Swastik Tv News Odisha

Special Report – ୧୮ ବର୍ଷ ପରେ ପୁଣି ଆସିଲା ‘ମଙ୍କିପକ୍ସ’ ରୋଗ, ମାରାତ୍ମକ ଭୂତାଣୁର ଲକ୍ଷଣ ଓ ଚିକିତ୍ସା କ’ଣ ?

0

ବନ୍ଧୁଗଣ ଆପଣ ମାନେ ଏକ ଲୋକବାଣୀ ଶୁଣିଥିବେ କି, “ବୋଝ ଉପରେ ଲଳିତା ବିଡ଼ା” ଅର୍ଥାତ ଗୋଟିଏ ବିପଦ ନଯିବା ଆଗରୁ ତା ଉପରେ ଆଉ ଏକ ବିପଦ ମାଡି ଆସିବା।ତେବେ ଆମ ବିଶ୍ୱ ର ପରିସ୍ଥିତି ବର୍ତ୍ତମାନ ଏହିପରି ରହିଛି।୨୦୨୦ ମସିହାରେ ପ୍ରାରମ୍ଭ ରୁ ଆସିଥିବା ଏହି ମାରାତ୍ମକ କୋରନା ଭୁତାଣୁ ର ତାଣ୍ଡବଲୀଳା କୁ ସମ୍ଭାଳିବା କଷ୍ଟ ହୋଇଗଲାଣି ।

ଏହାର ପ୍ରଥମ ଲହର , ଦ୍ୱିତୀୟ ଲହର ଏବେ ପୁଣି ତୃତୀୟ ଲହରର ଆଶାଙ୍କ କରାଯାଇ ତା ସହ ଲଢେ଼ଇ ପାଇଁ ମନ ବାନ୍ଧିବା ବେଳକୁ ପୁଣି ଆଉ ଏକ ରୋଗ ସାରା ବିଶ୍ୱରେ ତାଣ୍ଡବ ରଚିବା ଆରମ୍ଭ କରିଲାଣି।
ତେବେ ସୂଚନାଯୋଗ୍ୟ ଯେ, କରନା ମହାମାରୀ ପରେ ପରେ ପୁଣି ସାରା ବିଶ୍ୱ ରେ ଅନ୍ୟ ଏକ ମାରାତ୍ମକ ରୋଗ ବିଶ୍ୱରେ ଦେଖାଦେଲାଣି ।ତେବେ ରୋଗଟି ହେଉଛି “ମଙ୍କିପକ୍ସ୍”।ତେବେ ରୋଗ ଟିର ନାମ ଯେମିତି ଏହା ସେତିକି ଭୟଙ୍କର ମଧ୍ୟ ।ତେବେ ବର୍ତ୍ତମାନ ଏହି ମଙ୍କିପକ୍ସ୍ ରୋଗ ଆମେରିକା ଠାରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ ପ୍ରାୟ ସବୁ ଦେଶରେ ମାଡି ବସିଲାଣି। ତେବେ ଆମେ ଏହି ପୋଷ୍ଟ ମାଧ୍ୟମରେ ଏହି ରୋଗ କଣ , ଏହାର ଲକ୍ଷଣ ଏବଂ ପ୍ରତିକାର ବିଷୟ ରେ ଆପଣଙ୍କୁ ଜଣେଇବୁ ।

ମଙ୍କିପକ୍ସ୍ ରୋଗ କଣ:-

ଏହି ରୋଗ ପ୍ରଥମ ଥର ପାଇଁ ୨୦୦୩ ମସିହା ରେ ଆମେରିକା ର ଟାକ୍ସସେ ସହର ରେ ଦେଖିବାକୁ ମିଳିଥିଲା ।ଏହି ରୋଗ ରେ ଆକ୍ରାନ୍ତ ଙ୍କର ପାଇଁ ସେତେବେଳେ କୌଣସି ପ୍ରତିକାର ନଥିବା ରୁ ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କର ମୃତ୍ୟୁ ସୁନିଶ୍ଚିତ ଥିଲା ।ତେବେ ଏହି ରୋଗ କରନା ରୋଗ ପରି ଏକ ଭୁତାଣୁ ଅଟେ ଯାହା ଅନ୍ୟ ର ସଂସ୍ପର୍ଶରେ ଆସିଲେ ଅନ୍ୟଙ୍କୁ ହୋଇଥାଏ।

ରୋଗର ଲକ୍ଷଣ:-

ଏହି ମଙ୍କିପକ୍ସ୍ ରୋଗ ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କର ଶରୀର ରେ ଅତ୍ୟଧିକ ଜୋର ହେବା , ମୁଣ୍ଡ ବିନ୍ଧା ହେବା, ଦେହ ହାତ ଯନ୍ତ୍ରଣା ହେବା ପରି ଲକ୍ଷଣ ଦେଖାଯାଏ ।ଏହି ରୋଗ ଗୋଟିଏ ବ୍ୟକ୍ତି ଙ୍କ ଶରୀର ରୁ ଅନ୍ୟ ଜଣଙ୍କର ଶରୀର କୁ ତାକୁ ସ୍ପର୍ଶ କରିବା ଦ୍ୱାରା ବ୍ୟାପିଥାଏ। ଏହା ହାତର ଭେନ ମଧ୍ୟରୁ ଆସି ଥିବାର ଜଣାପଡିଛି। ଏହି ରୋଗ ହେଲେ ହାତ ଗୋଡ଼ ରେ ଫୋଟକା ଫୋଟକା ହୋଇଥାଏ।

ଏହି ରୋଗର ପ୍ରତିକାର କଣ ରହିଛି:-

ଗବେଷଣା ମଧ୍ୟମ ରେ ଜଣାପଡିଛି ଯେ, ଏହି ମଙ୍କିପକ୍ସ୍ ରୋଗ ଟି ହାଡ଼ଫୁଟି ରୋଗ ର ଅନ୍ୟ ଏକ ପ୍ରକାର ଭେଦ। ଏହା ମାଙ୍କଡ଼ ମାନଙ୍କ ଦ୍ୱାରା ବ୍ୟାପିଥାଏ ।ଏହି ରୋଗ ଛୋଟ କୀଟ ପତଙ୍ଗ କୁ ଛାଡି ଆଉ ସମସ୍ତ ପ୍ରାଣୀ ଙ୍କ ପାଖରେ ଦେଖାଯିବା ର ସମ୍ଭାବନା ରହିଛି।ଏହା ମାଙ୍କଡ ର ସଂସ୍ପର୍ଶରେ ଆସିବାର ୬ ରୁ ୧୩ ଦିନ ମଧ୍ୟରେ ବ୍ୟାପିଥାଏ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ଟୀକା ବାହାରି ନଥିବାରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.