Swastik Tv News Odisha

ଓଡ଼ିଆ Singer Tapu Mishra ଙ୍କ ତାଙ୍କ ଜୀବନର ଶେଷ ଗୀତ ଟି ଶୁଣିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ଆପଣମାନେ ସମସ୍ତେ ଜାଣିଛନ୍ତି ଆମ ଗହଣରେ ଏବେ ଆଉ ନାହାଁନ୍ତି ସମସ୍ତଙ୍କର ପ୍ରିୟ ଓଡିଶାର ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ର ଜଣେ ପ୍ରମୁଖ, ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର। ତାଙ୍କର ସ୍ୱର ଏତେ ହୃଦୟସ୍ପର୍ଶୀ ଥିଲା ଯେ ସମସ୍ତେ ତାଙ୍କର ସଙ୍ଗୀତର ତାଳରେ ଝୁମି ଯିବାକୁ ଚାହୁଁ ଥିଲେ।ଏକ ଭିନ୍ନ ଅନ୍ଦାଜ ର ସ୍ବରରେ ଗୀତ ଗାଇ ସେ ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କର ଗାୟିକି ବାସ୍ତବରେ ବେଶ୍ ଚିତ୍ତାକର୍ଷକ ଏବଂ ମନଛୁଆଁ ଅଟେ। ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ରେ ସେ ତାଙ୍କର ଏକ ଭିନ୍ନ ଗାୟିକି ଦେଖାଇ ପାରିଥିଲେ।

ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଆଧୁନିକ ଓଡିଆ ସଙ୍ଗୀତ ପାଇଁ ସେ ବେଶ୍ ଜଣାଶୁଣା ଥିଲେ।ତେବେ କହିବାକୁ ଗଲେ ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ଗୀତ। ଯେଉଁ ସବୁ ଗୀତ ସବୁବେଳେ ସ୍ମରଣୀୟ ହୋଇ ରହିବ। ଯାହା ଲୋକଙ୍କ ମନକୁ ଏତେ ମାତ୍ରାରେ ଛୁଇଁଛି ଯେ ଲୋକେ ଏହାକୁ ଅନେକେ ଥର ଶୁଣିବାକୁ ଭଲ ପାଆନ୍ତି। ତେବେ ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଁଟି ଥିଲେ।

ଓଡିଶା ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେ ଜଣେ ଆଗ ଧାଡ଼ିର ପ୍ରମୁଖ ଗାୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।ତାଙ୍କର ଅବଦାନ ଓଡିଆ ଫିଲ୍ମ ଜଗତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ। ତପୁ ମିଶ୍ର ତାଙ୍କର ସଙ୍ଗୀତ କ୍ୟାରିଅର୍ ଅଳ୍ପ ବୟସରୁ ଆରମ୍ଭ କରି ସେ ତାଙ୍କର ଯାତ୍ରା ଆଗକୁ ନେଇଥିଲେ ସଙ୍ଗୀତ ରେ। ସେହି ଦିନରୁ ଆଜି ଯାଏଁ ସେ ଏମିତି ଅନେକ ସୁନ୍ଦର୍ ସୁନ୍ଦର୍ ମନଛୁଆଁ ଗୀତ ସବୁ ଭେଟି ଡେଇଛନ୍ତି।ଏବେ ତାଙ୍କର ଏକ ଗୀତ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଯାହା ତପୁ ମିଶ୍ର ୟୁ ଟ୍ୟୁବ୍ ରେ ଶେଷ ଥର ପାଇଁ ଗାଇଥିଲେ ଏବଂ ସୁଟ କରିଥିଲେ ବୋଲି ଜଣା ପଡିଛି।

ଏହି ଭିଡିଓ ରେ ତପୁ ଯେଉଁ ଗୀତ ଟି ଗାଉ ଥିବାର ନଜର ଆସିଛନ୍ତି ସେ ଗୀତଟି ହେଉଛି ଏକ ଲୋକପ୍ରିୟ ଓଡ଼ିଆ ଆଲବମ୍ ଗୀତ “କେବେ ଲାଜର ଗହଣା, କେବେ ହସର ଝୁଲଣା”।ତାଙ୍କ ମଧୁର କଣ୍ଠ ରେ ସୁଟ ହୋଇଥିବା ଏହି ଶେଷ ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆପଣ ଥରେ ଏହାକୁ ଶୁଣିବା ପରେ ଜାଣି ପାରିବେ ଯେ ଏହା କେତେ ଶ୍ରୁତି ମଧୁର ହୋଇଛି ଆଉ କେତେ ହୃଦୟସ୍ପର୍ଶୀ। କେତେ ଭାବର ସହିତ ସେ ଏହି ଗୀତକୁ ଗାଇଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ଏବେ ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.