Swastik Tv News Odisha

ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କ’ଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ କ’ଣ ସତରେ ଏଭଳି ହୋଇପାରେ

0

ଆଗକାଳ ଆଉ ଏବେର ଯୁଗ ମଧ୍ୟ ରେ ଆମେ ମାନେ ଦେଖିବାକୁ ଗଲେ ବହୁତ ଫରକ୍ ଆସିଗଲାଣି କହିବାକୁ ଗଲେ ଆକାଶ ପାତାଳର ଫରକ୍ ଆସିଗଲାଣି । ଆଗର ଯୁଗରେ ଅନେକ ଜିନିଷ ରେ ପ୍ରତିବନ୍ଧକ ଥିଲା, ଅନେକ କଥା ରେ ବାରଣ ଥିଲା । ହେଲେ ଏବେ ଯୁଗ ବଦଳିଲାଣି ଲୋକ ମାନେ ଶିକ୍ଷିତ ହେଲେଣି ଏବଂ ତାହା ସହ ନିଜ ନିଜ ର ମାନସିକ ଚିନ୍ତାଧାରା ରେ ମଧ୍ୟ ପରିବର୍ତ୍ତନ ଆଣିଲେଣି । ଆମେ ଯଦି ଦେଖିବା ତେବେ ଆଗକାଳରେ ଅନେକ ଜିନିଷ ପ୍ରତି ଘରଲୋକ ମାନେ ଅନୁମତି ଦେଉନଥିଲେ ହେଲେ ଏବେ ଅନୁମତି ଦେଲେଣି ।

ଆଗକାଳରେ ଝିଅ ମାନଙ୍କୁ ପାଠ ପଢିବାକୁ ଦିଆ ଯାଉନଥିଲା ଘରୁ ବାହାରକୁ ବାହାରିବାକୁ ଦିଆଯାଇନଥିଲା, ଲୋକ ମାନଙ୍କ ର ଏହା ଧାରଣା ଥିଲା କି ଝିଅ ଟେ ତ ବଡ ହେଲେ ପର ଘରକୁ ଯିବ ପାଠ ପଢିକି କଣ କରିବ ସେ । ହେଲେ ଏବେ ଯଦି ଆମେ ଦେଖିବା ତେବେ ବହୁତ ବଡ ବଡ ପୋଷ୍ଟ ରେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଆଗରେ ଅଛନ୍ତି । ଏପରି କୌଣସି କାମ ନାହିଁ ଆଜିର ଯୁଗରେ ଯାହାକୁ କି ଗୋଟିଏ ଝିଅ କରି ପାରିବ ନାହିଁ । କିନ୍ତୁ ବୋଧେ ହୁଏତ ଗୋଟିଏ କଥାକୁ ନେଇ ଲୋକ ମାନଙ୍କ ର ଚିନ୍ତାଧାରା ଆଜି ପର୍ଯ୍ୟନ୍ତ ବଦଳି ପାରି ନାହିଁ ବରଂ ସେଇ ପୁରୁଣା ଯୁଗରେ ରହି ଯାଆଛି । ପ୍ରେମ କୁ ନେଇ ଆଜିବି ସମାଜ ରେ ଏପରି ଲୋକ ଅଛନ୍ତି ଯେଉଁମାନେ କି ଖରାପ କହିଥାନ୍ତି ।

ଆଜିର ଦୁନିଆରେ ଅନେକ ପୁଅ ଝିଅ ଅଛନ୍ତି ଯେଉଁମାନେ କି ପରସ୍ପର କୁ ଭଲ ପାଉଛନ୍ତି ନିଜ ନିଜ ର ବାହା ହେବା ବୟସ ହେବା ବେଳକୁ ଘରେ କହି ପରସ୍ପରକୁ ବିବାହ କରୁଛନ୍ତି ଏବଂ ସେମାନଙ୍କ ଘର ଲୋକ ମାନେ ମଧ୍ୟ ସେମାନଙ୍କ ପସନ୍ଦ ରେ ଖୁସି ହୋଇ ସେମାନଙ୍କୁ ଅନୁମତି ଦେଉଛନ୍ତି । ହେଲେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ କି ପ୍ରେମ କୁ ବିରୋଧ କରୁଛନ୍ତି, ପୁଅ ଝିଅ ଯଦି ପରସ୍ପରକୁ ଭଲପାଉଛନ୍ତି ତେବେ ସେମାନଙ୍କୁ ଏକାଠି ତ ହେବାକୁ ଦେଉନାହାନ୍ତି ବରଂ ପୁଅ ଝିଅ ଙ୍କୁ ଜୀବନରୁ ମାରି ଦେଉଛନ୍ତି,ଏଇଟା କଣ ଠିକ୍ କି?

