Swastik Tv News Odisha

ଆଉ ଜଣେ ସ୍ତ୍ରୀଙ୍କ ଆକୁଳ ନିବେଦନ, ମୋ କିଡନୀ ନିଅ ପଛେ କିନ୍ତୁ ‘ମୋ ସ୍ବାମୀଙ୍କୁ ବି ବଞ୍ଚାଇ ଦିଅ।’ସୋସିଆଲ ମିଡ଼ିଆ ରେ ସାହାଯ୍ୟ ଭିକ୍ଷା

0

ବିବାହ ଦୁନିଆଁ ର ସବୁଠାରୁ ପବିତ୍ର ବନ୍ଧନ ହୋଇଥାଏ। ବିବାହ ରେ ଜଣେ ଅଜଣା ଝିଅ ଆଉ ଜଣେ ଅଜଣା ଯୁବକ ଙ୍କୁ ବିବାହ କରିଥାଏ ସତ କିନ୍ତୁ ବିବାହ ପରେ ଦୁହେଁ ଦୁହିଁଙ୍କ ର ଜୀବନ ପାଲଟି ଯାଇଥାନ୍ତି। ଜଣଙ୍କ ବିନା ଅନ୍ୟ ଜଣଙ୍କର କୌଣସି ମୁଲ୍ୟ ନଥାଏ ବୋଲି କହିଲେ ମଧ୍ୟ କୌଣସି ଭୁଲ ହେବ ନାହିଁ। ଏହି ବିବାହ ସାତ ଜନ୍ମ ର ବନ୍ଧନ ହୋଇଥାଏ। ସବୁ ସୁଖ, ଦୁଃଖ, ହସ ଲୁହ କୁ ନେଇ ଏକ ନୂଆ ପରିବାର ଗଠନ କରିଥାଏ ଏହି ବିବାହ।

କିନ୍ତୁ ସମୟ ତ ବଡ଼ ବଲବାନ ଅଟେ ।କେତେ ବେଳେ କାହା ସହ କଣ ଘଟିଥାଏ ତାହା କେହି ଜାଣିପାରନ୍ତି ନାହିଁ। ଆଉ ଯେତେବେଳେ ସମୟ ଚକ୍ରରେ ଜଣେ ସ୍ତ୍ରୀ ର ଆଖି ଆଗରେ ତାର ସ୍ୱାମୀ ମୃତ୍ୟୁ ସହ ଲଢେ଼ଇ କରିଥାଏ ସେତେବେଳେ ସ୍ତ୍ରୀ ତାର ଶଙ୍ଖା ଓ ସିନ୍ଦୂର କୁ ବଞ୍ଚେଇବା ପାଇଁ କିଛି ବି କରିବାକୁ ଆଗେଇ ଆସିଥାଏ। ତେବେ ଏହିଭଳି ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେଉଁ ଠାରେ ଜଣେ ପତ୍ନୀ ନିଜ ସ୍ଵାମୀ ର ଜୀଵନ ବଞ୍ଚିବାକୁ ନିଜ କିଡନୀ ଦେବାକୁ ରାଜି ଅଛି ମାତ୍ର ଟଙ୍କା ସାଜିଛି ବାଧକ।

ସୂଚନାଯୋଗ୍ୟ ଯେ, ଘଟଣା ଟି ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲାର ରାଣୀତାଲ ଅନ୍ତର୍ଗତ ସରେନ ବରମନ ଙ୍କର ପୁଅ ପପୁ ବରମନ ଙ୍କ ସହ ।ତେବେ ସେ ଏକ ମଧ୍ୟବିତ୍ତ ପରିବାର ର ଲୋକ ଅଟନ୍ତି। ବହୁତ କଷ୍ଟ ରେ କାମ କରି ନିଜ ପରିବାର ର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ତାଙ୍କର ପରିବାର କହିଲେ ସ୍ତ୍ରୀ ଏବଂ ୧୦ ବର୍ଷର ପୁଅ। ସେ ପ୍ରାୟ ୧୦ ବର୍ଷ ହେବ ଯାଜପୁର ର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଷ୍ଟିଲ କମ୍ପାନୀ ରେ କାମ କରିଆସୁଥିଲେ। ଆଉ ନିଜ ପରିବାର ପଶୁଥିଲେ। ମାତ୍ର ଦୁଃଖ ଯାହା କପାଳରେ ଲେଖା ସେ ବା କଣ କରିପାରିବ।

ତେବେ କିଛି ଦିନ ତଳେ ସେ ତାଙ୍କ ପଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଡାକ୍ତର ଙ୍କୁ ଦେଖାଇବା ପରେ ଜାଣିଥିଲେ କି ତାଙ୍କର ଦୁଇଟି ଯାକ କିଡନୀ ଡ୍ୟାମେଜ ହୋଇଯାଇଛି। ତେଣୁ ତାଙ୍କର ପତ୍ନୀ ନିଷ୍ପତ୍ତି ନେଲେ କି ନିଜର ଏକ କିଡନୀ ଦେଇ ସ୍ଵାମୀ ଙ୍କୁ ବଞ୍ଚାଇବେ ବୋଲି ।କିନ୍ତୁ ଗରିପ ପରିବାର ର ହୋଇଥିବାରୁ ତାଙ୍କ ପାଖରେ ଏହି ଚିକିତ୍ସା ପାଇଁ ଟଙ୍କା ନାହିଁ। ତେଣୁ ସେମାନେ ସୋସିଆଲ ମିଡ଼ିଆ ର ଆଶ୍ରୟ ନେଇଛନ୍ତି ଏବଂ ସରକାର ତଥା ସହୃଦୟ ବ୍ୟକ୍ତି ଙ୍କ ଠାରୁ କିଛି ସାହାଯ୍ୟ ଭିକ୍ଷା କରୁଛନ୍ତି।

ତେବେ ପପୁ ଙ୍କର ପତ୍ନୀ କହିଛନ୍ତି କି, ସରକାର ଏବଂ ଲୋକମାନେ ଚାହିଁଲେ ମୁଁ ମୋ ସିନ୍ଦୂର କୁ ବଞ୍ଚାଇ ପାରିବି ।ମୁ ମୋର କିଡନୀ ଦେବାକୁ ରାଜି ଅଛି ଆପଣ ମାନେ ମତେ ଟିକିଏ ସାହାଯ୍ୟ କରନ୍ତୁ ଏବଂ କିଛି ଆର୍ଥିକ ସହାୟତା ଦେଲେ ମୋ ସଂସାର ପୁଣି ହସି ଉଠିବ। ତେବେ ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରିଛନ୍ତି କି, ଆପଣ ନିଜର ସମର୍ଥନ ଅନୁସାରେ ସାହଯ୍ୟ କରନ୍ତୁ ଏହି ପରିବାର କୁ , ଭଗବାନ ଆପଣଙ୍କ ର ମଙ୍ଗଳ କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.