Sadhu Bani – 21 ଜାନୁଆରୀ ବଡ଼ ଶନିବାର ( ତ୍ରିବେଣୀ ଅମାବାସ୍ୟା ) ଚୁପଚାପ୍ ଏହି ୩ଟି ଜାଗାରେ ରଖି ଦିଅନ୍ତୁ ମୁଠାଏ ଲୁଣ ,ମା ଲକ୍ଷ୍ମୀ କରିବେ ଧନ ବର୍ଷା

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ।

ତେବେ ବନ୍ଧୁଗଣ ଏହି ବର୍ଷ ର ପ୍ରଥମ ଅମାବାସ୍ୟା ହେଉଛି ଆସନ୍ତା କାଲି ୨୧ ଜାନୁଆରୀ ରେ ଯାହାକି ଶନିବାର ରେ ପଡୁଛି ଏବଂ ଏହି ଦିନ ଟିକୁ ତ୍ରିବେଣୀ ଅମାବାସ୍ୟା ବୋଲି ମଧ୍ୟ କୁହାଯାଇଛି। ତେବେ ଏହି ଅମାବାସ୍ୟା ରେ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ସମସ୍ତ ଙ୍କ ପାଇଁ ଏବଂ ଆପଣ ମାନେ କେବଳ ଏହି ଦିନ ଲୁଣ କୁ ନେଇ କରି ଦିଅନ୍ତୁ ଏହି ସବୁ କାର୍ଯ୍ୟ। ଆପଣ ଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ର ପ୍ରବେଶ ହେବ ଏବଂ ଧନ ସମ୍ପତ୍ତି ରେ ଘର ଭରି ଉଠିବ। ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟ ରେ।

ତେବେ ବନ୍ଧୁଗଣ ଲୁଣ କୁ ଆମେ ଖାଦ୍ୟ ରେ ସ୍ୱାଦ ପାଇଁ ବ୍ୟବହାର କରିଥାଉ ମାତ୍ର ଏହା ଆମର ଘରେ ଦାରିଦ୍ର୍ୟତା ହେବ କିମ୍ବା ଆପଣ ଧନୀ ହେବେ ତାହା ନେଇ ମଧ୍ୟ ବହୁତ କିଛି କହିଥାଏ। ତେବେ ଆପଣ ମାନେ କେବେ ବି ଲୁଣ କୁ ମାଟି ରେ ପକେଇବେ ନାହିଁ କିମ୍ବା ସନ୍ଧ୍ୟା ସମୟ ରେ କାହାଠୁ ଲୁଣ ନେବେ ନାହିଁ କିମ୍ବା କାହାକୁ ଦେବେ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ ଏବଂ ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ ମଧ୍ୟ।

ତେବେ ୨୧ ଜାନୁଆରୀ ଅର୍ଥାତ ଆସନ୍ତାକାଲି ର ଏହି ତ୍ରିବେଣୀ ଅମାବାସ୍ୟା ରେ ଆପଣ ମୁଠାଏ ଲୁଣ ସହ , ମୁଗ , କଞ୍ଚା ଲଙ୍କା , ଚାଉଳ , ୧୦୦ ଗ୍ରାମ ଶୋରିସ ତେଲ ଓ ପାଣି ଏକତ୍ରୀ କରି କେହି ଗରିବ ବା ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଦାନ ରେ ଦେଇ ଦିଅନ୍ତୁ ।ଏପରି କରିବା ଦ୍ୱାରା ଆପଣ ଙ୍କ ଘରେ ମା ଲକ୍ଷ୍ମୀ ଙ୍କ ର ଆଗମନ ହେବ ଏବଂ ଘର ଉପରେ ଥିବା ସମସ୍ତ ନାକାରତ୍ମକ ଶକ୍ତି ର ପ୍ରଭାବ ରହିବ ନାହିଁ। ତେବେ ଧ୍ୟାନ ରଖିବେ କି ଏହା ଆପଣ କରିବା ବେଳେ କାହାକୁ ଜଣେଇବେ ନାହିଁ।

ଏହା ଆପଣ କେଉଁ ସମୟ ରେ ଅର୍ଥାତ ଦିନରେ କିମ୍ବା ରାତ୍ରି ରେ କରି ପାରିବେ। ଏହା ଘର ର ନାରୀ କିମ୍ବା ପୁରୁଷ ଉଭୟ କରି ପାରିବେ। ତେବେ ଆସନ୍ତାକାଲି ର ଏହି ଶୁଭ ମୁହୂର୍ତ୍ତରେ ଆପଣ ମାନେ ନିଶ୍ଚିତ ଭାବରେ ଏହା କରି ଦେଖନ୍ତୁ ଘରେ ଧନ ସମ୍ପତ୍ତି ର ଅଭାବ କେବେ ହେବନି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment