Swastik Tv News Odisha

ଦେଖନ୍ତୁ Live ଭିଡ଼ିଓ – ଦିନ ଦ୍ୱୀପହରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯୁବକ ଲୋକ ଦେଖିବାକୁ ଭିଡ

0

ଅଶାନ୍ତ ଭୁବନେଶ୍ୱର। ଦିନ ଦିପହର ରେ ଚାଲିଛି ହଣା କଟା, ମାର ପିଟ ଏବଂ ହତ୍ୟା। ଦିନ କୁ ଦିନ ରକ୍ତାକ୍ତ ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ବର। କେତେବେଳେ ଏଠାରେ ଅଧ ରାତ୍ରରେ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟୁଚି ତ୍ ପୁଣି କେତେବେଳେ ବାଇକ ର ଗୋଡେଇ ଗୋଡେଇ ହତ୍ୟା କରାଯାଉଛି। କେଉଁ ଠାରେ ଗୋଷ୍ଠୀ ସଂଘର୍ଷରେ କାହାର ଜୀଵନ ଗଲାଣି ତ୍ ପୁଣି କେତେବେଳେ ଦିନ ଦିପହର ରେ ଗୋଡେଇ ଗୋଡେଇ ହାଣୁଛନ୍ତି ପରସ୍ପର କୁ ।

ତେବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ରାଜଧାନୀ ତଥା ସ୍ମାଟ ସିଟି ଭୁବନେଶ୍ୱର ରେ। ଦିନ ଦିପହର ରେ ମାଷ୍ଟର କ୍ୟାଣ୍ଟିନ୍ ଆଗରେ ଗୋଡେଇ ଗୋଡେଇ ପରସ୍ପର କୁ ମାରଣାସ୍ତ୍ର ରେ ଆକ୍ରମଣ କରୁଥିଲେ ଦୁଇ ଗୋଷ୍ଠୀ। ଆଉ ସବୁ ଲୋକମାନେ ଚୁପଚାପ ଛିଡା ହୋଇ ଦେଖୁଥିଲେ ଏହିସବୁ କିନ୍ତୁ କେହି ବି ସାହସ କରିନଥିଲେ ଦୁଇ ଗୋଷ୍ଠୀ ମଧ୍ୟରେ ପଶିବାକୁ।

ତେବେ ସୂଚନା ପାଇ ପୋଲିସ ସେହି ସ୍ଥାନରେ ପହଂଚି ଥିଲା ଏବଂ ତିନି ଜଣ ବ୍ୟକ୍ତି ଙ୍କୁ ରକ୍ତାକ୍ତ ଅବସ୍ଥାରେ ଭୁବନେଶ୍ବର ର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଆସନ୍ତୁ ଜଂଣିବା ପ୍ରକୃତରେ ସେଠାରେ କଣ ହୋଇଥିଲା। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ ଟା ସମୟରେ ଭୁବନେଶ୍ୱର ର ମାଷ୍ଟର କ୍ୟାଣ୍ଟିନ୍ ଉପରେ ହଠାତ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।

ଏହି ସଂଘର୍ଷ ରେ ଭୁବନେଶ୍ବର ର ଗୁଣ୍ଡାରାଜ ର ହେଡ ରାଜା ପଣ୍ଡା ମଧ୍ୟ ଜଡିତ ଅଛନ୍ତି ବୋଲି ସୂଚନା ରହିଛି। ତେବେ ଗୋଟିଏ ଗୋଷ୍ଠୀ ରୁ ୭-୮ ଜଣ ଥିବା ସମୟ ରେ ଅନ୍ୟ ଗୋଷ୍ଠୀ ରେ ୪-୫ ଜଣ ବ୍ୟକ୍ତି ଥିଲେ ।ତେବେ କୌଣସି ଏକ କାରଣ ରୁ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ସମସ୍ତ ଙ୍କ ହାତରେ ଥିଲା ବଡ଼ ବଡ଼ ଖଣ୍ଡା ଏବଂ ବନ୍ଧୁକ। ଦୁଇ ଗୋଷ୍ଠୀ ଉଭୟ ଉଭୟ ଙ୍କୁ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣ ରେ ଗୋଟିଏ ଗୋଷ୍ଠୀ ର ଜଣେ ବ୍ୟକ୍ତି ଗୁରୁତ୍ୱ ର ଆହାତ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ଏହି ଗୋଷ୍ଠୀ ସଂଘର୍ଷ ଦେଖି ପୋଲିସ ସେଠାରେ ପହଁଚି ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ କୁ ପଠାଇ ଥିଲା ଏବଂ ଏହାର ତଦନ୍ତ ଆରମ୍ଭ କରିଥିଲା। ତେବେ କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା ଥିଲା କି ଏହି ଘଟଣା ଘଟୁଥିବା ବେଳେ ଦେଖୁଥିବା ଲୋକମାନେ ଚୁପଚାପ ହୋଇ ଛିଡା ହୋଇଥିଲେ ଏବଂ ଦୋକାନୀ ମାନେ ନିଜ ଦୋକାନ ବନ୍ଦ କରିଥିଲେ।

ତେବେ ପ୍ରାଥମିକ ସ୍ତରରୁ ଜଣାପଡିଛି ଯେ, ଭୁବନେଶ୍ବର ରେ ଡ୍ରକ୍ସ ବ୍ୟାପକ କୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା ।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣାପଡି ନାହିଁ।ପୋଲିସ ଜଣଙ୍କୁ ଅଟକାଇ ପଚରା ଉଚରା ଚଳରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.