Swastik Tv News Odisha

ଦେଖନ୍ତୁ Sgocking ଭିଡିଓ : ଜଣେ ମହିଳା ୮ ଫୁଟର ଲମ୍ବର ଅହିରାଜ ଧରି ତିନି ଜଣଙ୍କ ଜୀବନ ବଞ୍ଚାଇଲେ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ବେଳେ ପ୍ରାଣୀ ମଧ୍ୟରେ କେବଳ ମଣିଷ ଜାତି କୁ ଗଠନ କରିନଥିଲେ ବରଂ ତା ସହ ପଶୁ ପକ୍ଷୀ , କୀଟ ପତଙ୍ଗ ଆଦି କୁ ସୃଷ୍ଟି କରିଥିଲେ। ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।

ତେବେ ଏହି ସବୁ ମଧ୍ୟରେ ସାରୀସୃପ ବା ସାପ ହେଉଛି ଗୋଟେ ଏପରି ବିଷାକ୍ତ ପ୍ରାଣୀ ଯିଏ ଥରେ କୋଉ ମଣିଷ କିମ୍ବା ଗାଈ ଗୋରୁ କୁ କାମୁଡି ଦେଲେ କିଛି କ୍ଷଣ ମଧ୍ୟରେ ତାର ମୃତ୍ୟୁ ହୋଇଥାଏ ।
କିନ୍ତୁ ଆମ ସମାଜରେ ଏମିତି ବି କେତେକ ଲୋକ ଅଛନ୍ତି ଯେଉଁମାନେ ଏହି ବିଷଧର ସାପ କୁ ଡରନ୍ତି ନାହିଁ ବରଂ ଆଵଶ୍ୟକତା ସମୟରେ ନିଜର ସାହସ ଦେଖାଇ ଅନ୍ୟ ର ଜୀଵନ ବଞ୍ଚିଥାନ୍ତି। ତେବେ ବନ୍ଧୁଗଣ ସାପ ଧରିବା କାର୍ଯ୍ୟ ନିଶ୍ଚିତ ଭାବରେ ଜଣେ ପୁରୁଷ ହିଁ କରିପାରିବେ କିନ୍ତୁ କଣ ଏହା ଗୋଟିଏ ମହିଳା ବୁ କରିପାରିବ ।ନିଶ୍ଚିତ ଭାବରେ ଆପଣ ମାନେ ବି ନା ହିଁ କହିବେ କାରଣ ସାପ କୁ ଧରିବା ଏତେ ସହଜ କଥା ହୋଇନଥାଏ।

କିନ୍ତୁ ଆମେ ଆଜି ଆପଣଂକୁ ଏହି ପୋଷ୍ଟ ମାଧ୍ୟମରେ ଏପରି ଜଣେ ମହିଳାଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ଅଧରାତିରେ ଏକ ୮ ଫୁଟ ଲମ୍ବା ର ଅହିରାଜ କୁ ଧରି ଗୋଟିଏ ପରିବାର ର ତିନି ଜଣ ଙ୍କର ଜୀଵନ ବଞ୍ଚାଇବା ରେ ସକ୍ଷମ ହୋଇଥିଲେ। ତେବେ ବର୍ତ୍ତମାନ ସେହି ମହିଳାଙ୍କୁ ସବୁଠାରୁ ସାହସୀ ମହିଳା ଭାବରେ ଲୋକମାନେ ସମ୍ବଧନ କରୁଛନ୍ତି। ତେବେ ସେହି ମହିଳା ଜଣଙ୍କ ହେଉଛନ୍ତି ସସ୍ମିତା ଜଣେ ସାପ ଧରାଳି ଙ୍କର ପତ୍ନୀ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ର ଶିମିଳିପାଳ ଅଞ୍ଚଳରେ କଲ ମୁଣ୍ଡା ଓ ତାଙ୍କର ପତ୍ନୀ କୁଲି କୁଣ୍ଡା ନିଜର ପିଲା ସହ ରାତିରେ ଘରେ ସୋଇଥିଲେ। ମାତ୍ର କୁଲି ଙ୍କୁ କିଛି ଆଜିବ ଶବ୍ଦ ଶୁଣା ଯିବାରୁ ସେ ତାଙ୍କ କବାଟ ଆଗରେ ଏକ ବହୁତ ବଡ଼ ଅହିରାଜ ସାପ ସୋଇଥିବା ର ଦେଖିଲେ। ତେବେ କଣ କରିବେ ଜାଣିନପାରି ଝରକା ଡେଇଁ ବାହାରକୁ ଆସିଲେ କଲ ମୁଣ୍ଡା ଓ ପତ୍ନୀ। ଆଉ ସେମାନେ ଫୋରେଷ୍ଟ ଅଫିସ ବା ରେଞ୍ଜର ଙ୍କୁ କଲ କରି ଏ ସମ୍ବନ୍ଧରେ ଜଣାଇଥିଲେ।

ତେବେ ଏହି ଘଟଣା ବିଷୟରେ ଜାଣିବା ପରେ, ଜଣେ ରେଞ୍ଜର ନିଜ ପତ୍ନୀ ସସ୍ମିତା ଙ୍କୁ ନେଇ ସେଠାରେ ପହଂଚି ଥିଲେ। ତେବେ ପ୍ରାୟ ୧ ଘଂଟା ଲାଗିଥିଲା ସସ୍ମିତା ଙ୍କୁ ସାପ ଟିକୁ ଧରିବାକୁ ।କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା ଥିଲା କି ସସ୍ମିତା ଙ୍କୁ ସାପ ଧରିବାର ଉପାୟ ଜଣାନଥିଲା କି ସେ ଏନେଇ କୌଣସି ପ୍ରଶିକ୍ଷଣ ନେଇ ନଥିଲେ। ତଥାପି ନିଜ ସାହାସ ବଳରେ ସେ ଏକ ୮ ଫୁଟ ତଥା ପ୍ରାୟ ୪ ବର୍ଷ ର ଅହିରାଜ କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଚାରିଆଡୁ ତାଙ୍କ ପ୍ରତି ପ୍ରସଂଶା ର ସୁଅ ଛୁଟୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.