Swastik Tv News Odisha

ଏମିତି ଝିଅକୁ ଦୂରୂ ଜୁହାର whats appରେ ଭିଡିଓ କରି କିଛି ଏଭଳି କାମ କରିଲେ ୟୁଟୁବ ରେ ସେୟାର କରିବେ ବୋଲି ଧମକ ମଧ୍ୟ ଦେଲେ ଶେଷରେ ପୁଅଟି

0

ଦେଶ ରେ ତଥା ରାଜ୍ୟ ରେ ସାଇବର ଠକ ମନଙ୍କ ର ଉନ୍ମାଦ କାର୍ଯ୍ୟ ଧୀରେ ଧୀରେ ବଢ଼ି ଚାଲିଛି । ସେମାନେ ନିଜ ଠକାମୀ ରେ ସାଧାରଣ ଲୋକ ମାନଙ୍କୁ ଶିକାର କରିବା ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆପଣେଇ ଥାନ୍ତି । କେତେବେଳେ ସୋସିଆଲ ମିଡ଼ିଆରେ ଜରିଆ ରେ ତ କେତେବେଳେ କଲ୍ ରେକଡ଼ିଁ ରେ । ବିଭିନ୍ନ ଉପାୟ ରେ ବ୍ଲକମେଲିଂ କରି ପଇସା ଲୁଟି ଥାନ୍ତି । ବର୍ତ୍ତମାନ ସମୟ ରେ whats app ଜରିଆରେ ଅଧିକ ମାତ୍ରା ରେ ଲୁଟୁ ଛନ୍ତି ସାଇବର ଠକ ମାନେ । କିଛି ଅଶ୍ଳୀଳ ଫୋଟୋ ପଠାଇ ତ କିଛି ଭିଡ଼ିଓ କଲ୍ କରି । ଆଜି କାର ଯୁବପିଢୀ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ଏହି ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ।

କଟକ ର ଜଣେ ଯୁବକ ହୋଇଛନ୍ତି ସିଆଇବର୍ ଠକାମୀ ର ଶିକାର । ରାତି ରେ ତାଙ୍କ ପାଖକୁ ଆସିଲା ଫେସବୁକ୍ ରୁ ଆସିଥିଲା ଗୋଟିଏ ଫ୍ରେଣ୍ଡ୍ ରିକ୍ଵେଷ୍ଟ୍ । ଏହାକୁ ସେ ଏସେପ୍ଟ କରିଥିଲେ । ଯୁବତୀ ଜଣଙ୍କ ତାଙ୍କ ସହ ଚାଟିଂ କରିଥିଲେ । କରିବା ପରେ ତାଙ୍କ ଫୋନ୍ ରୁ ସମସ୍ତ ଡାଟା ନେଇ ଯାଇଥିଲେ । ଭଲ ବ୍ୟବହାର ଦେଇ ପ୍ରଥମେ ତାଙ୍କ ସହ କଥା ହେଲେ । ଫେସବୁକ୍ ରେ ଥିବା ଫୋନ୍ ନମ୍ୱର୍ କୁ ନେଇ ଯୁବତୀ ଜଣଙ୍କ ଏହି ବ୍ୟକ୍ତି ଙ୍କୁ ସିଧା ସଳଖ ଭିଡ଼ିଓ କଲ୍ କରିଥିଲେ ।

ଭିଡ଼ିଓ କଲ୍ କୁ ରିଶିଭ୍ କରିବା ମାତ୍ରେ ଯୁବତୀ ଜଣଙ୍କ ତାଙ୍କର ନେକେଡ୍ ବଡ଼ି ଦେଖାଇଥିଲେ । ପୁରା ଭିଡ଼ିଓ ରେ ଯୁବତୀ ଜଣଙ୍କ ଶରୀର ରେ କିଛି ହେଲେ ପିନ୍ଧି ନ ଥିଲେ । ଅଳ୍ପ ସମୟ ପାଇଁ ହୋଇଥିଲା ଭିଡ଼ିଓ । ଭିଡ଼ିଓ ରେ ଯୁବକ ଆସିଥିବା କୁ ନେଇ କ୍ୟାମେରା ରେ କେପଚର କରିଥିଲେ ଏହି ଭିଡ଼ିଓ କୁ । କେହି ଜଣେ ଅଜଣା ଆଇଡି ରୁ ପଠାଇଥିଲେ ରିକ୍ଵେଷ୍ଟ୍ । ବାସ୍ ତା ପରେ ଆରମ୍ଭ ହୋଇଥିଲା ଠକାମୀ ର ବାଟ ।

whats app ଜରିଆରେ ଆରମ୍ଭ କରିଥିଲେ ବ୍ଲାକ ମେଲିଙ୍ଗ । ୩୦ ହଜାର ଟଙ୍କା ଦାବି କରିଥିଲେ ଯୁବତୀ ଜଣଙ୍କ । ପଇସା ନ ଦେଲେ ଭିଡ଼ିଓ କୁ ଭାଇରାଲ କରିଦେବି । ୟୁଟୁବ ରେ ସେୟାର କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏଥି ସହିତ ପରିବାର ବର୍ଗ ଙ୍କୁ ମଧ୍ୟ ଏହି ଭିଡ଼ିଓ ଦେବେ ବୋଲି କହିଥିଲେ । ରାତି ୧ ରୁ ୨ ଟା ଭିତରେ ଆସିଥିଲା ଯୁବକ ଙ୍କୁ କଲ୍ ,କଲ୍ ରେ ଥିଲା କେବଳ କୁଭାସା ।

ଯୁବକ ଜଣଙ୍କ ଅସହାୟ ହୋଇ ଦୌଡ଼ି ଯାଇଥିଲେ ନିକଟରେ ଥିବା ପୋଲିସ୍ ଷ୍ଟେସନ କୁ । ସେଠାରେ ଯାଇ ଘଟଣା ବିଷୟ ରେ ଏତେଲା ଦେଇଥିଲେ । ରାତି ରେ ପୋଲିସ୍ ନ ଥିବାରୁ ସକାଳୁ ଯାଇ ଘଟଣା ବିଷୟ ରେ କହିଥିଲେ । ପୋଲିସ୍ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ । ତେବେ ସେ ଯୁବପିଢୀ ମାନଙ୍କୁ ଉପଦେଶ ଦେଇଛନ୍ତି ଯେ ଅଜଣା ନମ୍ବର କିମ୍ବା ଅଜଣା ଆଇଡି ରୁ କୌଣସି ବ୍ୟକ୍ତି କଲ୍ କିମ୍ବା ରିକ୍ଵେଷ୍ଟ ରିଶିଭ କରନ୍ତୁ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.