Swastik Tv News Odisha

ମୃତ୍ୟୁ ପରେ ଶବକୁ କ’ଣ ପାଇଁ ଏକୁଟିଆ ଛଡାଯାଏନି, ଏହି କଥା ଟି ଥରୁଟିଏ ନିଶ୍ଚୟ ଜାଣିବା ଉଚିତ

0

ଯେମିତି ଦିନ ପରେ ରାତି ହେବା ନିଶ୍ଚିତ ଅଟେ ଠିକ୍ ସେହିପରି ଯିଏବି ଏହି ମୃତ୍ୟୁ ଲୋକରେ ଜନ୍ମ ନେଇଥାଏ ତାଙ୍କୁ ଦିନେ ନା ଦିନେ ମୃତ୍ୟୁବରଣ କରିବା ଅବଶ୍ୟ ଅଟେ । ହିନ୍ଦୁଧର୍ମରେ ମୃତ୍ୟୁପରେ ଶବକୁ ଜଳାଯାଇଥାଏ , ତାହା ସହିତ ଆପଣ ମାନେ ଏହା ମଧ୍ୟ ଦେଖିଥିବେ କି ଯାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତେବେ ତାହାର ଦାହ ସସ୍କାର ତା ପରଦିନ କରାଯାଇଥାଏ । କୌଣସି ପରିବାରରେ କାହର ମୃତ୍ୟୁ ସନ୍ଧ୍ୟା ପରେ ହୋଇଥାଏ , ତ ତାହର ଶବକୁ ଏକୁଟିଆ ଛଡା ଯାଇ ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ସନ୍ଧ୍ୟା ସମୟରେ କଣ ପାଇଁ ଶବକୁ ଏକୁଟିଆ ଛଡାଯାଇ ନଥାଏ ।

ହିନ୍ଦୁଧର୍ମରେ ଯଦି କାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ , ତେବେ ତାର ଶବକୁ ରାତି ସାରା ଘରେ ହିଁ ରଖାଯାଇଥାଏ । ତା ପରଦିନ ଶବର ଦାହସଂସାର କରାଯାଇଥାଏ । କାହିଁକି ନା ଗରୁଡ ପୁରାଣରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ ଅଥବା ପଞ୍ଚକ ସମୟରେ କୌଣସି ମୃତ ଶରୀରର ଦାହ ସଂସାର କରାଯାଏ । ତ ତାହାକୁ ମୁଖ୍ୟପ୍ରାପ୍ତି ହୋଇ ନଥାଏ , ତ ଏପରି ସ୍ଥିତିରେ ଶବକୁ ନେଇକରି ଶ୍ମଶାନକୁ ଯାଇ ନଥାନ୍ତି ବରଂ ଶବକୁ ଘରେ ହିଁ ରଖାଯାଇଥାଏ । ସକାଳ ହେବାର ଅପେକ୍ଷା କରାଯାଇଥାଏ , ଏମିତିରେ ମୃତ ଶରୀରକୁ ବି ଗୋଟେ ମୂହୁର୍ତ୍ତ ଏକୁଟିଆ ଛଡା ଯାଇ ନଥାଏ । ସେଠାରେ କେହି ନା କେହି ବ୍ୟକ୍ତି ଶବ ପାଖରେ ସବୁବେଳେ ଯଗୁଆଳି ଭଳି ରହିଥାଏ ।

ମୃତ ଶରୀରକୁ ଏକୁଟିଆ ନଛାଡିବାର ସବୁଠାରୁ ବଡ କାରଣ ଏହା ଅଟେ କି ଯଦି ଶବକୁ ଏକୁଟିଆ ଛଡା ଯାଏ ତ ଏହା ହୋଇପାରେ କୁକୁର ବିଲେଇ ଯେମିତି ପଶୁ ଶବକୁ ଖାଇଯିବେ । ଗରୁଡ ପୁରାଣ ଅନୁସାରେ ଏମିତି ହେଲେ ମୃତ ଆତ୍ମାକୁ ଯମଲୋକରେ ବହୁତ କଷ୍ଟ ସହିବାକୁ ପଡିଥାଏ । ତା ସହିତ ଏହା ମଧ୍ୟ ମାନାଯାଏ ଯେ ଶବକୁ ଏକୁଟିଆ ଛଡିଦିଆଯାଏ , ତେବେ ସେଥିରୁ ଗନ୍ଧ ଆସିବାକୁ ଲାଗିଥାଏ । ସେଥିପାଇଁ ଏହା ଜରୁରୀ ହୋଇଥାଏ କି ସେଠାରେ କେହି ନା କେହି ବ୍ୟକ୍ତି ବସି ରହିଥାଏ ଏବଂ ଧୂପକୁ ଶବର ଚାରିପଟେ ଜଳାଇ ରଖିଥାଏ । ଯାହାଦ୍ୱାରା ଶବରୁ ଆସୁଥିବା ଦୁର୍ଗନ୍ଧ ଚାରିଆଡକୁ ନ ବ୍ୟାପୁ ।

ଗରୁଡ ପୁରାଣ ଅନୁସାରେ ମୃତ ଶରୀରକୁ ଯଦି ସୂର୍ଯ୍ୟାସ୍ତ ପରେ ଜଳାଇ ଦିଆଯାଏ ଅର୍ଥାତ୍ ତାର ଅନ୍ତିମ ସତ୍କାର କରିଦିଆଯାଏ , ତ ସେହି ପ୍ରେତ ଆତ୍ମା ଅସୁର , ଦାନବ ଅଥବା ପିଶାଚର ଯନିରେ ଜନ୍ମ ନେଇଥାଏ । ଯେଉଁଠାରେ ତାକୁ କେତେପ୍ରକାରର କଷ୍ଟ ସହିବାକୁ ପଡିଥାଏ , ଏଥିପାଇଁ ହିଁ ହିନ୍ଦୁଧର୍ମରେ ରାତିରେ ଅନ୍ତିମ ସଂସ୍କାର କରିବା ପାଇଁ ମନା କରାଯାଇଥାଏ । ରାତିରେ ମୃତ ଶରୀରକୁ ଏକୁଟିଆ ଛାଡି ଦିଆଯାଏ ତ ତାହାର ଶରୀରରେ ଆଖପାଖରେ ଭ୍ରମଣ କରୁଥିବା ଦୁରାତ୍ମା ବି ପ୍ରବେଶ କରିଯାଇଥାନ୍ତି । ତେଣୁ ଶବକୁ ରାତିରେ ଏକୁଟିଆ ଛାଡା ଯାଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.