ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆମ ସମାଜ ରେ ଅଧିକ ରୁ ଅଧିକ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ଆଉ ଅନେକ ସମୟରେ ବିଷଧର ସାପ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ଏହା ସ୍ୱାଭାବିକ ଅଟେ କାରଣ ଲୋକ ମାନେ ବିକାଶ ନାମରେ ଧୀରେ ଧୀରେ ସମସ୍ତ ଜଙ୍ଗଲ କୁ କାଟି ସଫା କରି ଦେଉଛନ୍ତି। ଯାହା ଫଳରେ ଜଙ୍ଗଲ ର ରହିବା ସାପ ଗୁଡିକ ବାସହରା ହୋଇ ଗାଁ ତଥା ଜନବସତି ସ୍ଥାନକୁ ପଳେଇ ଆସୁଛନ୍ତି ।
ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ । କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି।
ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଦେଖିବା କୁ ମିଳିଛି କି ଗୋଟିଏ ୩୦୦ ବର୍ଷ ପୁରାତନ ଶ୍ରୀରାମ ଜାନକୀ ମନ୍ଦିର ଭିତରେ ଏକ ବିଶାଳ ଅହିରାଜ ସାପ ଦୀର୍ଘଦିନ ଧରି ରହି ଆସୁଥିଲେ। ତେବେ ମନ୍ଦିର ର ପୂଜାରୀ ଯେତେବେଳେ ଏହା ଜାଣିବାକୁ ପାଇଲେ ସେତେବେଳେ ସେମାନେ ବହୁତ ଭୟଭୀତ ହୋଇଯାଇ ଥିଲେ ଏବଂ ପରେ ସାପ ଧରାଳି ମୁରଲୀଵାଲା ହସଲେ ଙ୍କୁ ଜଣେଇଥିଲେ।
ତେବେ ସୂଚନା ପାଇବା ପରେ ମୁରଲୀଵାଲା ହସଲେ ସେହି ସ୍ଥାନରେ ଆସି ପହଁଚି ଥିଲେ ଏବଂ ସାପ କୁ ଉଦ୍ଧାର କରିବା କାମ ଆରମ୍ଭ କରିଥିଲେ। ତେବେ ମନ୍ଦିର ର ପୂଜାରୀ କହିଛନ୍ତି ସବୁଦିନ ମନ୍ଦିର ରେ ପାରା ମାନଙ୍କ ପୋଖୁ ପଡୁଥିଲା ଯାହାକୁ ସେହି ଅହିରାଜ ସାପ ଖାଉଥିଲା।
ମାତ୍ର ସେ ଦିନ ପୂଜା କରିବା ବେଳେ ତାଙ୍କୁ ଅଲଗା ଶବ୍ଦ ହେବାରୁ ସେ ମନ୍ଦିର ର ହନୁମାନ ଙ୍କ ପଛରେ ସାପ ଟି ଥିବାର ଦେଖି ଥିଲେ। ତେବେ ସାପ ଧରାଳି ଜଣଙ୍କ ମନ୍ଦିର ଭିତର କୁ ଯାଇ ହନୁମାନ ଙ୍କୁ ଟିକେ ଉଠେଇ ପଛରେ ଥିବା ବିଶାଳ ଅହିରାଜ କୁ କାବୁ କରିଥିଲେ। ତେବେ ଅହିରାଜ କୁ ଧରିବା ଏତେ ସହଜ ନଥିଲା ମାତ୍ର ଜ୍ଞାନ ଓ କୌଶଳ କ୍ରମେ ତାହାକୁ ସେ ଧରିଥିଲେ ଏବଂ ସାଙ୍ଗରେ ନେଇ ଯାଇଥିଲେ ଜଙ୍ଗଲ ରେ ଛାଡିବା ପାଇଁ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।