Swastik Tv News Odisha

2 ହଜାର ବର୍ଷ ହେଲା ଜଳୁଛି ଅଖଣ୍ଡ ମହାଦୀପ ଭଗବାନ ଙ୍କ ଲୀଳା ଦେଖି ବୈଜ୍ଞାନିକ ମାନେ ବି ମୁଣ୍ଡରେ ହାତ ଦେଲେ ! ସମ୍ପୁର୍ଣ୍ଣ ତଥ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଆମ ଦେଶ ହେଉଛି ଧର୍ମପରାୟଣ ଦେଶ , କାରଣ ଏଠାରେ ବାସ କରୁଥିବା ସମସ୍ତ ଲୋକମାନେ ଇଶ୍ୱରବିଶ୍ୱାସୀ ହୋଇଥାନ୍ତି । ଆମ ଦେଶରେ ଅନେକ ରହସ୍ୟମୟୀ ମନ୍ଦିର ମାନ ରହିଛି , ଯେଉଁଥିରେ ଅନେକ ରହସ୍ୟମୟ କାହାଣୀ ଲୁଚି ରହିଥାଏ । ଯାହା ଆମ ମାନଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ , ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରହସ୍ୟମୟ ମନ୍ଦିର ବିଷୟରେ ଜଣେଇବୁ ଯାହା ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ମନ୍ଦିର ମାନଙ୍କ ମଧ୍ୟରୁ ମଧ୍ୟପ୍ରଦେଶର ମା ହରିସିଡି ମନ୍ଦିର ହେଉଛି ଅନ୍ୟତମ ।

ସୂଚନା ଅନୁସାରେ , ଏହି ରହସ୍ୟମୟ ମନ୍ଦିର ମଧ୍ୟପ୍ରଦେଶ ର ଉଜୟିନୀ ସହର ଠାରୁ ଅଳ୍ପ ଦୂରରେ ବିଜା ର ଅଗ୍ର ମାଲୱା ଠାରେ ଅବସ୍ଥିତ ମା ହରିସିଡି ମନ୍ଦିର । ଏହି ମନ୍ଦିରଟି ଅନ୍ୟ ମନ୍ଦିର ମାନଙ୍କ ଠାରୁ ଭିନ୍ନ ଓ ସତନ୍ତ୍ର ଅଟେ । ଏହି ମନ୍ଦିରର ବିଶେଷତ୍ୱ ଏହା ଯେ , ଏହି ମନ୍ଦିରରେ ଜଳୁଥିବା ଅଖଣ୍ଡ ଦୀପ କେବେହେଲେ ଲିଭେ ନାହିଁ । ଏହା ହିଁ ଏହି ମନ୍ଦିରର ବିଶେଷତ୍ୱ , 2000 ବର୍ଷ ହେବ ଏହି ଦୀପଟି ଜଳି ଆସୁଛି । କୁହାଯାଏ କି ଯେତେ ଝଡ ବାତ୍ୟା ଆସିଲେ ମଧ୍ୟ ଏହି ଦୀପର କୌଣସି କ୍ଷତି ହୁଏ ନାହିଁ , ଅର୍ଥାତ୍ ଏହି ଦୀପଟି କେବେହେଲେ ଲିଭେ ନାହିଁ । ଏହି ଦୃଶ୍ୟ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଆନ୍ତି ।

ଏହାଛଡା ଏହି ମନ୍ଦିରରେ ମା ହରିସିଡି 3 ଟି ଅବସ୍ଥାରେ ଦେଖା ଦେଇଥାନ୍ତି । ଲୋକଙ୍କ କହିବା କଥା , ମା ହରିସିଡି ସକାଳେ ଛୋଟ ପିଲା ରୂପରେ , ଦ୍ୱିପହରରେ ଯୌବନବସ୍ଥାରେ ଏବଂ ସନ୍ଧ୍ୟା ସମୟରେ ବୃଦ୍ଧ ଅବସ୍ଥାରେ ଦର୍ଶନ ଦେଇଥାନ୍ତି । ଏହି ମନ୍ଦିର ର ଅଖଣ୍ଡ ଦୀପ ସାମ୍ନାରେ ବିଜ୍ଞାନ ମଧ୍ୟ ହାର ମାନିଛି ଏବଂ ମାଙ୍କର ଏପରି ରୂପ ପରିବର୍ତ୍ତନ ମଧ୍ୟ ଭକ୍ତ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଏ । ଏହି ମନ୍ଦିର ବହୁ ବର୍ଷ ପୂର୍ବରୁ ସ୍ଥାପିତ ହୋଇଛି , ତେବେ କୁହାଯାଉଛି କି ଏହି ମନ୍ଦିରର ପ୍ରତିଷ୍ଠାତା ବିକର୍ମାଦିତ୍ୟ ଙ୍କ ପୁଅ ବିଜୟ ସିଂ ନିର୍ମାଣ କରିଛନ୍ତି । ସେ କହିଛନ୍ତି ଉଜୟିନୀ ମାନଙ୍କର ସେ ବହୁତ ବଡ ଭକ୍ତ ଅଟନ୍ତି ଏବଂ ପ୍ରତିଦିନ ମାଙ୍କ ଦର୍ଶନ ନିମନ୍ତେ ସେଠାକୁ ଯାଇଥାନ୍ତି ।

ଏକଦା ମା ବିଜୟ ସିଂଙ୍କ ସ୍ୱପ୍ନରେ ଆସି କହିଥିଲେ କି ମୁଁ ତୁମ ଭକ୍ତିରେ ସନ୍ତୁଷ୍ଟ , ତେଣୁ ବିଜା ଠାରେ ପୂର୍ବକୁ ମନ୍ଦିର ର ଦ୍ୱାର କରି ମନ୍ଦିର ନିର୍ମାଣ କର । ବିଜୟ ଏହି ସ୍ୱପ୍ନ ବିଷୟରେ ରାଜାଙ୍କୁ ଜଣାଇଲେ ଏବଂ ରାଜାଙ୍କ ନିର୍ଦ୍ଦେଶାକ୍ରମେ ମନ୍ଦିର କାର୍ଯ୍ୟ ମଧ୍ୟ ସମ୍ପନ୍ନ ହେଲା । କୁହାଯାଏ କି ଏହି ମନ୍ଦିରରେ ମା ସ୍ୱୟଂ ଆବିର୍ଭାବ ହୋଇଥାନ୍ତି , ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.