Swastik Tv News Odisha

Viral video – “ଦିଅର କହି ମୋତେ ୨ଦିନ ଧରି ଗଣଦୁଷ୍କର୍ମ କଲେ ୭ ଜଣ “- ପୁଣି ଏମିତି ଅଭିଯୋଗ ଆଣିଲେ ବିବାହିତା ମହିଳା

0

ସ୍ଵାଧୀନତା ର ଏତେ ବର୍ଷ ବିତିଗଲାଣି ସତ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ମାନସିକତା ଏବଂ କାର୍ଯ୍ୟ କଳାପ ରେ ପରିବର୍ତ୍ତନ ଆସିନାହିଁ ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ। ଜାତି ର ପିତା ମହାତ୍ମା ଗାନ୍ଧୀ କହିଥିଲେ କି, ଏହି ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ନୁହେଁ, ଯେତେବେଳେ ଜଣେ ମହିଳା ରାତି ୧୦ ଟାରେ ରାସ୍ତା ରେ ଏକୁଟିଆ ବିନା ଭୟରେ ଚାଲିପାରିବ ସେତେବେଳେ ଆମେ ପ୍ରକୃତ ସ୍ଵାଧୀନତା ପାଇବୁ। ତେବେ ରାତି ୧୦ ଟା ତ ଛାଡ଼ନ୍ତୁ ଏଠାରେ ଦିନ ଦିପହର ରେ ବି ଘରୁ ବାହାର କୁ ବାହାରିବା ମହିଳା ଙ୍କ ପାଇଁ କାଳ ସାଜିଲାଣି ।

ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ଭାବି ପାରିବେ ନାହିଁ କି, ଏ ସମାଜ କେଉଁ ଦିଗ କୁ ଗତି କରୁଛି ବୋଲି। ତେବେ ଘଟଣା ଟି ଥିଲା ଜଣେ ବିବାହିତ ମହିଳାଙ୍କ ର ଯିଏକି ଅତ୍ୟନ୍ତ ନିର୍ମମ ଭାବରେ ୪ ଦିନ ଧରି ନିଜ ୭ ଜଣ ପୋଡ଼ଶୀ ଙ୍କ ଦ୍ବାରା ଦୁଷ୍କର୍ମ ର ସ୍ୱୀକାର ହୋଇଥିଲା ।ତା ପରେ ପୁଣି ପୋଲିସ ର ତାନ। ତେବେ ବାଧ୍ୟ ହୋଇ ସେ ମହିଳା କମିଶନ ଙ୍କୁ ନ୍ୟାୟ ପାଇଁ ଆବେଦନ କରିଛନ୍ତି।

ତେବେ ଘଟଣା ଟି କିଛି ଏପରି ଥିଲା କି, ଜଣେ ମହିଳା ନିଜ ଛୋଟ ପିଲା କୁ ଦେଖିବାକୁ ବାପ ଘର କୁଲିଗାଁ ରୁ ସ୍ୱାମୀ ଙ୍କ ଘରକୁ ଯାଉଥିଲେ। ମାତ୍ର ଯିବା ରାସ୍ତାରେ ତାଙ୍କୁ ୪ ଜଣ ଯୁବକ ମିଳିଥିଲେ। ଯେଉଁ ମାନେ ତାଙ୍କୁ କହିଥିଲେ କି ସେମାନେ ତାଙ୍କର ଦିଅର ବୋଲି ଏବଂ ଭାଇ ଙ୍କ ପାଖକୁ ତାଙ୍କୁ ନେଇଯିବା ର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ମହିଳା ଏଥିରେ ରାଜି ହୋଇନଥିବା ରୁ ସେମାନେ ତାଙ୍କୁ ଜବରଦସ୍ତ ଗାଡ଼ିରେ ପୁରାଇ ଏକ ରୁମ କୁ ନେଇ ଯାଇଥିଲେ। ପରେ ପ୍ରଥମେ ତାଙ୍କୁ ୪ ଜଣ ରେପ କରିଥିଲେ ।ପୁଣି ତା ପର ଦିନ ଆଉ ୩ ଜଣ ।ମୋଟ ତାଙ୍କୁ ୭ ଜଣ ରେପ କରିଥିଲେ ଏବଂ ଏକଥା କାହାକୁ କହିଲେ ତାଙ୍କ ସ୍ୱାମୀ ଏବଂ ଛୁଆ କୁ ମାରିବାର ଧମକ ମଧ୍ୟ ଦେଇଥିଲେ।

କିନ୍ତୁ ମହିଳା ଜଣଙ୍କ ପ୍ରାୟ ୪ ଦିନ ପରେ ଅଚେତ ଅବସ୍ଥା ରୁ ଉଠିଥିଲେ ଏବଂ ନିଜ ଘର କୁ ଆସିଥିଲେ। ତେବେ ସେ ସ୍ୱାମୀ ଙ୍କୁ ସବୁ ଘଟଣା କହିବା ପରେ ଜଣା ପଡିଥିଲା କି, ସେହି ଯୁବକଙ୍କ ମଧ୍ୟରେ ତାଙ୍କର ପୋଡ଼ଶୀ ଥିଲେ। ତେବେ ସେମାନେ ପୋଲିସ ପାଖକୁ ଅଭିଯୋଗ ନେଇ ଯିବା ପରେ ପୋଲିସ ଉଲଟା ତାଙ୍କ ସ୍ୱାମୀ ଙ୍କୁ ନେଇ ଏପଟ ସେପଟ ପ୍ରଶ୍ନ କରିଥିଲେ ଏବଂ କୌଣସି ପଦକ୍ଷେପ ନେଇ ନଥିଲେ।

ତେବେ ବାଧ୍ୟ ହୋଇ ମହିଳା ଜଣଙ୍କ ମହିଳା କମିଶନ ଙ୍କୁ ଦେଖା କରି ଏକ କେସ ଫାଇଲ କରିଥିଲେ। ତେବେ ମହିଳା ଙ୍କର ସ୍ୱାମୀ କହିଛନ୍ତି କି, ତାଙ୍କର ପୋଡ଼ଶୀ ହିଁ ତାଙ୍କ ସ୍ତ୍ରୀ ଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି। ତେଣୁ ସେମାନେ ଙ୍କୁ କୋଠର ରୁ ଅତି କୋଠର ଦଣ୍ଡ ଦିଆଯାଉ ବୋଲି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.