Swastik Tv News Odisha

ଓଡ଼ିଶାର ବଡ “ସୋ” ରଜ କୁଇନ ବିଜେତା କ୍ରିଷ୍ଣା ସାହୁ ଙ୍କ ପରିବାର ଦେଖନ୍ତୁ ଭିଡ଼ିଓ

0

ଓଡିଶାରେ ନମ୍ୱର 1 ମନୋରଞ୍ଜନ ଚ୍ୟାନାଲ ଜି ସାର୍ଥକ ରେ ଚଳିତ ବର୍ଷ ରଜ କୁଇନ ପ୍ରତିଯୋଗିତାରେ ଦେବାଶିଷ , ଅର୍ଦ୍ଧେନ୍ଦୁ , ପ୍ରିୟା ଏବଂ ଶିତଲ ଆଦି ପ୍ରମୁଖ ବିଚାରକ ପ୍ରତିଯୋଗୀ ମାନଙ୍କୁ ଦର୍ଶକ ମୂଲ୍ୟାୟନ କରିଥିଲେ । ଏଥିରେ କ୍ରିଷ୍ଣା ବ୍ୟାଙ୍ଗଲର ରେ ସଫ୍ଟର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ । ମାତ୍ର କୋରନା ରେ ଲକଡାଉନ ହେତୁ ସେ ଘରେ ରହି କାର୍ଯ୍ୟ କରୁଥିଲେ , ରଜ କୁଇନ ଭଳି ଏକ ପ୍ଲାଟଫର୍ମରେ ଭାଗ ନେଇ ନିଜ ମଧ୍ୟ ସାକାର କରିଥିଲେ । ତାଙ୍କର ବାଲ୍ୟ ଜୀବନ ଚାନ୍ଦବାଲୀରେ ବିତିଥିବା ବେଳେ , ଏହି ସଫଳତା ପଛରେ ତାଙ୍କର ଅଜା ଆଇ ଓ ପରିବାର ଲୋକଙ୍କ ପ୍ରେରଣା ତାଙ୍କୁ ଏତେବାଟ ଆଣିଛି ବୋଲି କହିଛନ୍ତି ।

ତେବେ କ୍ରିଷ୍ଣା ସାଉ ଗ୍ରାଣ୍ଡଫିନାଲି ରେ ୱିନର ହୋଇଛନ୍ତି , ଯାହାଙ୍କ ଘର ଚାନ୍ଦବାଲି ଅଟେ । ଭଦ୍ରକ ଜିଲ୍ଲାର ଚାନ୍ଦବାଲୀ ର ଜଣେ ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ହରିହର ସାଉଙ୍କ ନାତୁଣୀ ହେଉଛନ୍ତି କ୍ରିଷ୍ଣା । ତାଙ୍କ ବାପା ଜଣେ ମେଜର ତଥା ତାଙ୍କ ବାପାଙ୍କ ନା ହେଉଛି ଗଙ୍ଗାଧର ସାଉ ଓ ମା ଙ୍କ ନା ହେଉଛି ଅମିତା ସାଉ , ତାଙ୍କର ଏକମାତ୍ର କନିଷ୍ଠ ତଥା ସାନ ଝିଅ କ୍ରିଷ୍ଣା ସାଉ । ଚଳିତ ବର୍ଷ ଜୀ ସାର୍ଥକ ରଜ କୁଇନ ର ବିଜଲ ଲାଭ କରିଛନ୍ତି , ସେ ଓଡିଶାର ସଂସ୍କୃତି ପରମ୍ପରା ସହ ଅଭିନୟ କରିବା ଗୀତ ଗାଇବା ଓ ନୃତ ଆଦି ଓଡିଆ ଝିଅର ସମସ୍ତ ନୀତି ପରମ୍ପରା ବିଷୟରେ ତାଙ୍କୁ ଜଣା ଅଛି ।

ଓଡିଶାର ବଛା ବଛା ପ୍ରତୀଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାଣ୍ଡ ଫିନାଲିରେ କ୍ରିଷ୍ଣାରାଣୀକୁ ବିଜୟୀ ରୂପେ ଘୋଷଣା କରାଯାଇଛି । ସେ ସୁନ୍ଦର ଗୀତ ଓ ଅଭିନୟ ପ୍ରଦର୍ଶନ କରି 50 ହଜାର ଟଙ୍କାର କପନ ମଧ୍ୟ ଜିତିଛନ୍ତି । ତାଙ୍କୁ ଏହି କପନ ଷ୍ଟେଜ ରେ ସମ୍ମାନିତ କରାଯାଇଛି , କ୍ରିଷ୍ଣାଙ୍କର ଛୋଟବେଳୁ ଅଭିନୟ କରିବାର ବହୁତ ବଡ ଆଶା ରହିଥିଲା । ମାତ୍ର ସେ ତାଙ୍କର ଏହି ସ୍ୱପ୍ନକୁ ସାକାର କରିବାରେ ସଫଲ ହୋଇଛନ୍ତି । ଏହି ସଫଳତାର ପଛରେ ତାଙ୍କ ପରିବାର ସଦସ୍ୟ ଓ ଆଜା ଆଇଙ୍କର ଆଶୀର୍ବାଦ ରହିଛି , ଯେଉଁଥି ପାଇଁ ସେ ଆଜି ରଜ କୁଇନ ପ୍ଲାଟଫ୍ରମରେ ବିଜେତା ଭାବରେ ଘୋଷିତ ହୋଇଛନ୍ତି ।

ଏଥିଲାଗି ପରିବାର ସମସ୍ତ ସଦସ୍ୟ ବହୁତ ଖୁସୀ ପ୍ରକାସ କରିଛନ୍ତି ଏବଂ ଅଭିନୟ କ୍ଷେତ୍ରରେ କ୍ରିଷ୍ଣା ବହୁତ ଆଗକୁ ଯାଆନ୍ତୁ ବୋଲି ଆଶୀର୍ବାଦ କରିଛନ୍ତି । କ୍ରିଷ୍ଣାଙ୍କ ଡ୍ୟାନ୍ସ ଦେଖି ଜଜ୍ ମାନେ ତାଙ୍କୁ ପୁରଷ୍କୃତ କରିଛନ୍ତି ବୋଲି କହିଛନ୍ତି । କ୍ରିଷ୍ଣା ଭଳି ଝିଅ ଓଡିଶା ପାଇଁ ପ୍ରେରଣା ଦାୟକ ବୋଲି କହିଛନ୍ତି କାରଣ ସେ ତାଙ୍କର ପାଠପଢା କାର୍ଯ୍ୟ ସାଙ୍ଗକୁ ଅଭିନୟ ରେ ମଧ୍ୟ ନିଜର କଳା ପ୍ରଦର୍ଶନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.