Swastik Tv News Odisha

ଦେଖନ୍ତୁ Live ଭିଡିଓ – ଶ୍ରେଣୀ କକ୍ଷ ମଧ୍ୟରେ ଶିକ୍ଷୟତ୍ରୀ ଙ୍କୁ ଏଭଳି ମାରିଲେ ଛାତ୍ର ସୋସିଆଲ ମିଡ଼ିଆରେ ଭାଇରଲ ଭିଡ଼ିଓ ତା’ପରେ ଯାହା ହେଲା

0

ବନ୍ଧୁଗଣ ଗୁରୁ-ଶିଷ୍ୟ ର ସମ୍ପର୍କ ଏକ ଭିନ୍ନ ସଂପର୍କ ହୋଇଥାଏ ।ଏଥିରେ କୌଣସି ରକ୍ତ ସମ୍ପର୍କ ଯୋଡି ହୋଇନଥାଏ କିନ୍ତୁ ଏହା ରକ୍ତ ସମ୍ପର୍କ ଠାରୁ ବି ବଡ଼ ହୋଇଥାଏ। ବାପା- ମା ଙ୍କର ପରେ ଶିକ୍ଷକ ଓ ଶିକ୍ଷୀୟତ୍ରୀ ଆମର ଦ୍ଵିତୀୟ ବାପା ମା ହୋଇଥାନ୍ତି। ଯେଉଁ ମାନେ ସର୍ବଦା ଆମର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି ଏବଂ ଛାତ୍ର ଛାତ୍ରୀ ଙ୍କୁ ନିଜ ଜୀବନରେ ସଫଳତା ର ପାହାଚ ଚଢେଇବା ପାଇଁ ପଥ ଦର୍ଶକ ପାଲଟି ଥାନ୍ତି। ଛାତ୍ରଛାତ୍ରୀ ଙ୍କ ସେମାନ ଙ୍କ ପ୍ରତି ଥିବା ସମ୍ମାନ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଭଲପାଇବା ତାଙ୍କର ବନ୍ଧନ କୁ ଅମର ରଖିଥାଏ।

କିନ୍ତୁ ବର୍ତ୍ତମାନ ର ଏହି ଛାତ୍ରଛାତ୍ରୀ ଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଯେଉଁ ସମ୍ପର୍କ ଓ ସମ୍ମାନ ରହିଛି ତାହା ନକହିବା ଭଲ କଥା।ପୂର୍ବ କାଳରେ ଯଦି ଆମେ ଏକଲବ୍ୟ କଥା କହିବା ତେବେ ସେ ଶିକ୍ଷକ ଙ୍କର ଠାରୁ ପରକ୍ଷ ଭାବରେ ଶିକ୍ଷା ଗ୍ରହଣ କରିଥିଲେ କିନ୍ତୁ ଯେତେବେଳେ ଶିକ୍ଷକ ଦକ୍ଷିଣ ମାଗିଥିଲେ ସେତେବେଳେ ସେ ନିଜ ଆଙ୍ଗୁଠି କାଟି ଦେଇଥିଲେ। କିନ୍ତୁ ବର୍ତ୍ତମାନ କିଛି ଅଲଟା ଚାଲିଛି।

ତେବେ ଉତ୍ତର ପ୍ରଦେଶ ର ଏକ ବିଦ୍ୟାଳୟ ର ଘଟଣା ଏବେ ସୋସିଆଲ ମିଡ଼ିଆ ରେ ବନ୍ଧୁକ ର ଗୁଳି ବେଗରେ ଭାଇରଲ ହେବାରେ ଲାଗିଛି। ତେବେ ଭିଡ଼ିଓ ଟି ଦେଖିଲେ ଆପଣଙ୍କ ମୁହଁ ଖୋଲା ରହିଯିବ।ଭିଡ଼ିଓ ଟିରେ ଜଣେ ଛାତ୍ର ତାଙ୍କର ଶିକ୍ଷକ ଙ୍କୁ ଶ୍ରେଣୀ କକ୍ଷ ମଧ୍ୟରେ ମାଡ଼ ମାରିବାର ଦେଖିବାକୁ ମିଳିଛି।ତେବେ ଘଟଣା ଟି ଉତ୍ତର ପ୍ରଦେଶ ର ଏକ ସରକାରୀ ବିଦ୍ୟାଳୟ ର ଅଟେ ।ଏଠାରେ ଜଣେ ନବମ ଶ୍ରେଣୀ ର ଛାତ୍ର ତାଙ୍କର ଇଂରାଜୀ ମାଡାମ ଙ୍କୁ ମାରୁଥିବାର ଦେଖିବାକୁ ମିଳିଛି।


ଘଟଣା ଟି କିଛି ଏପରି ଥିଲା କି,ଶିକ୍ଷୟତ୍ରୀ ଜଣଙ୍କ ନବମ ଶ୍ରେଣୀ ଗୃହ ରେ ପାଠ ପଢ଼ାଉ ଥିଲେ ଏବଂ ସେହି ମଧ୍ୟରେ କୌଣସି ଏକ ବିଷୟ କୁ ନେଇ ତାଙ୍କର ଜଣେ ଛାତ୍ର ଙ୍କ ସହ ଯୁକ୍ତି ତର୍କ ହୋଇଥିଲା ।ଏହି ଯୁକ୍ତି ତର୍କ ରେ ଉତେଜିତ ହୋଇ ଛାତ୍ର ଜଣଙ୍କ ମାଡାମ ଙ୍କୁ ଆକ୍ରମଣ କରିଥିଲେ। ସେହି କ୍ରୋଧିତ୍ ଛାତ୍ର ଜଣ ଙ୍କ ସିଧା ଶିକ୍ଷୟତ୍ରୀ ଙ୍କର ଟେବୁଲ ପାଖକୁ ଯାଇ ପ୍ରଥମେ ତାଙ୍କର ବ୍ୟାଗ ତଳକୁ ପକାଇ ଦେଇଥିଲା ଏବଂ ତାଙ୍କ ଉପରେ ବଡ଼ ପାଟିରେ ଚିଲଉ ଥିଲା। ପରେ ସେ ଶିକ୍ଷୟତ୍ରୀ ଙ୍କୁ ମାଡ଼ ମାରିଥିଲା।

ତେବେ ଛାତ୍ର ର ଏହିପରି ବ୍ୟବହାର ଦେଖି ଶିକ୍ଷୟତ୍ରୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଚୁପଚାପ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟି କୁ କେହି ଜଣେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ।ଯାହା ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.