Swastik Tv News Odisha

ଡାକ୍ତର ପୁଅକୁ ମୃତ ଘୋଷିତ କଲେ, କାନ୍ଦି କାନ୍ଦି ମାଆ କହିଲେ ଉଠ ଧନ, ହଠାତ ଉଠି ବସିଲା ପୁଅ, ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଭିଡ଼ିଓ…ଲୋମ ଟାଙ୍କୁରୀ ଉଠିବ

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ ।

ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ ।

ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ୧୨ ବର୍ଷ ର ବାଳକ। ତେବେ ଘଟଣା ଟି ଘଟିଛି ହରିୟାଣା ର ବାହାଦୂରଗଡ଼ ଜିଲ୍ଲା ର ଫୋର୍ଟ ମୋହଲା ଅଞ୍ଚଳ ରେ କୁନାଲ ନାମକ ଜଣେ ପିଲା ସହ। ତେବେ କିଛି ଦିନ ତଳେ ସେ ଟାଇଫଏଡ଼ ରୋଗ ରେ ପିଡୀତ ହୋଇ ଦିଲ୍ଲୀ ଠାରେ ଚିକିତ୍ସିତ ହେଉଥିଲେ ।ତେବେ ଗତ ମାସ ୨୬ ତାରିଖରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କିନ୍ତୁ ଏହାକୁ ସହ୍ୟ କରିପାରିନଥିଲେ ଜେଜେ ବିଜୟ ଶର୍ମା , ପିତା ହିତେଶ ଏବଂ ମାତା ଜାନଭି ଶର୍ମା ଙ୍କୁ ।କିନ୍ତୁ ସତକୁ ତ ଗ୍ରହଣ କରିବାକୁ ହେବାକୁ ହେବ ତେଣୁ ଘରେ ବାଳକ ର ଅନ୍ତିମ ସତ୍କାର ପାଇଁ କାର୍ଯ୍ୟ କରୁଥିଲେ ।ଆଉ ସେତିକି ବେଳେ କୁନାଲ ଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଘରକୁ ଅଣାଯାଉଥିଲା।

ତେବେ ତାଙ୍କର ମା ସେହି ଆମ୍ବୁଲାନ୍ସ ରେ ଆସୁଥିଲେ ଏବଂ କାନ୍ଦି କାନ୍ଦି କହିଲେ “ମୋ ଧନ ମୋ ପାଖକୁ ଫେରି ଆ ତ ବିନା କିପରି ବଞ୍ଚିବି ତୁ ଫେରିଆ”।ତେବେ ଆଶ୍ଚର୍ଯ୍ୟ ର କଥା ଏହା କି ଯେ , ମା ର କୋହ ଦେଖି ଭଗବାନ ବି ଫିକା ରହିଗଲେ ଏବଂ କୁନାଲ ର ନିଶ୍ୱାସ ଚାଳିବାରେ ଲାଗିଲା ।ଏହା ଦେଖି ସମସ୍ତେ ଚକିତ ହୋଇଗଲେ ।କିନ୍ତୁ ଏହା ସତ୍ୟ ଅଟେ।

ଯଦିଓ କୁନାଲ ଙ୍କର ଅନ୍ତିମ ସତ୍କାର ପାଇଁ ସବୁକିଛି ଯୋଗାଡ଼ ହୋଇ ସାରିଥିଲା ମାତ୍ର ଯେତେବେଳେ ସମସ୍ତେ ଜାଣିଲେ କି କୁନାଲ ନିଶ୍ୱାସ ପ୍ରଶ୍ୱାସ ନେଇଛି ସେତେବେଳେ ସମସ୍ତ ଙ୍କର ମୁହଁରେ ଏକ ଆଶା ଝଲସି ଉଠୁଥିଲା। ତେବେ ସଙ୍ଗେ ସଙ୍ଗେ କୁନାଲ ଙ୍କୁ ତାଙ୍କର ବାପା ଏବଂ ଜେଜେ ନିକଟରେ ଥିବା ହସ୍ପିଟାଲ କୁ ନେଇ ଗଲେ।

ସେଠାରେ ଡାକ୍ତର ତାଙ୍କୁ କହିଲେ କି ମାତ୍ର ୧୫% ସୁଯୋଗ ଅଛି କୁନାଲ ଙ୍କର ବଞ୍ଚିବାର। ମାତ୍ର ପରିବାର ଲୋକଙ୍କ କାମନା ଓ ଭଗବାନ ଙ୍କର କୃପା ରୁ ବର୍ତ୍ତମାନ କୁନାଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।ଏହି ଘଟଣା ରେ କୁନାଲ ଙ୍କର ଜେଜେ ବିଜୟ ଶର୍ମା କହିଛନ୍ତି କି ମୋ ନାତିର ପୁନର୍ଜନ୍ମ ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.