ଭଲପାଉଛନ୍ତି ବାକି ନିଜ ଘର ର ମାନ ସମ୍ମାନ ପାଇଁ ନିଜ ପୁଅ ଝିଅ ଙ୍କୁ ମାରିଦେବା ଟା ଠିକ୍ ନୁହେଁ। ସେମାନେ ବାସ୍ ନୀଜ ପସନ୍ଦ ର ମଣିଷ ଟେ ବାଛୁଛନ୍ତି କୌଣସି ପାପ କରୁ ନାହାଁନ୍ତି । ହେଲେ ଭଲପାଇବା ଗୋଟେ ମଣିଷ କୁ ପସନ୍ଦ କରିବା ପାପ କରୁନାହାଁନ୍ତି । ଘର ଲୋକ ମାନଙ୍କର ଏହି ସବୁ କାର୍ଯ୍ୟ ପାଇଁ ପିଲା ମାନେ ଭୁଲ୍ ବାଟ କୁ ଆପଣାଉଛନ୍ତି, ଭଲପାଉଛନ୍ତି ହେଲେ ଯେତେବେଳେ ସେମାନେ ଅନୁଭବ କରୁଛନ୍ତି କି ସେମାନଙ୍କ ଘର ଲୋକ ସେମାନଙ୍କ ସମ୍ପର୍କ କୁ କେବେବି ସ୍ୱୀକାର କରିବେନି ସେତେବେଳେ ସେମାନେ ଘର ଛାଡି ପଳାଉଛନ୍ତି । ଯାହା ଦ୍ୱାରା କି ଘର ଲୋକ ମାନଙ୍କର ହିଁ କ୍ଷତି ହେଉଛି ,ଘରର ଇଜ୍ଜତ୍ ତଳେ ପଡୁଛି ବାହାର ଲୋକ ମାନେ ଅନେକ ନିନ୍ଦା ଅପବାଦ ଦେଉଛନ୍ତି ।

ଏବେବି ସେହିପରି ଏକ ଖବର ସୋସିଆଲ୍ ମିଡିଆ ଦେଖିବାକୁ ମିଳିଛି, ଯେଉଁଥିରେ ପୁଅ, ଝିଅ ଦୁଇଜଣ ପରସ୍ପର କୁ ଭଲପାଉଥିଲେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ହେଲେ ସେମାନଙ୍କ ଘରଲୋକ ସେମାନଙ୍କ ସମ୍ପର୍କ କୁ ସ୍ୱୀକାର କରିନଥିଲେ, ସେଥିପାଇଁ ସେମାନେ ଘର ଛାଡି ପଳାଇ ଯାଇଥିଲେ । ଝିଅ ଟି ନିଜକୁ ଛାଡିବା ପରେ ନିଜ ବାପା ଙ୍କୁ ଛାଡିବା ପରେ ନିଜ ସ୍ୱାମୀ ସହ ଏକ ସୁଖ,ଶାନ୍ତିର ସଂସାର କରିବ ବୋଲି ସ୍ୱପ୍ନ ଦେଖିସାରିଥିଲା ।

ହେଲେ ତା ସ୍ୱାମୀ ତାକୁ କିଛି ଦିନ ପରେ ଛାଡି ଚାଲିଯାଇଥିଲା । ତାର ବାପା ରାଗିଥିବାରୁ ସେ ନିଜ ବାପଘରକୁ ମଧ୍ୟ ଫେରି ପାରିଲାନି, ସେତେବେଳକୁ ବି ଅନେକ ଡେରି ହୋଇ ସାରିଥିଲା, ସେ ସେତେବେଳକୁ ଦୁଇଟି ପିଲା ର ମାଆ ହୋଇସାରିଥିଲା । ସେ ଏକା ରହି କାମ କରି ନିଜର ପିଲା ମାନଙ୍କର ଦାୟିତ୍ବ ନେଉଥିଲା । ତା ବାପା ଙ୍କ ପାଇଁ ତାର ରାଗ ଏତେ ହୋଇଯାଇଥିଲା ଯେ ସେ ତାଙ୍କ ବାପା ଙ୍କ ପାଖକୁ ଯାଉନଥିଲା ।

ହେଲେ କିଛି ଦିନ ପରେ ତା ବାପା ଙ୍କର ଦେହାନ୍ତ ହୋଇଗଲା, ତା ମଉସା ଙ୍କ ର ବହୁତ ଅନୁରୋଧ ପରେ ସେ ତା ବାପା ଙ୍କୁ ଦେଖିବା ପାଇଁ ଗଲା । ତା ବାପା ମରିବା ପୂର୍ବରୁ ଏକ ଚିଠି ଲେଖିଯାଇଥିଲେ, ଯାହାକୁ ପଢିବା ପରେ ସେ ଅନୁତାପ କରିଲା ଯେ ସେ ବହୁତ ବଡ ଭୁଲ୍ କରିଛି ଏବଂ ସେ ତା ବାପା ଙ୍କ ପାଖରେ ଥିଲା ବହୁତ ଭଲରେ ଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.