Swastik Tv News Odisha

ଦେଖନ୍ତୁ କିଟ୍ କିଟ୍ ଅନ୍ଧାର ରାତିରେ ସ୍ବାମୀର ଶବ ପାଖରେ ବସି କାନ୍ଦୁଥିଲା ସ୍ତ୍ରୀ ହଠାତ୍ ଘଟିଲା ଏଭଳି ଘଟଣା

0

ଭଗବାନ ତାଙ୍କର ସୃଷ୍ଟି ରେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାବରେ ଜନ୍ମ ଦେଇଛନ୍ତି।କାହିଁକି ଜାଣିଛନ୍ତି କିହିଁକି ନା ଗୋଟିଏ ମଣିଷ ପାଖରେ ମାନବିକତା ରହିଥାଏ , ଅନ୍ୟ ର ସମସ୍ୟା କୁ ବୁଝିବା ର ଶକ୍ତି ଏବଂ ଆବଶ୍ୟକ ସମୟରେ ତା ପାଖରେ ଠିଆ ହୋଇ ତାର ଅସୁବିଧା ସମୟରେ ତାକୁ ସାହାଯ୍ୟ କରିବାର କ୍ଷମତା ରହିଛି।କିନ୍ତୁ ବର୍ତ୍ତମାନ ର ଏହି ସମାଜରେ ସମସ୍ତ ମଣିଷ ସ୍ୱାର୍ଥପର ହୋଇଗଲେଣି। ଅନ୍ୟ ର ବିପଦ ଦେଖି ଆଖି ଠାର କରି ଚାଲିଯାଉଛନ୍ତି ଲୋକମାନେ।

କିନ୍ତୁ ଅନ୍ୟ ପଟରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ, ଅନ୍ୟକୁ ସାହାଯ୍ୟ କରିବା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ମାନବିକତା ର ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିବେ କି ଏହି ସ୍ୱାର୍ଥପର ଦୁନିଆଁ ରେ ଏବେବି ମଣିଷ ପଣିଆଁ ବଂଚିରହିଛି। ତେବେ ଘଟଣା ଟି ଘଟିଥିଲା ଆନ୍ଦ୍ରପ୍ରଦେଶ ରେ।

ତେବେ ଆନ୍ଦ୍ରପ୍ରଦେଶ ର ପୋଲିସ ବିଷୟରେ ଆପଣ ମାନେ ନିଶ୍ଚିତ ରୂପରେ ଜାଣିଥିବେ କାରଣ ସେମାନେ ସବୁବେଳେ ନିଜର ଦାଦାଗିରି ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି। କିନ୍ତୁ ଆମେ ଆଜି ସେହି ଆନ୍ଦ୍ର ପୋଲିସ ଙ୍କର ହୃଦୟରେ ଅନ୍ୟ ମାନଙ୍କ ପ୍ରତି ଥିବା ଦାୟିତ୍ବ ଏବଂ ତାଙ୍କର ମାନବିକତା ବିଷୟରେ ଜଣେଇବାକୁ ଯାଉଛୁ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣନ୍ତି ଯେ ଆମ ଓଡ଼ିଶାର ଅନେକ ଲୋକ ବାହାର ରାଜ୍ୟରେ ଯାଇ ଦାଦନ ଖଟାନ୍ତି ।କିନ୍ତୁ କୋଭିଡ ପାଇଁ ତାଙ୍କୁ ବର୍ତ୍ତମାନ ନିଜ ଘରକୁ ଫେରିବା କୁ ହେଉଛି ଯେଉଁଥିରେ ନାହିଁ ନଥିବା ସମସ୍ୟା ର ସମୁଖୀନ ହେଉଛନ୍ତି ସାଧାରଣ ଲୋକ।

ତେବେ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ପ୍ରଦୀପ କର ଏବଂ ସ୍ତ୍ରୀ ଅଞ୍ଜଳୀ କର ଦୁହେଁ ଆନ୍ଦ୍ରପ୍ରଦେଶ ରେ ରହି କାମ କରି ରହିଆସୁଥିଲେ ।ତେବେ କରନା ମହାମାରୀ ପାଇଁ ଭୟ ରେ ତାଙ୍କୁ ନିଜ ଘରକୁ ଫେରିବା କୁ ପଡିଥିଲା। ତେବେ ଗତ ଜୁଲାଇ ୨୧ ତାରିଖରେ ଦୁହେଁ ଏକ ଗାଡି ମାଧ୍ୟମ ରେ ଆନ୍ଦ୍ର ରୁ ଓଡିଶା କୁ ଆସୁଥିଲେ।

ମାତ୍ର ପ୍ରଦୀପ ଅସୁସ୍ଥ ଥିବାରୁ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପ୍ରଦୀପ ଙ୍କର ମୃତ୍ୟୁ ହେବା ପରେ ଗାଡିବାଲା ଆଉ ତାଙ୍କୁ ଆଗକୁ ନ ନେଇ ରାସ୍ତା ମଝିରେ ସେମିତି ଛାଡ଼ିଦେଇ ପଳେଇଥିଲା।ତେବେ ସ୍ୱାମୀ ଙ୍କର ମୃତ ଦେହ କୁ ରାସ୍ତା କଡରେ ରଖି ଭୋ ଭୋ ହୋଇ କାନ୍ଦୁଥିଲା ଅଞ୍ଜଳୀ କଣ କରିବ କଣ ନାହିଁ ଜାଣିପାରୁ ନଥିଲା।

ତେବେ ଠିକ ସେହି ସମୟରେ ରାସ୍ତାରେ ଯାଉଥିଲେ ଆନ୍ଦ୍ରପ୍ରଦେଶ ର ପୋଲିସ କମେଶ୍ୱର ରାଓ ।ସେ ଅଞ୍ଜଳୀ ଙ୍କର ପରିସ୍ଥିତି କୁ ଦେଖି କିଛି କହିବା ଆଗରୁ ନିଜ ପକେଟ ରୁ ପଇସା ବାହାର କରି ଏକ ଗାଡି କରି ଅଞ୍ଜଳୀ ଓ ସ୍ୱାମୀ ଙ୍କୁ ଘର କୁ ପଠାଇ ଥିଲେ। ତେବେ ନିଶ୍ଚିତ ଭାବରେ ଏବେ ଆମେ କହିପାରିବା କି ଆମ ସମାଜରେ ଏବେ ମଧ୍ୟ ବଂଚିରହିଛି ମାନବିକତା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.