Swastik Tv News Odisha

ହଠାତ୍ ପବନରେ ଉଡିଲେ ଅଟୋ ଡ୍ରାଇଭର, ଧ୍ୟାନରେ ଏହି ଭିଡିଓକୁ ଦେଖିଲା ପରେ ଆପଣ ସବୁକିଛି ବୁଝିପରିବେ ଏବଂ ଜାଣିପାରିବେ…ଦେଖନ୍ତୁ ଭିଡ଼ିଓ

0

ହଠାତ୍ ପବନରେ ଉଡିଲେ ଅଟୋ ଡ୍ରାଇଭର , ଏମିତି କିଛି ଘଟିଲା , ଯାହାକୁ ଦେଖିଲେ ଆପଣ କେବେହେଲେ ଆପଣଙ୍କ ଆଖିକୁ ମଧ୍ୟ ବିଶ୍ୱସ କରିପାରିବେ ନାହିଁ । ସାଧାରଣତଃ ଆପଣ ରାସ୍ତାରେ ଯିବା ବେଳେ କାଗଜ କିମ୍ୱା ଜରି ଉଡୁଥିବାର ଦେଖିବାକୁ ପାଇଥିବେ । କିନ୍ତୁ ଆପଣ କେବେ ମଣିଷ ଉଡୁଥିବା ଦେଖିଛନ୍ତି , ଯଦି ନା ତେବେ ଦେଖନ୍ତୁ ଏହି ଭିଡିଓକୁ । ଭିଡିଓ କୁ ଦେଖିଲା ପରେ ମଧ୍ୟ ଆପଣ କିଛି ବୁଝି ପାରିବେନି ଏବଂ ଜାଣିମଧ୍ୟ ପାରିବେନି । କାରଣ ମଣିଷ ଉଡିବା ଆପଣ ଫିଲ୍ମୀ କିମ୍ୱା ସିରିଏଲ ରେ ଦେଖିବାକୁ ପାଇଥିବେ । କିନ୍ତୁ ବାସ୍ତବରେ କେବେବି ଦେଖି ନଥିବେ ।

ଭଲକରି ଦେଖନ୍ତୁ ଏହି ଭିଡିଓକୁ କିପରି ଜଣେ ଅଟୋ ଡ୍ରାଇଭର ପବନରେ ଉଡୁଛି , ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବେଙ୍ଗାଲୋର ରେ ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ଏକ ହୃଦୟଥରା ଭିଡିଓ ଭାଇରାଲ ହୋଇଛି । ମହିଳା ଜଣକ ଯାଉଥିବା ସମୟରେ ଜଣେ ଅଟୋ ଡ୍ରାଇଭର ଉଡିକରି ଆସି ଏତେ ଜୋରରେ ଧୋକା ଦୋଇଥିଲେ , ଯେ ମହିଳା ଜଣକ ତଳେ ପଡିଯାଇଥିଲେ । ଆଉ ଏଥିପାଇଁ ତାଙ୍କ ଶରୀରରେ 52 ଟି ଷ୍ଟିଚ ପଡିଥିଲା , ଆପଣ ମାନେ ଭାବୁଥିବେ ଏମିତି କେମିତି ହେଲା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ପସିପାଲୟା ରୋଡରେ ଏକ ଟେଲିକଷ୍ଟ ତାର ଝୁଲୁଥିଲା , ତାରଟି ଏତେ ଢିଲା ଯେ ଅହଳି ରାସ୍ତାରେ ଝୁଲୁଥିଲା । ଏକ ଅଟୋ ଚକାରେ ଲାଗିଯିବା ଫଳରେ ଡ୍ରାଇଭର ଜଣକ ଅଟୋ ଚକାରୁ ବାହର କରୁଥିଲେ । ଏହି ସମୟରେ ଆଉ ଏକ ଗାଡି ଆସି ତାରରେ ଘସିହୋଇଯାଇଥିଲା , ଫଳରେ ଅଟୋ ଡ୍ରାଇଭର ଜଣକ ଛିଟକି ଯାଇ ମହିଳାଙ୍କୁ ଧୋକା ଦେଇଥିଲେ । ଯାହା ଆପଣ ମାନେ ଏହି ସିସିଟିଭିରେ ଦେଖିପାରୁଥିବେ । ଗତ ଜୁଲାଇ 16 ତାରିଖରେ ଏମିତି ଏକ ଭୟଙ୍କର ଘଟଣାଟି ଘଟିଥିଲା , ଆହତ 42 ବର୍ଷୀୟ ସୁନିତାଙ୍କ କହିବା ଅନୁଯାୟୀ , ସେ ଅଟେପୂର୍ଣ୍ଣେଶ୍ୱରୀ ହଟେଲକୁ ଯାଉଥିବା ବେଳେ ହଠାତ୍ ତାଙ୍କୁ କେହି ଜଣେ ଡାକିଲା ।

ପଛକୁ ଅନେଇଲା ବେଳକୁ ବ୍ୟକ୍ତି ଜଣକ ଉଡି ତାଙ୍କ ଶରୀରରେ ପିଟି ହୋଇଗଲେ ଏବଂ ପରେ ରାସ୍ତାରେ ପଡିଗଲେ । ତାଙ୍କ ବେକରୁ ପ୍ରବଳ ରକ୍ତ ବାହରୁଥିଲା ତାପରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଆଉ ତାଙ୍କ ଶରୀରରେ 52 ଟି ଷ୍ଟିଚ ପଡିଥିଲା , ଏହି ଘଟଣା ମାମଲାରେ ପୋଲିସ ଟେଲିକମ କମ୍ପାନୀ ନା ରେ ଏକ ମାମଲା ରୁଜ୍ଜୁ କରିଛି । ବର୍ତ୍ତମାନ ସମୟରେ ଅଟୋ ଡ୍ରାଇଭର ଓ ମହିଳା ଜଣକ ଗୁରୁତର ଅବସ୍ଥାରେ ରହିଛନ୍ତି । ଏହି ଦୃଶ୍ୟକୁ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.