Swastik Tv News Odisha

ବିବାହିତା ମହିଳାଙ୍କୁ ନ୍ୟାୟ ଦେବେ କହି ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲେ ଓକିଲ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ପ୍ରତିଦିନ ସମାଜରେ ଅନୀତି ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଆଇନଜୀବୀ ମାନଙ୍କର କାର୍ଯ୍ୟ ହେଉଛି ଦୋଷୀ ବିରୁଦ୍ଧରେ ଲଢ଼ି, ଦୋଷୀକୁ ଦଣ୍ଡ ଦେବା। ଯେଉଁ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଉଚିତ ଅଟେ। କିନ୍ତୁ ସମାଜରେ ଏଭଳି ଆଇନଜୀବି ଅଛନ୍ତି ଖରାପ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଯାହାକି ପରିବେଶ ପ୍ରତି ଲଜ୍ୟା ଜନକ ବା ଅପ୍ରତିକର କଥା ଅଟେ। ସମାଜରେ ସେମାନଙ୍କ ଉପରେ ଲୋକ ମାନଙ୍କର ଭରସା ଓ ବିଶ୍ୱାସ ତୁଟି ଯାଇଥାଏ, ସେମାନେ ଆଇନକୁ ମଧ୍ୟ ଖାତିର କରନ୍ତି ନାହିଁ। ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀଙ୍କ ସହ, ଜଣେ ଓକିଲ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସୂଚନା ମିଳିଛି। ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ କଦଳୀ ବାହାଲୀ ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଅରବେଡା ଗ୍ରାମର ପଙ୍କଜ ଢଙ୍ଗଣା ମାଝୀ ନାମକ ଜଣେ ଯୁବକ, କଦଳୀ ବାହାଲୀ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ମଧ୍ୟରେ ପାରିବାରିକ ଘରୋଇ କଳି ସୃଷ୍ଟି ହୋଇଥିଲା। ଏଭଳି ଘଟଣାକୁ ଆଖି ଆଗରେ ରଖି ଯୁବକ ଜଣଙ୍କ, ମହିଳାଙ୍କୁ ଘରୁ ବାହାର କରି ଦେଇଥିଲେ ଓ ଘରୁ ବାହାରି ଯିବା ଯାଇ ସେ ତାଙ୍କ ପିଲା ଛୁଆଙ୍କୁ ଧରି ସେ ତାଙ୍କ ବାପଘରେ ରହୁଥିଲେ।

ତେବେ ମହିଳା ଜଣଙ୍କ ନ୍ୟାୟ ପାଇବା ଆଶାରେ, ମହେଶ ପଣ୍ଡା ନାମକ ଜଣେ ଓକିଲଙ୍କ ସହ କଥା ବାର୍ତ୍ତା କରିଥିଲେ କେଶ ଲଢ଼ିବା ପାଇଁ ଅନୁରୋଧ କରିଥିଲେ ଓ ଏଥି ସହ ଟଙ୍କା ୫ ହଜାର ମଧ୍ୟ ଦେଇଥିଲେ। କିନ୍ତୁ ଓକିଲ ଜଣଙ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ, ଯଦି ଶାରୀରିକ ସମ୍ପର୍କ ନ ରଖିବ ତା ହେଲେ କେଶ ଲଢ଼ି ହେବ ନାହିଁ। ବାରମ୍ବାର ଏଭଳି ଘଟଣା ଘଟିବାରୁ ମହିଳା ଜଣଙ୍କ ଥାନାର ଦ୍ୱାରସ୍ତ ହୋଇଥିଲେ। ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପଦ କ୍ଷେପ ନିଆ ଯାଉ ବୋଲି ପୋଲିସକୁ ଅନୁରୋଧ କରିଥିଲେ। ପୋଲିସ ଏଭଳି ଘଟଣାକୁ ଗୁରୁତର ଦେଇ ତଦନ୍ତ ଆରମ୍ଭ କରିବା ସହିତ, ମହିଳା ଜଣଙ୍କ ଦୋଷୀକୁ ଉଚିତ ଦଣ୍ଡ ଦିଆ ଯାଉ ବୋଲି ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.