Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ହେ ଭଗବାନ ! ଏଭଳି ସମୟରେ ଏମିତି ଦୃଶ୍ୟ “ମୁଁ ତୁମ ରୋଗୀ ଙ୍କର ଚିକିତ୍ସା କରିବି ନାହିଁ ” ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଭିଡ଼ିଓ

0

ସାରା ଦେଶରେ ପଡିଛି ହାହାକାର.. ଜାଣି ହେଉନାହିଁ କିପରି ଟଳିବ ଏହି ମହାବିପତି…କିଏ ରକ୍ଷା କରିବ ଏହି ପୃଥିବୀ ପୃଷ୍ଠା କୁ ।ବର୍ତ୍ତମାନ ମାନ ର ଏହି କରନା ଭୁତାଣୁ ର ପରିସ୍ଥିତି କୁ ଦେଖି ଏହିପରି ସବୁ ଚିନ୍ତା ଆମ ମନ କୁ ଆସିବା ସ୍ବଭାବିକ ଅଟେ ।ଦିନକୁ ଦିନ ଦେଶ ରେ ବଢି ଚାଲିଛି କୋଭିଡ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା। କୋଉ ହସ୍ପିଟାଲରେ ସ୍ଥାନ ନାହିଁ ଅନ୍ୟ ରୋଗୀ ଙ୍କୁ ଆଡ଼ମିଟ କରିବାକୁ।

ତା ଉପରେ ପୁଣି ସରକାରୀ କର୍ମଚାରୀ ମାନଙ୍କ ର ଦୁର୍ନୀତି, ଦୁର୍ବ୍ୟବହାର ଏବଂ ଦାଦାଗିରି। ଏକ ସରକାରୀ କର୍ମଚାରୀ ହୋଇ ମଧ୍ୟ ଭୁଲିଯାଉଛନ୍ତି ତାଙ୍କର ମାନବିକତା ଏବଂ କରିବସୁଛନ୍ତି ଏହିପରି ସବୁ ଅସାମଜିକ ତଥା ଅମାନବିକ କାର୍ଯ୍ୟ।ଲୋକଙ୍କ ର ରକ୍ଷକ ହୋଇ କେବେ କେବେ ଏପରି କିଛି କାମ କରିବସୁଛନ୍ତି ଯେ ତା ବିଶ୍ଵାସ କରିବା କଷ୍ଟକର। ତେବେ ବର୍ତ୍ତମାନ ଏହିଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ମାନେ ଚକିତ ହୋଇଯିବେ।
ତେବେ ଘଟଣା ଟି ଘଟିଛି ଜୟପୁର ର ଗୋଲଡେନ ପ୍ରାଇଭେଟ ହସ୍ପିଟାଲରେ। ଯେଉଁଠାରେ ଜଣେ ନର୍ସ ଙ୍କର ବ୍ୟବହାର ଦେଖି ସବୁ ଚକିତ ହୋଇ ରହିଗଲେ।ତେବେ ଏହି ହସ୍ପିଟାଲ ରେ ଜଣେ ଯୁବତୀ ନିଜ ବୃଦ୍ଧ ବାପା ଙ୍କୁ ଭର୍ତ୍ତି କରିଥିଲେ ।ତେବେ ସେ କୋଭିଡ-୧୯ ରେ ଆକ୍ରାନ୍ତ ନଥିଲେ ତାଙ୍କର ଅନ୍ୟ କିଛି ରୋଗ ପାଇଁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପ୍ରାୟ ୪ ଦିନ ହେବ ଆସିୟୁ ରେ ଭର୍ତ୍ତି କରାଯାଇଥିଲା।

ତେବେ ଯୁବତୀ ଜଣଙ୍କ କିଛି ସମୟ ପାଇଁ ବାହାର କୁ ଯାଇଥିଲେ ତେବେ ସେ ଫେରିବା ପରେ ଦେଖିଥିଲେ କି ତାଙ୍କ ବାପା ଙ୍କର ଅକ୍ସିଜେନ ଲେଭେଲ ୫୦-୫୫ ମଧ୍ୟରେ ଥିଲା ।ତେଣୁ ସେ ଜଣେ ନର୍ସ କୁ କହିଲେ ଏହାକୁ ଚେକ କରିବାକୁ।କିନ୍ତୁ ଏଥିରେ ସେହି ନର୍ସ ଯାହା ଉତ୍ତର ଦେଇଥିଲେ ତାହା ଜାଣିଲେ ଆପଣ ଙ୍କ ମୁଣ୍ଡ ଖରାପ ହୋଇଯିବ।

ତେବେ ଅତ୍ୟନ୍ତ ଉତେଜିତ ହୋଇ ନର୍ସ ଜଣଙ୍କ କହିଥିଲେ କି, ସେ ତାଙ୍କ ବାପା ଙ୍କର ଚିକିତ୍ସା କରିବେ ନାହିଁ କି ଏହି ହସ୍ପିଟାଲର କେହି ତାଙ୍କର ଚିକିତ୍ସା କରିପାରିବେନି ।ସେ ତାଙ୍କ ବାପା ଙ୍କୁ ଏଠୁ ନେଇଯାଇ ଅନ୍ୟ ଡାକ୍ତର ଙ୍କ ପାଖରେ ଦେଖାନ୍ତୁ।ତେବେ ନର୍ସ ଙ୍କର ଏହିସବୁ କଥାକୁ ମହିଳା ଜଣଙ୍କ ବଡ଼ ଚାଲକୀର ସହ ନିଜ ମୋବାଇଲ ରେ ରେକର୍ଡ କରିଥିଲେ।

ତେବେ ଆଶ୍ଚର୍ଯ୍ୟ ର କଥା ଏହା ଥିଲା କି ସେହି ହସ୍ପିଟାଲର ଅନ୍ୟ ସଦରସ୍ୟ ମାନେ ସେହି ନର୍ସ ଙ୍କୁ ସପଟ କରିଥିଲେ ଏବଂ ମହିଳା ଙ୍କୁ ଭିଡ଼ିଓ କରିବାକୁ ମନା କରିଥିଲେ। ତେବେ ଆମେ ଜାଣିପାରୁଛନ୍ତି କି ଡାକ୍ତର ଓ ନର୍ସ ମାନେ ଦିନ ରାତି ରୋଗୀ ଙ୍କ ସେବା କରି କରି ନିଜ ଜୀବନକୁ ଉତ୍ସର୍ଗ କରିସାରିଲେଣି। ତଥାପି ତାଙ୍କର ରୋଗୀ ଙ୍କ ପ୍ରତି ଏପରି ବ୍ୟବହାର କରିବା ଉଚିତ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.