Swastik Tv News Odisha

ହାରିଗଲା ମାନବି ପଣିଆ ! ଜନମ କରିଥିଲି 8 ପୁଅ ଝିଅ କେହି ବାସୀରେ ପଚାରୁ ନାହାଁନ୍ତି ,,,,ଧିକ ତମ ପୁଅ ପଣିଆ ….ଦୟାକରି ଏହି ବାପା ମା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ ..

0

ତେବେ ବନ୍ଧୁଗଣ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ବୁଦ୍ଧ ମା ଡହଳ ବିକଳ ହୋଇ କାନ୍ଦି କାନ୍ଦି କହୁଛି, “ଜନମ କରିଥିଲି ଆଠଟି ଛୁଆ। ସେମାନେ ଯାହା କହିଲେ ତାଙ୍କ ହଁରେ ହଁ ମାରିଲି। ସବୁ ମିଛ ହୋଇପାରେ, କିନ୍ତୁ ମୋ ଗର୍ଭ କଣ ମିଛ। ଏବେ ଲାଗୁଛି ଏହି ଦୂର୍ବିଶଃ ଜୀବନକୁ ହତ୍ୟା କରିଦେବାକୁ । ଆଉ ପିଲାଙ୍କ ପାଖକୁ ଜମା ଯିବୁନି। ଯଦି କଉଠି ଆଶ୍ରା ଟିକେ ନପାଏ ତେବେ ଆମେ ସ୍ଵାମୀ ସ୍ତ୍ରୀ ଦୁହେଁ ଆତ୍ମହତ୍ୟା କରିଦେବୁ ।”

ତେବେ ୧୦ ମାସ ୧୦ ଦିନ ଗର୍ଭରେ ରଖି ଗୋଟାକ ପରେ ଗୋଟେ ୮ଟି ଛୁଆ ଜନ୍ମ କରିଥିବା ଜଣେ ବୁଢ଼ୀ ମାର ନିଜ ପିଲା ମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ଘୃଣା ଏବଂ ଅସହାୟତାର କାହାଣୀ । ମାଆ ଟିଏ ଆଜି ସହି ପାରୁନି ନିଜ ପିଲାଙ୍କ ଦାଉ । ବାରମ୍ବାର ନିଜ ଗର୍ଭକୁ ନେଇ ପ୍ରଶ୍ନ କରୁଛି ସେ । ଛି ଛାକର କରୁଛି ନିଜ ମାତୃତ୍ଵ ଉପରେ । ତେବେ ବଲାଙ୍ଗୀର କଂସାରିପଡ଼ା ନିକଟରେ ଥିବା ପୌର ସଂସ୍ଥାର ସେଲ୍ଟର ହୋମରେ ରହୁଥିବା ଏଦୁହେଁ ହେଲେ ଗୋବିନ୍ଦ ବେହେରା ଏବଂ ତାଙ୍କ ପତ୍ନୀ ମଲ୍ଲୀ ବେହେରା ।

ଜୀବନର ଅପରାହ୍ନରେ ଏବେ ଏଇ ସେଲ୍ଟର ହୋମ୍ ହିଁ ଭରସା ଏବଂ ଶେଷ ଠିକଣା । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ମଧ୍ୟ ଏମାନଙ୍କର ଅଛନ୍ତି ୬ ଜଣ ଝିଅ ଏବଂ ଦୁଇ ଦୁଇଟି ପୁଅ । ଦୁଇ ପୁଅ ସେନା ବାହିନୀରୁ ଅବସର ନେଇ ଏବେ ଅନ୍ୟତ୍ର ଚାକିରୀ କରିଛନ୍ତି । ଆଉ ୬ ଝିଅ ମାନଙ୍କ ଭିତରୁ ୨ ଜଣ ସରକାରୀ ଚାକିରୀ ମଧ୍ୟ କରୁଛନ୍ତି । ସବୁ ପୁଅ ଝିଅଙ୍କୁ ଏ ବୁଢା ବାପା ମା ବାହା ମଧ୍ୟ କରେଇ ସାରିଛନ୍ତି । ନାତି ନାତୁଣୀଙ୍କୁ ମିଶାଇଲେ ବିରାଟ ଏକ ସୁଖୀ ପରିବାର ।

ଯେଉଁ ପିଲା ମାନଙ୍କୁ ମଣିଷ କରିବା ପାଇଁ ଏଇ ବୁଢା ବାପା ମା ଦୁହେଁ ନିଜ ଜୀବନର ଛଅ ଦଶନ୍ଧି ଅର୍ଥାତ୍ ୬୦ ବର୍ଷ ସଂଘର୍ଷରେ କଟାଇ ଦେଇଛନ୍ତି ଆଜି ସେଇ ବାପା ମାଙ୍କୁ ତାଙ୍କ ପିଲାମାନେ ପଚାରୁ ନାହାଁନ୍ତି । ଆପଣ ହୁଏତ ବିଶ୍ୱାସ କରି ନପାରନ୍ତି ଯେ ଦିନେ ରାସ୍ତା କଡ଼ରେ ପାନ ଦୋକାନ ଟିଏ କରି ପରିବାର ପୋଷୁଥିଲେ ଗୋବିନ୍ଦ । ସେଇ ସ୍ୱଳ୍ପ ରୋଜଗାରରେ ୮ଟି ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିଥିଲେ ।

ଏବେ କିନ୍ତୁ ସେଇ ପିଲା ଆଉ ତାଙ୍କୁ ପଚାରୁ ନାହାଁନ୍ତି । ବରଂ ଭୂତାଇ ଯାହା କିଛିବି ସମ୍ପତି ଥିଲା ସେସବୁ ହାସଲ କରିନେବା ପରେ ମାଡ ମଧ୍ୟ ମାରିଛନ୍ତି । ତେବେ ଏଇ ଘଟଣାରେ ବଡ଼ ପୁଅ କୌଣସି ଟିପ୍ପଣୀ ଦେବାକୁ ରୋକଠୋକ୍ ମନା କରିଦେଇ ପୋଲିସ୍ ତଦନ୍ତ ହେଉ ବୋଲି କହିଥିବା ବେଳେ ସାନ ପୁଅ କିନ୍ତୁ ସବୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.