Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ମୃତ୍ୟୁ ପୂର୍ବର ଶେଷ କଥା, ଶ୍ୱଶୁର ଘରେ ପ୍ରତାଡିତ ହୋଇ ଆତ୍ମହତ୍ୟା ପୂର୍ବରୁ ମହିଳାଙ୍କ ଏହି ଦୁଃଖଭରା ଭିଡିଓ ଦେଖି ଆଖିରୁ ଲୁହ ଆସିଯିବ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ ଓ ଆତ୍ମହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଯୌତୁକ ପାଇଁ ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ଟଙ୍କା ପାଇଁ ସେ ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ଅଟନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ଏଭଳି ଘଟଣା ପ୍ରତିଦିନ ଶୁଣିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ବିବାହିତ ମହିଳାଙ୍କୁ ଯୌତୁକ ପାଇଁ ତାଙ୍କ ଶାଶୁଘର ଲୋକ ନିର୍ଯାତନା ଦେଇଛନ୍ତି ଓ ପରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଝାଡଖଣ୍ଡର ଧନବାଦ ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। କୋମଲ ପଟେଲ ନାମକ ଜଣେ ମହିଳା ଓ ତାଙ୍କର ବୟସ ମାତ୍ର ୨୧ ବର୍ଷ, ସେ ବିବାହ ପରେ ତାଙ୍କ ଶାଶୁଘରେ ରହୁଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା। ହଠାତ ଦିନେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ମାନେ ଶାରିରୀକ ଓ ମାନସିକ ସ୍ତରରେ ବହୁତ ଅତ୍ୟାଚାର କରୁଥିଲେ। ବିବାହ ବେଳେ ତାଙ୍କ ବାପାଘର ଲୋକ ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ସୁଦ୍ଧା, ତାଙ୍କ ଶାଶୁଘର ଲୋକଙ୍କର ମନ ଶାନ୍ତି ନଥିଲା, ସେଥିପାଇଁ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମଧ୍ୟ ଦେଉଥିଲେ।

ତେବେ ମହିଳା ଜଣଙ୍କ ସବୁ ଅତ୍ୟାଚାରକୁ ଭୁଲି, ସମୟର ଅପେକ୍ଷାରେ ରହି ଥାଆନ୍ତି। କାଳେ ସେମାନଙ୍କର ମନ ପରିବର୍ତ୍ତନ ହୋଇଯିବ, କିନ୍ତୁ କୌଣସି ବି ଲାଭ ହେଲା ନାହିଁ। ଶେଷରେ ମହିଳା ଜଣଙ୍କ ନିଜ ବାପାଙ୍କୁ ଭୁଲ ମାଗିଛନ୍ତି ଓ କଷ୍ଟ ସହି ନ ପାରି ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଶାଶୂଘର ଲୋକ ଫେରାର ଅଛନ୍ତି। ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.