Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ମ୍ୟାଡ଼ାମ କାହିଁକି ଏ ଭୁଲ କଲ..ଅଧ୍ୟାପିକା ହୋଇ ଶେଷରେ….ଛିଃ ଛିଃ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଦୁର୍ନୀତି କାର୍ଯ୍ୟ ବଢ଼ି ବଢ଼ି ଚାଲିଛି। ଯେଉଁ ମାନେ ଅତି ଦୁଃଖ କଷ୍ଟରେ ପାଠ ପଢି ସେମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ କରି ପାରୁ ନାହାନ୍ତି। କିନ୍ତୁ ବଡ଼ ବଡ଼ିଆ ମାନେ ଟଙ୍କା ଦେଇ ନକଲି ସାର୍ଟିଫିକେଟ ଦେଖାଇ ବଡ଼ ବଡ଼ ଉଚ୍ଚ ପଦବୀରେ ବସି ଥାଆନ୍ତି| ଯାହାକି ଏହା ଗୋଟିଏ ଅନ୍ୟାୟ ନିୟମ ଅଟେ। ସେମାନେ ଆଇନ କାନୁନକୁ ମଧ୍ୟ ଖାତିର କରନ୍ତି ନାହିଁ। ଜାଲି ୟାତି କାର୍ଯ୍ୟ କରି ସେମାନେ ଆଗକୁ ବଢ଼ି ଚାଲି ଥାଆନ୍ତି। ଓଡିଶା ହେଉ କିମ୍ବା ଓଡିଶା ବାହାରେ ମଧ୍ୟ ଏଭଳି କାର୍ଯ୍ୟ ପ୍ରତିଦିନ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ଇଂରାଜୀ ଅଧ୍ୟାପିକା ଭୁଲ ସାର୍ଟିଫିକେଟ ଦେଖାଇ ଚାକିରୀ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ କଲେଜରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି କଲେଜର ଅଭିପ୍ସା ପଟ୍ଟନାୟକ ନାମକ ଜଣେ ମହିଳା ୧୧ ବର୍ଷ ହେବ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଉଚ୍ଚଶିକ୍ଷା ବିଭାଗର ତଦନ୍ତ ପରେ ଜଣା ପଡିଛି ଯେ ସେ ନିଜର ଭୁଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଖାଇ ଚାକିରୀ କରିଥିଲେ। ଏହା ଜାଣିବା ପରେ ସେ ବହୁତ ଭୟ ଭୀତ ହୋଇ ଯାଇ ଥିଲେ। ଅଧ୍ୟାପିକା ଜଣଙ୍କ ନିଜର ପିଜି ପରୀକ୍ଷା ମାର୍କ ସାର୍ଟିଫିକେଟରେ ଜାଲି ୟାତି କରିଛନ୍ତି ବୋଲି ଜଣା ପଡିଛି।

ତେବେ ଏହି ଘଟଣାର ତଦନ୍ତ ପରେ ଅଧ୍ୟାପିକାଙ୍କୁ ଚାକିରୀରୁ ବାହାର କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଧେଶ ଦେଇଛି। ଏବଂ ଏଥି ସହିତ ଉଚ୍ଚଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶୋକ କୁମାର ନାୟକ, କପତିପଦା ଉପକଣ୍ଠର ଉପ ଜିଲ୍ଲାପାଳ ଓ ସେହି କଲେଜର ପରିଚାଳନା କମିଟି ଅଦକ୍ଷଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ ନିର୍ଦେଶ ଦିଆ ଯାଇଛି। ଯାହାକି ବର୍ତ୍ତମାନ ତାଙ୍କ ଉପରେ ପ୍ରଭାବ ପଡିଛି। ଏହି କଥା ଜାଣିବା ପରେ ସେ ଆଗୁଆ ଚାକିରୀରୁ ଇସ୍ତଫା ଦେଇଛନ୍ତି। ଏଥି ସହିତ ଅଧ୍ୟାପିକାଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.