଭଦ୍ରା ଙ୍କ ସହ ମାଉସୀ ବାଡ଼ି ରେ ରହିଥାନ୍ତି ।ଏବଂ ଶ୍ରୀ କ୍ଷେତ୍ରରେ ମାତା ଲକ୍ଷ୍ମୀ ୯ ଦିନ ଯାକ ଭଗବାନ ଙ୍କ ଆସି ରହିବା ବାଟ କୁ ଚାହିଁ ବସିଥାନ୍ତି। ଏବଂ ୯ ଦିନ ପରେ ଭଗବାନ ପୁଣି ଥରେ ଭକ୍ତ ମେଲା ରେ , ଭକ୍ତ ମାନଙ୍କ ର ହାତ ରେ ଝୁଲି ଝୁଲି ହୋଇ ଶ୍ରୀ ମନ୍ଦିର କୁ ପ୍ରସ୍ଥାନ କରିଥାନ୍ତି। ଯାହାକୁ ଆମେ ବାହୁଡ଼ା ଯାତ୍ରା ବୋଲି କହିଥାଉ ।

ତେବେ ଚଳିତ ବର୍ଷ ସାରା ଦେଶ ତଥା ରାଜ୍ୟରେ କରନା ଭୁତାଣୁ ର ତାଣ୍ଡବଲୀଳା ଚାଲିଥିବା ରୁ ସବୁ ବର୍ଷ ପରି ନିଜ ଭକ୍ତ ଙ୍କର ହାତରେ ଓ ଭକ୍ତ ଗହଳି ରେ ଭଗବାନ ମାଉସୀ ବାଡ଼ି ଯାଇନଥିଲେ କିମ୍ବା ସେଠାରୁ ଫେରି ନଥିଲେ। ଲୋକମାନ ଙ୍କର ସୁବିଧା ପାଇଁ ଭଗବାନ କେବଳ ପୁରୀ ପଣ୍ଡା ଙ୍କ ସହ ମାଉସୀ ବାଡ଼ି ରୁ ନିଜ ଶ୍ରୀ ମନ୍ଦିର କୁ ଫେରୁଛନ୍ତି ।ଏବଂ ତାଙ୍କୁ ଭଗବାନ ଙ୍କର ସିଂହାସନ ରେ ଅବସ୍ଥାପିତ କରିବାର ପ୍ରକ୍ରିୟା ଚାଲିଛି ।ଯାହାର ଦୃଶ୍ୟ ଆପଣ ମାନେ ଟିଭି କିମ୍ବା ସୋସିଆଲ ମିଡ଼ିଆ ରେ ଦେଖିପାରୁ ଥିବେ ।

ତେବେ ଭଗବାନ ଙ୍କର ଏହି ଯାତ୍ରା କୁ ଦେଖିବା ପାଇଁ ଅନେକ ଦେଶ ବିଦେଶ ରୁ ଭକ୍ତ ମାନେ ପୁରୀ ବଡ଼ଦାଣ୍ଡ କୁ ଆସିଥାନ୍ତି। ଏପରି ମଧ୍ୟ କୁହାଯାଏ କି ଭଗବାନ ଶ୍ରୀ ଜଗନ୍ନାଥ ତଥା ଜଗତର ନାଥ ଙ୍କର ଡୋରି ଲାଗିଲେ ଯାଇ ଭକ୍ତ ତାଙ୍କର ଦର୍ଶନ ପାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.