Swastik Tv News Odisha

ଯେତେ ପର୍ଯ୍ୟନ୍ତ ମାଲିକର ଶବ ଜଳୁଥିଲା ଗାଈଟି ଠିଆ ହୋଇ ମଶାଣିରେ ଆଖିରୁ ଲୁହ ଗଢୁଥିଲା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘୋଟଣା ଦେଖିବାକୁ ମିଳିଥାଏ। ଆଜିର ଦିନରେ ଆମ ସମାଜରେ ଲୋକ ମାନଙ୍କ ପାଖରେ ମଣିଷ ପଣିଆର ଘୋର ଅଭାବ ଦେଖା ଯାଉଛି ଓ ମଣିଷ ଦିନକୁ ଦିନ ମଧ୍ୟ ସ୍ୱାର୍ଥପର ହୋଇ ଯାଉଛି। କାହା ପ୍ରତି ତାର ଦୟା ମାୟା ବୋଲି କିଛି ନଥାଏ ଓ ସବୁବେଳେ ମଣିଷ ପ୍ରତି ହିଂସା ଓ ଘୃଣା ଭାବ ଜାଗ୍ରତ ହେବା ସହିତ କିନ୍ତୁ ପଶୁଟିଏ କେବେ ହେଲେ ସ୍ୱାର୍ଥପର ହୋଇ ନଥାଏ ଓ କଥା ନ କହି ପାରିଲେ ମଧ୍ୟ ମଣିଷ ଭଳି ସବୁ କିଛି ବୁଝିଥାଏ। ପଶୁଟିଏ ମଧ୍ୟ ଭଲ ପାଇବା ଦେବା ସଙ୍ଗେ ସଙ୍ଗେ ସ୍ନେହ ଆଦର ମଧ୍ୟ କରିଥାଏ। ବେଳେ ବେଳେ ପଶୁଟି ମଧ୍ୟ ମଣିଷ ପାଲଟି ତାର ସ୍ନେହ ଆଦରକୁ ପ୍ରକାଶିତ କରାଇଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ମାଲିକର ମୃତ୍ୟୁ ପରେ ଗାଈଟି ତାର ଶେଷ ଦର୍ଶନ ପାଇଁ ସ୍ମଶାନ ଘାଟକୁ ଯାଇଥିଲା ବୋଲି ସୂଚନା ମିଳିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ବାରଜୁଲି ତଲୱାଡ ଗାଁ ରୁ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ସେହି ଗାଁ ରେ ଲଷ୍ମୀ ନାରାୟଣ ପ୍ରଜାପତି ନାମକ ଜଣେ ଯୁବକ ରୁହନ୍ତି ଓ ସେ ଏକ ଗାଈଟିକୁ ପାଳିଥିଲେ। ଯୁବକ ଜଣଙ୍କ ତା ଗାଈକୁ ବହୁତ ଭଲ ପାଇବା ସହ ସ୍ନେହ ଆଦର କରୁଥିବା ସଙ୍ଗେ ସଙ୍ଗେ ପରିବାରର ଜଣେ ସଦସ୍ୟ ବୋଲି ମଧ୍ୟ ଭାବୁଥିଲା। ଗାଈଟି ମଧ୍ୟ ତାକୁ ବହୁତ ଭଲ ପାଉ ଥିଲା ଓ ସକାଳଠୁ ସଞ୍ଜ ଯାଏ ତାରି ସେବା କରି ତାର ଦିନ କଟୁଥିଲା। ଗାଈଟି ତାର ମାଲିକକୁ ଗୋଟେ ମୁହୂର୍ତ୍ତ ପାଇଁ ମଧ୍ୟ ଛାଡି ରହି ପାରେ ନାହିଁ।

ତେବେ ହଠାତ ଦିନେ ମାଲିକର ମୃତ୍ୟ ହୋଇଗଲା ତାର ପରିବାର ଲୋକ କାନ୍ଦୁଥିବା ବେଳେ ଗାଈଟି ମଧ୍ୟ କାନ୍ଦୁଥିଲା। ସେ ଭାବୁଥିଲା ତାର ନିଜର କେହି ଯେମିତି ତାକୁ ଛାଡି ଚାଲି ଗଲା ଓ ପରିବାରର ସମସ୍ତ ସଦସ୍ୟ ଯେତେବେଳେ ଯୁବକଙ୍କୁ ସ୍ମଶାନ ଘାଟକୁ ନେଇ ଗଲେ, ସେତେବେଳେ ଗାଈଟି ମଧ୍ୟ ତାଙ୍କ ସହ ମାଲିକର ଶେଷ ଦର୍ଶନ ପାଇଁ ସ୍ମଶାନ ଘାଟକୁ ଯାଇଥିଲା। ଯେତେବେଳେ ପର୍ଯ୍ୟନ୍ତ ମାଲିକର ଶବ ଜଳୁଥିଲା ସେତବେଳେ ପର୍ଯ୍ୟନ୍ତ ଗାଈଟି ଆଖିରୁ ଧାର ଧାର ଲୁହ ଗଡ଼ାଇ ଛିଡା ହୋଇଥିଲା। ତେବେ ଏଭଳି ଖବର ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.