Swastik Tv News Odisha

ଦୁଇ ଛୁଆର ମା” ହୋଇ ଯୁବକକୁ ସହ ଫେର ହେଲେ ମହିଳା…ଦେଖନ୍ତୁ ବାହାଘର ସମୟର ଭିଡ଼ିଓ

0

ପ୍ରେମ କୁ ଶାଶ୍ୱତ ଓ ଚିରନ୍ତନ ବୋଲି କୁହାଯାଏ , ଏବଂ ପ୍ରେମ ଏକ ପବିତ୍ର ଶବ୍ଦ । କିନ୍ତୁ ଯେତେବେଳେ ପ୍ରେମ ଅନୈତିକ କିମ୍ୱା ସମାଜ ବିରୋଧୀ ହୋଇଯାଏ ସେତେବେଳେ ପ୍ରେମ କଳୁଷିତ ହୋଇଯାଏ । ଏହିପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି , ଯାହାକି ନିଜ ଠାରୁ 10 ବର୍ଷ ବୟସର କମ ପୁଅକୁ ପ୍ରେମ କରି ତା ସହିତ ବିବାହିତା ମହିଳା ଜଣକ ଫେରାର ମାରିବା ପରେ ଏବେ ହଟହଟା ହୋଇଛନ୍ତି । ତେଣୁ ଶେଷରେ ନିଜ ସ୍ୱାମୀ ଓ ସନ୍ତାନକୁ ଛାଡି ଥାନାରେ ପ୍ରେମିକକୁ ବାହା ହୋଇଛନ୍ତି ସେହି ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅଞ୍ଚଳରେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ଯାହାକି ଗତ 5 ବର୍ଷ ତଳେ ଖପରାଖୋଲ ଥାନା ଅନକାଗ୍ରାମ ଅଞ୍ଚଳରେ ଭଜମନ ବାରଲେବୁଡିଆ ନାମକ ଜଣେ ଯୁବକ ସବିତା ବାରଲେବୁଡିଆ ଙ୍କୁ ବାହା ହୋଇଥିଲେ । ସେମାନଙ୍କର ଜଣେ 4 ବର୍ଷର ଓ ଆଉ ଜଣେ ଦେଢ ବର୍ଷର ପୁଅ ମଧ୍ୟ ରହିଛି । ତେବେ ଖୁସୀରେ ଚାଲିଥିବା ଭଜମନ ଓ ସବିତା ଙ୍କ ସୁଖର ସଂସାର ଭିତରେ କଳାବାଦାଲ ଘଟିଆସିଥିଲା । କାହିଁକି ନା 33 ବର୍ଷ ବୟସର ସବିତା ଓ ନିଜ ପଡୋଶୀ 22 ବର୍ଷର ଯୁବକ ମୁକେଶ ବେହେରାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ଧୀରେ ଧୀରେ ସେମାନଙ୍କର ଲୁଚାଛପା ପ୍ରେମ ବଢିଚାଲିଥିଲା , ତେବେ ଗୋଟିଏ ମାସ ତଳେ ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡି ପ୍ରେମିକ ମୁକେଶ ସହିତ ଫେରାର ମାରିଥିଲେ ସବିତା ।

ଯାହାକୁ ନେଇ ସବିତାଙ୍କ ସ୍ୱାମୀ ଭଜମନ ଖପ୍ରାଖୋଲ ଥାନା ର ଦ୍ୱାରସ୍ଥ ହୋଇଥିଲେ । ପରେ ପୋଲିସ ବାହାର ଜିଲ୍ଲାରୁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ପର ପୁରୁଷଙ୍କ ସହିତ ଫେରାର ମାରିଥିବା ସବିତାଙ୍କୁ ସ୍ୱାମୀ ଭଜମନ ଘରକୁ ନେବା ପାଇଁ ରୋକଠୋକ ମନା କରିଦେଇଥିଲେ । ଏହାପରେ ପୋଲିସ ସବିତାଙ୍କୁ ତାଙ୍କ ବାପ ଘରକୁ ପଠାଇବାର ବ୍ୟବସ୍ଥା କରିବାରୁ , ଏପରି କାମ କରିଥିବା ସବିତାଙ୍କୁ ତାଙ୍କ ବାପ ଘର ଲୋକେମାନେ ମଧ୍ୟ ରଖିବାକୁ ମନା କରି ଦେଇଥିଲେ । ଯାହାଫଳରେ ପୋଲିସ ଗୋଟିଏ ମାସ ହେବ ସବିତାଙ୍କୁ ନେଇ ବଲାଙ୍ଗୀରର ସୁଧାର ଗୃହରେ ରଖିଥିଲେ ।

ମାତ୍ର ସେଠାରେ ସବିତା ମାନସିକ ଚିନ୍ତାରେ ରହୁଥିବାର ଜାଣିବା ପରେ ପୋଲିସ ଏହାର ସମାଧାନର ବାଟ ଖୋଜିଥିଲା । ତେଣୁ ଶେଷରେ ପୋଲିସ ସ୍ୱାମୀ ଭଜମନଙ୍କ ଉପସ୍ଥିତିରେ ଖପ୍ରାଖୋଲ ଥାନା ରେ ହିଁ ସବିତା ଓ ତାର ପ୍ରେମିକ ମୁକେଶ କୁ ବାହା କରିଦେଇଥିଲେ । ସେପଟେ ଜଣେ ଦେଢ ବର୍ଷର କଅଁଳ ପୁଅ ଓ ଅନ୍ୟ ଜଣେ 4 ବର୍ଷ ର ପୁଅ ଏବେ ବାପା ଭଜମନ ପାଖରେ ରହୁଛନ୍ତି । ତେବେ ଜଣେ ଯୁବକର ପ୍ରେମରେ ଅନ୍ଧ ହୋଇ ମହାଭୁଲ କରିପକାଇଲା ସବିତା , କାହିଁକିନା ତାଙ୍କର ଦୁଇ ଜନ୍ମ କଲା ପୁଅ ଓ ସ୍ୱାମୀଙ୍କୁ ତାଙ୍କୁ ପରକରିବାକୁ ପଡିଲା । ଯାହାକୁ ନେଇ ଖପ୍ରାଖୋଲ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.