Swastik Tv News Odisha

Kumudeni Tripathy – ଯାଦୁ ,କାଛୁ , କୁଣ୍ଡିଆ ପରି ଚର୍ମରୋଗ କୁ ଭଲ କରିଥାଏ ଏହି ଘରୋଇ ଜିନିଷ 100% ଗ୍ୟାରେଣ୍ଟି

0

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା।

ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ।ତେବେ ଆମ ଶରୀର ବହୁୟ ସୂକ୍ଷ୍ମ ହୋଇଥାଏ। ସାଧାରଣ ଧୂଳିକଣା ର ପ୍ରଭାବରେ ମଧ୍ୟ ଆମ ଶରୀର ରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

ତେବେ ଆପଣ ମାନେ ଦେଖିଥିବେ କିମ୍ବା କେବେ ଅନୁଭବ ମଧ୍ୟ କରିଥିବେ କି ଆମ ଶରୀରରେ ଚର୍ମ ରୋଗ ହୋଇଥାଏ ତଥା ଯାଦୁ , କାଛୁ , କୁଣ୍ଡିଆ ଆଦି ବାହ୍ୟ ରୋଗ ହୋଇଥାଏ ।ଯାହା ଶରୀରର ବାହାର ତଥା ଉପର ଅଂଶ ରେ ବା ଚର୍ମ ରେ ହୋଇଥାଏ। ଆମେ ଆଜି ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଚର୍ମରୋଗ ତଥା ଯାଦୁ , କାଛୁ ଓ କୁଣ୍ଡିଆ ରୋଗ ହେବାର କାରଣ ଏବଂ ଏହାର ସହଜ ଘରୋଇ ଉପଚାର ବିଷୟରେ ମଧ୍ୟ ଜଣେଇବୁ।

କାହିଁକି ହୋଇଥାଏ ଚର୍ମରୋଗ ଓ ଏହାର ଲକ୍ଷଣ:-

ସାଧାରଣତଃ କହିବାକୁ ଗଲେ,ଚର୍ମରୋଗ ତିନିଟି କାରଣ ରୁ ହୋଇଥାଏ ।ତଥା:-
୧.ଦୂଷିତ ପାଣି ର ବ୍ୟବହାର କରିବା ଦ୍ୱାରା
୨.ଶରୀର କୁ ଭଲ ଭାବରେ ପରିଷ୍କାର ନକଲେ , ଝାଳ ବହି ଏକ ସ୍ଥାନରେ ଅଧିକ ସମୟ ରହିବା ଦ୍ୱାରା ଏହା ହୋଇଥାଏ
୩.ଚର୍ମରୋଗ ହୋଇଥିବା ବ୍ୟକ୍ତି ଙ୍କର ସଂସ୍ପର୍ଶରେ ଆସିବା ଦ୍ୱାରା

ଏହି ରୋଗର ଲକ୍ଷଣ:-

ଚର୍ମରୋଗ ହେଲେ ବ୍ୟକ୍ତି ଙ୍କର ଚର୍ମ କୁଣ୍ଡେଇ ହୋଇଥାଏ ।ଏହା ହୋଇଥିବା ସ୍ଥାନରେ ଘା ପରି ହୋଇଯାଏ ଏବଂ ଧୀରେ ଧୀରେ ତାହା ଶରୀରର ଅନ୍ୟ ଅଂଶ କୁ ବ୍ୟାପିବାରେ ଲାଗିଥାଏ। ଏମିତି ମଧ୍ୟ କିଛି ଚର୍ମରୋଗ ରହିଛି ଯେଉଁଥିରେ ରସ ବାହାରି ଥାଏ ଏବଂ ତାହା ଯେଉଁ ଠାରେ ଲାଗିଥାଏ ସେହି ଜାଗାରେ ପୁଣି ହୋଇଥାଏ ।

କଣ ରହିଛି ଘରୋଇ ପ୍ରତିକାର :-

ତେବେ ଏହି ରୋଗ ହେଲେ ଆପଣ ଡାକ୍ତର ଙ୍କୁ ପରାମର୍ଶ କରି ଔଷଧ ସେବନ କରିପାରିବେ ।କିନ୍ତୁ ଆମେ ଆଜି ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା ୧୦୦% ଆପଣଙ୍କ ର ଚର୍ମରୋଗ କୁ ଭଲ କରିଦେବ। ତେବେ ଏହା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି;-
୧.ଅରଖ ପତ୍ରର କ୍ଷୀର ଏବଂ
୨.ନିମ୍ବ ପତ୍ର ରସ

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ୨-୩ ଚାମଚ ଅରଖ ପତ୍ର ର କ୍ଷୀର ନିଅନ୍ତୁ ଏବଂ ସେଥିରେ ୩-୪ ବୁନ୍ଦା ନିମ୍ବ ରସ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଯାଦୁ କିମ୍ବା କାଛୁ ହୋଇଥିବା ସ୍ଥାନରେ ଲଗାଇ ସୋଇଯାଆନ୍ତୁ ।ସକାଳେ ଉଠିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇନିଅନ୍ତୁ। ଏହିପରି ମାତ୍ର ଗୋଟିଏ ସପ୍ତାହ କରନ୍ତୁ ଦେଖିବେ ଆପଣଙ୍କ ର ଚର୍ମରୋଗ କୁଆଡେ ଗାଏବ୍ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.