Swastik Tv News Odisha

ନିଜ ଝିଅ କୁ ବଞ୍ଚାଇବା କୁ ଯାଇ ଆତ୍ମହତ୍ୟା କଲେ ବାପ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜରେ କୁଆଡେ ହଜିଯାଇଛି ମାନବିକତା, ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କ ଆଦି। ଟିକେ ଟିକେ କଥାରେ ଏଠି ଆରମ୍ଭ ହେଉଛି ମାଡ଼ ଗୋଳ, ହତ୍ୟା ,ହିଂସାକାଣ୍ଡ ଇତ୍ୟାଦି ।ବୁଝିହେଉ ନାହିଁ କଣ ହୋଇନାଇଛି ଏହି ମଣିଷ ଜାତିକୁ , କଣ ପାଇଁ ଏମାନେ ଭୁଲିଯାଉଛନ୍ତି ସବୁକିଛି ଏବଂ କରି ବସିଛନ୍ତି ଏପରି ନିନ୍ଦନୀୟ ତଥା ଆମାନବୀୟ କାର୍ଯ୍ୟ। ତେବେ ଏହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ କାନ୍ଦିପକେଇବେ ।

ତେବେ ଏହିଭଳି ଏକ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ୟୁନିଟ-୬ ରେ ।ତେବେ ଗୋଟିଏ କୋଲନୀ ରେ ରହୁଥିବା ଦୁଇ ପରିବାର ମଧ୍ୟରେ ସାମାନ୍ୟ କଥା କୁ ନେଇ କଥା କଟା କାଟି ହୋଇଥିଲା। ମାତ୍ର ପରେ ତାହା ଏତେ ଅଧିକ ହୋଇଗଲା କି , ଜଣେ ବ୍ୟକ୍ତି ଶେଷରେ ମାନସିକ ଚାପ ରେ ଆସି ଆତ୍ମହତ୍ୟା କରିଛନ୍ତି। ତେବେ କିନ୍ତୁ ଏହି ଘଟଣା ଟି ସମ୍ପୂର୍ଣ୍ଣ ବିଷୟରେ ଜାଣିଲେ ଆପଣ ଆଉ କାହାକୁ କିଛି ବି କହିବା ଆଗରୁ ପଛଘୁଞ୍ଚା ଦେବେ ।

ତେବେ ଘଟଣା ଟି କିଛି ଏପରି ରହିଛି କି, ଭୁବନେଶ୍ୱର ରେ ଜଣେ ସିକ୍ୟୁରୀଟି ଗାଡ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଝିଅ କୁ ନେଇ ୟୁନିଟ-୯ ରହୁଥିଲେ ।ମାତ୍ର କୌଣସି ଏକ ଘଟଣା କୁ କେନ୍ଦ୍ର କରି ସେହି ପୋଡ଼ଶୀ ରେ ରହୁଥିବା ରାଜେନ୍ଦ୍ର ନାମକ ବ୍ୟକ୍ତି ଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଯେଉଁଥିରେ ରାଜେନ୍ଦ୍ର ଏବଂ ସେହି ସୋସାଇଟିର କେତେକ ଲୋକ ମିଶି ତାଙ୍କୁ ବହୁତ ମାଡ଼ ମାରିଥିଲେ। ଫଳରେ ସେମାନେ ସେଠାରେ ଘର ଛାଡ଼ି ୟୁନିଟ-୬ ରେ ରହୁଥିଲେ।

ମାତ୍ର ରାଜେନ୍ଦ୍ର ତାଙ୍କର ପିଛା ଛାଡି ନଥିଲା। ସେ ପରେ ତାଙ୍କର ପତ୍ନୀ ଏବଂ ନାବାଳକ ଝିଅ ପ୍ରତି ଅସଦାଚରଣ କରିବା ରୁ ସେହି ବ୍ୟକ୍ତି ଜଣେ ମଧ୍ୟ ରାଗି ଯାଇ ରାଜେନ୍ଦ୍ର ଏବଂ ବାବୁଲ ନାମକ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗାଳି ଗୁଲଜ କରିଥିଲେ। ତେବେ ଏଥିରେ ରାଜେନ୍ଦ୍ର ତାଙ୍କ ଝିଅ କୁ ଉଠାଇ ନେବେ ବୋଲି ଧମକ ଦେଇଥିଲେ। ତେବେ ଏହିସବୁ ଘଟଣା ସେହି ସିକ୍ୟୁରୀଟି ଗାଡ଼ ଜଣଙ୍କ ଏୟାର ପୋଟ ପୋଲିସ ଙ୍କୁ ଏ ବିଷୟରେ ସବୁକିଛି ଜଣାଇ ଥିଲେ।

କିନ୍ତୁ ଏଥିରେ କୌଣସି ପୋଲିସ ଙ୍କର ପଦକ୍ଷେପ ନଥିବାରୁ , ସେ ଅତ୍ୟନ୍ତ ମାନସିକ ଚାପରେ ରହୁଥିଲେ ଏବଂ ଗତ କାଲି ପୋଲିସ ମାନଙ୍କ ଆଗରେ ସେ ନିଜ ସୁରକ୍ଷା ପାଇଁ ଥିବା ବନ୍ଧୁକ ରେ ନିଜକୁ ଗୁଳି କରି ହତ୍ୟା କରିଥିଲେ। ତେବେ ବର୍ତ୍ତମାନ ଯୁବକ ଙ୍କ ପତ୍ନୀ ଏବଂ ଝିଅ। ନିଜର ସୁରକ୍ଷା ଏବଂ ସ୍ୱାମୀ ଙ୍କର ଆତ୍ମହତ୍ୟା ର ନ୍ୟାୟ ପାଇଁ ପୋଲିସ ନିକଟ ରେ ଅଭିଯୋଗ କରିଛନ୍ତି। ତେବେ ଦେଖାଯାଉ ପୋଲିସ ଏହାର ପ୍ରକୃତ କାରଣ କୁ ତଦନ୍ତ କରି ସେହି ପରିବାର କୁ ନ୍ୟାୟା ଦେବା ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.