Swastik Tv News Odisha

ପୋଲିସ ଙ୍କର ଉପସ୍ଥିତ ରେ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ନିଜକୁ ଗୁଳି କରି ଆତ୍ମହତ୍ୟା କଲା ସ୍ୱାମୀ ଆଉ ତାପରେ ଯାହା ଘଟିଲା

0

ବର୍ତ୍ତମାନ ସମାଜ ଏତେ କୌଳୁଷିତ ହୋଇଗଲାଣି ଯେ , କେଉଁ ବି ସମ୍ପର୍କରେ ଆଉ ବିଶ୍ୱାସ କିମ୍ବା ପବିତ୍ରତା ନାହିଁ। ସ୍ୱାମୀ-ସ୍ତ୍ରୀ ଙ୍କର ପବିତ୍ର ବନ୍ଧନ ରେ ମଧ୍ୟ ପ୍ରଶ୍ନ ଉଥିଲାଣି ଏବେ। ତେବେ ଏହିଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି ଯେଉଁ ଠାରେ ଜଣେ ଯୁବକ ନିଜ ପତ୍ନୀ ଙ୍କର ଚରିତ୍ର କୁ ସନ୍ଦେହ କରି ଶେଷରେ ଅତ୍ୟନ୍ତ ମାନସିକ ଚାପ ରେ ରହି ଆତ୍ମହତ୍ୟା କରିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ତେବେ ଏହିଭଳି ଏକ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ୟୁନିଟ-୬ ରେ ।ତେବେ କଳିଙ୍ଗ ନଗର ର କୋଲନୀ ରେ ରହୁଥିବା କୃଷ୍ଣଚନ୍ଦ୍ର ଦାସ ଗତ କାଳି ପୋଲିସ ଭେନ ଆଗରେ ଆତ୍ମହତ୍ୟା କରିଛନ୍ତି। ତେବେ ଏହା ପଛରେ ଏମିତି କିଛି କାରଣ ଥିଲା ଯାହା ଫୋଳରେ ଜଣେ ବ୍ୟକ୍ତି ଶେଷରେ ମାନସିକ ଚାପ ରେ ଆସି ଆତ୍ମହତ୍ୟା କରିଛନ୍ତି। ତେବେ କିନ୍ତୁ ଏହି ଘଟଣା ଟି ସମ୍ପୂର୍ଣ୍ଣ ବିଷୟରେ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ।

ତେବେ ଘଟଣା ଟି କିଛି ଏପରି ରହିଛି କି, ଭୁବନେଶ୍ୱର କୃଷ୍ଣଚନ୍ଦ୍ର ଦାସ ସିକ୍ୟୁରୀଟି ଗାଡ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଝିଅ କୁ ନେଇ କଳିଙ୍ଗ ନଗର ରେ ରହୁଥିଲେ ।ମାତ୍ର ତାଙ୍କର ସ୍ତ୍ରୀ ଙ୍କର ପୋଡ଼ଶୀ ରେ ରହୁଥିବା ରାଜେନ୍ଦ୍ର ନାମକ ବ୍ୟକ୍ତି ଙ୍କ ସହ ଖରାପ ସମ୍ପର୍କ ଥିବା ସନ୍ଦେହ ରେ ଦୁଇ ପୋଡ଼ଶୀ ଙ୍କର ଝଗଡା ହୋଇଥିଲା। ଯେଉଁଥିରେ ରାଜେନ୍ଦ୍ର ଏବଂ ସେହି ସୋସାଇଟିର କେତେକ ଲୋକ ମିଶି ତାଙ୍କୁ ବହୁତ ମାଡ଼ ମାରିଥିଲେ। ଫଳରେ ସେମାନେ ସେଠାରେ ଘର ଛାଡ଼ି ୟୁନିଟ-୬ ରେ ରହୁଥିଲେ।

ମାତ୍ର ରାଜେନ୍ଦ୍ର ତାଙ୍କର ପିଛା ଛାଡି ନଥିଲା। ସେ ପରେ ତାଙ୍କର ପତ୍ନୀ ଏବଂ ନାବାଳକ ଝିଅ ପ୍ରତି ଅସଦାଚରଣ କରିବା ରୁ ସେହି ବ୍ୟକ୍ତି ଜଣେ ମଧ୍ୟ ରାଗି ଯାଇ ରାଜେନ୍ଦ୍ର ଏବଂ ବାବୁଲ ନାମକ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗାଳି ଗୁଲଜ କରିଥିଲେ। ତେବେ ଏଥିରେ ରାଜେନ୍ଦ୍ର ତାଙ୍କ ଝିଅ କୁ ଉଠାଇ ନେବେ ବୋଲି ଧମକ ଦେଇଥିଲେ। ତେବେ ଏହିସବୁ ଘଟଣା ସେହି ସିକ୍ୟୁରୀଟି ଗାଡ଼ ଜଣଙ୍କ ଏୟାର ପୋଟ ପୋଲିସ ଙ୍କୁ ଏ ବିଷୟରେ ସବୁକିଛି ଜଣାଇ ଥିଲେ।

କିନ୍ତୁ ଏଥିରେ କୌଣସି ପୋଲିସ ଙ୍କର ପଦକ୍ଷେପ ନଥିବାରୁ , ସେ ଅତ୍ୟନ୍ତ ମାନସିକ ଚାପରେ ରହୁଥିଲେ ଏବଂ ଗତ କାଲି ପୋଲିସ ମାନଙ୍କ ଆଗରେ ସେ ନିଜ ସୁରକ୍ଷା ପାଇଁ ଥିବା ବନ୍ଧୁକ ରେ ନିଜକୁ ଗୁଳି କରି ହତ୍ୟା କରିଥିଲେ। ତେବେ ବର୍ତ୍ତମାନ ଯୁବକ ଙ୍କ ପତ୍ନୀ ଏବଂ ଝିଅ। ନିଜର ସୁରକ୍ଷା ଏବଂ ସ୍ୱାମୀ ଙ୍କର ଆତ୍ମହତ୍ୟା ର ନ୍ୟାୟ ପାଇଁ ପୋଲିସ ନିକଟ ରେ ଅଭିଯୋଗ କରିଛନ୍ତି। ତେବେ ଦେଖାଯାଉ ପୋଲିସ ଏହାର ପ୍ରକୃତ କାରଣ କୁ ତଦନ୍ତ କରି ସେହି ପରିବାର କୁ ନ୍ୟାୟା ଦେବା ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.