Swastik Tv News Odisha

ଦେଖନ୍ତୁ ଭିଡ଼ିଓ : କରୋନା ସମୟରେ ଏହି ଝିଅର ଭିଡ଼ିଓ ନିଆଁ ଭଳି ଭାଇରାଲ, ୬୦ ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି

0

ଜନତା ହୁଅନ୍ତୁ କିମ୍ୱା ସରକାର , ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି ଏହି ମହାମାରୀ କୁ ନେଇ । କୋରୋନା, ଚାରିଆଡ଼େ କେବଳ କୋରୋନା । ସରକାର ଲୋକ ମାନଙ୍କୁ ଭଲ ରେ ସୁସ୍ଥ ରେ ରଖିବା ପାଇଁ ଲକ୍ ଡାଉନ୍ , ସଟ୍ ଡାଉନ୍ କରୁଛନ୍ତି । ବର୍ତ୍ତମାନ ର କରୋନା ପରିସ୍ଥିତି ଯେମିତି ସାମାନ୍ୟ ଆୟତ୍ତ ରେ ଆସିଛି ସଂକ୍ରମଣ ହାର କମିବ ସହିତ ମୃତ୍ୟୁ ହାର ମଧ୍ୟ ଦିନ କୁ ଦିନ କମିଛି ।

ତେବେ ମଧ୍ୟ ଭାରତ ରୁ କୋରୋନା ର ଦ୍ୱିତୀୟ ଲହରୀ ଯାଇନାହିଁ । ଅନେକ ସ୍ଥାନ ରେ ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଅନେକ ସ୍ଥାନ ରେ ତୃତୀୟ ଲହରୀ ର ଅନୁସନ୍ଧାନ ମିଳିଥିଲା । ତେବେ ଭାରତ ରେ ବର୍ତ୍ତମାନ ସୁଦ୍ଧା ଡେଲ୍ଟା ଭରିଆଣ୍ଟ ଯାଇନଥିବା ବେଳେ ଡେଲ୍ଟା ପ୍ଲସ ଭରିଆଣ୍ଟ ର ପ୍ରକୋପ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅନେକ ସଂଖ୍ୟା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ପ୍ରଥମ ଲହରୀ ଠୁ ଦ୍ୱିତୀୟ ଲହରୀ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ।

ମହିଳା ଜଣକ ଇନ୍ଦୋର ସହର ର ବାସିନ୍ଦା । ନାମ ରୁଚି ଖନ୍ଦେଲବାଲ୍ । ସେ ଏହି ଭିଡିଓ ମାଧ୍ୟମ ରେ ଜଣାଇଛନ୍ତି ଯେ ଇଚ୍ଛାଶକ୍ତି ଥିଲେ କଣ କଣ ସମ୍ଭବ ହୋଇ ନ ପାରେ । ତେବେ କୋରୋନା ପାଇଁ ତାଙ୍କ ଫୁସ୍ ଫୁସ୍ ରେ ୮୫% ଇନଫେକ୍ସନ୍ ବ୍ୟାପି ଯାଇଥିଲା । ଫୁସଫୁସ ଆଉ କୌଣସି କାମ କରୁନଥିଲା । ଏପରି କି ଡାକ୍ତର ମାନେ ମଧ୍ୟ ନିଜର ମତା ମତ ଦେଇ ଦେଇଥିଲେ କି ସେ ଆଉ ବଞ୍ଚିବେନି ।

ମାତ୍ର ନିଜେ ରୁଚି ହାର ମାନି ନଥିଲେ । ନିଜର ବଞ୍ଚିବା ର ଇଚ୍ଛା ଶକ୍ତି କୁ ସେ କେବେ ହେଲେ ହାରିଯିବାକୁ ଦେଇନଥିଲେ । ନିଜର ଇଛାଶକ୍ତି ଦ୍ଵାରା ସେ ନିଜ ସହ ଲଢେଇ କଲେ । ଫଳରେ ତାଙ୍କର ଏହି ଫୁସଫୁସ ଇନଫେକସନ ୮୫% ରୁ ୫୫% ହୋଇ ଗଲା ସେ ପୁଣି କେବଳ ଦୁଇ ଦିନ ମଧ୍ୟରେ ।ଇନ୍ଦୋର ର ଅରବିନ୍ଦ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ରୁଚି ଖନ୍ଦେଲବାଲ୍ ନିଜକୁ ଗୋଟେ ଉଦାହରଣ କରିଛନ୍ତି ଯେ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ ।

ସେ ନିଜ ଭିଡିଓ ରେ କହିଛନ୍ତି ଯେ ନିଜର ଇଛା ଥିଲେ ରୋଗ ଦୂରେଇ ଯାଏ । ଆମକୁ ଭାବିବା ଉଚିତ୍ ଯେ ରୋଗ ଆମ ମୁଣ୍ଡରେ ଅଛି ଯାହାକୁ ଆମକୁ ବାହାର କରି ପକେଇଦେବା ଉଚିତ୍ ଓ ଭାବିବା ଆମେ ଠିକ ଅଛୁ , ଆମକୁ କିଛି ହୋଇନି । ଯଦି ଏହାର ବିପରୀତ ଭାବିବା ତେବେ ଆମେ କେବେବି ଠିକ ହୋଇ ପାରିବା ନାହିଁ । କାରଣ ଏହି ଚିନ୍ତା ଧାରା ମେଡ଼ିସିନକୁ ମଧ୍ୟ ହରାଇ ଦେବ ।

ତେବେ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯେ ନିଜର ବଞ୍ଚିବା ଶକ୍ତି ଥିଲେ କୌଣସି ରୋଗ ଆମକୁ ହରାଇ ପାରିବ ନାହିଁ । ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ଅନେକ ଜଣ ଦେଖି ସାରିଲେଣି । ନିଜେ ରୋଗ ରୁ ଆରୋଗ୍ୟ ହୋଇ ଅନ୍ୟ ଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ରୁଚି ଖନ୍ଦେଲବାଲ୍ । ବାସ୍ତବ ରେ ଏହା ହିଁ ସତ କଥା ।

Leave A Reply

Your email address will not be published.