Swastik Tv News Odisha

ବିଶ୍ୱାସ ନହେଲେ ବି ସତ! କୁନି ସିରିଏଲ କିଲ୍ଲରକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ଦେଖନ୍ତୁ କିଏ ସେହି କୁନି ପିଲା ।

0

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ମଧ୍ୟ ଏହାକୁ ପଢ଼ି ଚମକି ପଡ଼ିଥିବେ ନିଶ୍ଚୟ । ତେବେ କେବଳ ଆପଣ ଏକା ନୁହଁନ୍ତି ଯିଏ ଭି ଶୁଣିବ ସେ ସହଜରେ ବିଶ୍ୱାସ କରି ପାରିବ ନାହିଁ । ତେବେ ୟେ ଯେଉଁ ଘଟଣାଟି ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ହେଉଛି ଗୋଟେ ଶିଶୁ ସିରିଏଲ୍ କିଲର୍ ଉପରେ ଆଧାରିତ । ଯିଏ ଥିଲା ଛୋଟ ବେଳରୁ ହିଁ ରକ୍ତ ପିପାସୁ । ଏହା ହେଉଛି ବଡ଼ ଆଶ୍ଚର୍ଯ୍ୟ ଏବଂ ଚିନ୍ତାଜନକ ଘଟଣା କିନ୍ତୁ ଘଟଣାଟି ସତ ।

ବୟସ ମାତ୍ର ୮ ବର୍ଷ । ସେ କିନ୍ତୁ ଭଲ ପାଏ ଦେଖିବାକୁ ତାଜା ତାଜା ରକ୍ତ । କଣ ପାଇଁ ଏମିତି କରେ ସେ ଛୋଟ ବାଳକଟି ? କିଏ ସେ ତାର ଟାର୍ଗେଟ ? ଆଉ କଣ ତାର ରିଆକ୍ସନ୍? ଆଉ କେମିତି କାରେ ସେ ଯୋଜନା? ଏସବୁ ପ୍ରଶ୍ନର ଉତ୍ତର ଭିନ୍ନ ଭିନ୍ନ ଆସିପାରେ । ତେବେ ପୋଲିସ୍ କଣ ଖୋଜି ପାଇବ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଏସବୁର ଉତ୍ତର । କିନ୍ତୁ ଏହା ସତ ଯେ ସେ ଛୋଟ ବାଲକଟି ଗୋଟେ ହତ୍ୟାକାରୀ । ସେ ପିଲାଟି ଯାହା ଘଟାଇଛି ସେହି ଘଟଣା ଶୁଣିଲେ ଟାଙ୍କୁରୀ ଉଠିବ ଲୋମ ୮ ବର୍ଷର ନିଷ୍ପାପ ଶିଶୁଟି କାହିଁକି ପାଲଟିଲା ଏପରି ଜଘନ୍ୟ ହତ୍ୟାକାରୀ ।

ତେବେ ଲୋମଟାଙ୍କୁରା ଘଟଣାଟି ୨୦୦୭ ମସିହାର । ଗୋଟେ ଶିଶୁ କନ୍ୟାର ନିଖୋଜ ମାମଲା ତଦନ୍ତ କରିବାକୁ ଯାଇ ପୋଲିସ୍ ଏମିତି ଜାଗାରେ ପହଞ୍ଚିଥିଲା ତାହା ନିଜେ ମଧ୍ୟ ଭାବି ନଥିଲା । ହତ୍ୟାକାରୀକୁ ଦେଖି ଆହୁରି ଚମକି ପଡିଥିଲେ ପୋଲିସ୍ ବାବୁ । ବେଶ୍ ପରିଷ୍କାର ଭାବରେ ନିର୍ଭୟରେ ଆଉ ସରଳ ଭାବରେ କହି ପାରୁଥିବା ସେହି ହତ୍ୟାକାରୀ ସତରେ କଣ ମଣିଷ ମାରିପାରେ । ତେବେ ଘଟଣାର ମୁଖ୍ୟ ସୂଚନା ଦାତା ଥିଲେ ଚୁନଚୁନ ଦେବୀ ନାମକ ଜଣେ ମହିଳା ।

ସେ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କର ୮ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରି ହତ୍ୟା କରାଯାଇଛି । ଆଉ ସେହି ହତ୍ୟାକାରୀ ର ନାଆଁ ମଧ୍ୟ କହିଥିଲେ । ହେଲେ ପୋଲିସ୍ ତାଙ୍କୁ ବିଶ୍ୱାସ କରି ନଥିଲା । କାରଣ ଅଭିଯୁକ୍ତ ମାତ୍ର ୮ ବର୍ଷର ଜଣେ ନାବାଳକ ଥିଲା । କିନ୍ତୁ ନଛୋଡ଼ ବନ୍ଧା ଥିଲେ ଚୁନଚୁନ ଦେବୀ । ଅଭିଯୁକ୍ତକୁ ଶେଷରେ ଥାନାକୁ ଆଣିବାକୁ ବାଧ୍ୟ ହେଲା ପୋଲିସ୍ । ସେ ପିଲାଟି ଥିଲା ୮ ବର୍ଷର ଅମରଦୀପ ସଦା । ତାର ଘର ଲୋକ ମଧ୍ୟ ଏପରି ଅଭିଯୋଗକୁ ଅଦ୍ଭୁତ କହି ଅସ୍ବୀକାର କରି ଦେଇଥିଲେ ।

କିନ୍ତୁ ଚୁନଚୁନ ଦେବୀଙ୍କ ଜିଦ୍ ଆଗରେ ପୋଲିସ୍ ନଇଁଲା । ଆଉ ତାପରେ ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଦେଲା ଅମରଦୀପ । ଅବିଚଳିତ ଭାବେ ସେ କହିଗଲା ସବୁ ସତ । ପୋଲିସ୍ ଜେରା ସମୟରେ ଖାଇବାକୁ ବିସ୍କୁଟ ମାଗିଲା ଆଉ ହଁସି କହିଲା ଖୁସବୁକୁ ମୁଁ ମାରିଛି । କେମିତି ସ୍କୁଲରୁ ଡ଼ାକିନେଇ ତଣ୍ଟି ଚିପି ଇଟାରେ ଛେଚି ମାରିଲା ତାହା ମଧ୍ୟ କହିଲା ଓ ପୋଲିସକୁ ସେ ମୃତ ଦେହ ଲୁଚାଇଥିବା ଜାଗା ମଧ୍ୟ ଦେଖାଇ ଦେଲା । ତେବେ ଆଶ୍ଚର୍ଯ୍ୟର କଥା ହେଲା ଅମରଦୀପ ମୁହଁରେ ଟିକେ ହେଲେ ଭୟ କିମ୍ବା ଅବଶୋଷର ଚିହ୍ନବର୍ଣ୍ଣ ନଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.