Swastik Tv News Odisha

ବିବାହର 5 ମାସ ପରେ,ଗର୍ଭବତୀ ହୋଇଥିବା ପତ୍ନୀଙ୍କୁ ଆର୍ମି ସ୍ୱାମୀ ତାଙ୍କ ସହ ଯାହା କଲେ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଉଲ୍ଲେଖ ଯୋଗ୍ୟ ଯେ , ବିବାହ ସମୟରେ ଯୌତୁକ ଦେବାର ପ୍ରଥା ପ୍ରାୟ ବହୁତ ଆଗରୁ ଥିଲା । ମାତ୍ର ଏବେ ମଧ୍ୟ ଭାରତୀୟ ଲୋକମାନେ ଏହାକୁ ମାନିଆସିଛନ୍ତି । ଯଦିଓ ଆମ ଭାରତ ସରକାର ନୂଆ ଆଇନ ଅନୁସାରେ ବିବାହ ସମୟରେ ଯୌତୁକ ଦେବା କିମ୍ବା ଯୌତୁକ ଗ୍ରହଣ କରିବା ଏକ ଆଇନ ଗତ ଅପରାଧ ଅଟେ । ତଥାପି ଲୋକମାନେ ଏହାକୁ ମାନିଆସିଛନ୍ତି ।କିନ୍ତୁ ଯେଉଁ କନ୍ୟା ର ପିତା ଏକ ଗରିବ ଶ୍ରେଣୀର ହୋଇଥାନ୍ତି ତାଙ୍କର ଝିଅ ପାଇଁ ଏହି ଯୌତୁକ ପ୍ରଥା କାଳ ସଜିଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ ଅଟେ।

ସାଧାରଣ ଭାବରେ କହିବାକୁ ଗଲେ ଗୋଟିଏ ଝିଅ ବିବାହ ପରେ ତାର ସ୍ୱାମୀ ଓ ଶାଶୂ ଘର କୁ ନେଇ ଏକ ନୂତନ ଜୀଵନ ଆରମ୍ଭ କରିଥାଏ। ସେ କେତେ ସବୁ ସ୍ୱପ୍ନ ଦେଖିଥାଏ ତାର ଭବିଷ୍ୟତ କୁ ନେଇ ।ମାତ୍ର ବର୍ତ୍ତମାନ ର ଲୋକଙ୍କ ପାଇଁ ତ୍ ବିବାହ ଏକ ଖେଳଘର, ବିବାହ କହିଲେ ସେମାନଙ୍କୁ କେବଳ ଯୌତୁକ, ଧନ ସମ୍ପତ୍ତି ଆଦି ନଜର କୁ ଆସୁଥାଏ କିନ୍ତୁ ଗୋଟିଏ ଝିଅ ର ତ୍ୟାଗ ସେମାନ ଙ୍କୁ ଦେଖାଯାଏ ନାହିଁ। ଆଉ ଏହି ଯୌତୁକ ଲୋଭରେ ସେମାନେ ଏପରି ସବୁ କାର୍ଯ୍ୟ କରିଥାନ୍ତି ଯାହାକି ଅକ୍ଷ୍ମନୀୟ ଏବଂ ଆଶ୍ଚର୍ଯ୍ୟ ଅଟେ ।ତେବେ ଏହିଭଳି ପରିସ୍ଥିତି ରେ ପଡିଥିଲେ ଜଣେ ମହିଳା ଯାହାଙ୍କୁ ଶେଷରେ ନିଜର ଜୀଵନ ମଧ୍ୟ ବଳି ଦେବାକୁ ପଡିଲା।

ତେବେ ସୂଚନା ଅନୁସାରେ , ନୂଆ ଦିଲ୍ଲୀ ର ହରିଦାସପୁର ଠାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ର ଲୋକେ ଯୌତୁକ ପାଇଁ ନିଜର ଗର୍ଭବତୀ ବହୁ ର ହତ୍ୟା କରିଛନ୍ତି ।ତେବେ ଝିଅ ଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ୨୨ ଅକ୍ଟୋବର ମାସ ୨୦୧୭ ସେମାନେ ତାଙ୍କର ଝିଅ କୁ ବିବାହ କରି ତାର ଶଶୁର ଘରକୁ ପଠେଇଥିଲେ । କିନ୍ତୁ ସେମାନେ ଜାଣିନଥିଲେ କି ସେମାନେ ତାଙ୍କର ଝିଅ କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି ବୋଲି ।

ତେବେ ସେମାନେ କହିଛନ୍ତି ଯେ ,ବିବାହ ସମୟରେ ବର ପକ୍ଷ ଲୋକ ଯାହା ଦାବି କରିଥିଲେ ଝିଅ ର ପରିବାର ଲୋକ ତାହା ବିବାହ ସମୟରେ ଦେଇଥିଲେ । ତେବେ ବିବାହ ର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ବାହାଘର ର ମାତ୍ର ୫ ମାସ ପରେ ବର ଘର ଲୋକେ ଝିଅ କୁ ପୁଣି ଥରେ ବାପ ଘରୁ ଯୌତୁକ ଆଣିବାକୁ କହିଥିଲେ । କିନ୍ତୁ ଝିଅ ର ବାପ ଘର ଲୋକେ ଏହାକୁ ଦେବା ପାଇଁ ସମର୍ଥ ନଥିଲେ ।

ତେଣୁ ସେମାନେ ବୁଝାମଣା କରିବାକୁ ଗୋଟିଏ ଦିନ ଆସିଥିଲେ । ମାତ୍ର ସେହି ଦିନ ରାତିରେ ଝିଅ ର କଲ ଆଇଥିଲା ବାପ ଘରକୁ ଆଉ ସେ କହିଥିଲେ କି ତାକୁ ବଞ୍ଚବାକୁ କିନ୍ତୁ ସକାଳେ ଯେତେବେଳେ ବାପ ଝିଅ ର ଶଶୁର ଘର ପହଞ୍ଚିଥିଲେ ସେତେବେଳେ ସେ ଝିଅର ସବକୁ ଦେଖିବାକୁ ପାଇଥିଲେ । ପରେ ପୋଲିସ ରେ ଅଭିଯୋଗ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.