Swastik Tv News Odisha

ଦେଖନ୍ତୁ ଭିଡିଓ : ଗାଧୋଉଥିବା ସମୟରେ ଯୁବକଙ୍କୁ ହଠାତ୍ ପୋଖରୀ ଭିତରକୁ ଟାଣି ନେଲା କୁମ୍ଭୀର, ପୁରା ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

0

ସମାଜରେ ପ୍ରତିଦିନ କିିଛି ନା କିଛି ଘଟଣା ନିଶ୍ଚୟ ଘଟିଥାଏ , ଯାହା ଆମେ ସୋସିଆଲ ମିଡିଆ ଜରିଆରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିପାରିଥାଉ । ବର୍ତ୍ତମାନ ଲୋକମାନଙ୍କୁ କୌଣସି ଘଟଣା ସମ୍ପର୍କ ଜାଣିବା ପାଇଁ ଅଧିକ କଷ୍ଟ କରିବା ପାଇଁ ପଡୁ ନାହିଁ , କାରଣ ସେମାନେ ସୋସିଆଲ ମିଡିଆ ଜରିଆରେ ସମସ୍ତ ଘଟଣା ସମ୍ପର୍କରେ ଆବଗତ ହୋଇ ପାରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ ଜଣେଇବୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇବ । ତେବେ ଆସନ୍ତୁ ଜାଣିବା ସେହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ତେବେ ଘଟଣା ଟି ହେଉଛି ଜଣେ ଲୋକ ନଈ କୁ ଗାଧୋଇ ଯାଇଥିବା ସମୟରେ କୁମ୍ଭୀର ଟାଣି ନେଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଭୟଙ୍କର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ଜଗନ୍ନାଥପୁର ଗ୍ରାମରେ । ତେବେ ସୂଚନା ଅନୁସାରେ ଜଗନ୍ନାଥପୁର ଗ୍ରାମର 51 ବର୍ଷୀୟ ଯୁବକ ଦିନ 2 ଟା ସମୟରେ ବ୍ରାହ୍ମଣୀ ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ । ଘରକୁ ଆସିବାରେ ବ୍ୟକ୍ତିଙ୍କର ବିଳମ୍ୱ ହେବାରୁ ଘର ଲୋକେ ବ୍ୟସ୍ତ ହୋଇପଡିଥିଲେ , ନଦୀ ନିକଟକୁ ମଧ୍ୟ ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନଙ୍କ କହିବା କଥା ଏହା କି ସେ ଯେତେବେଳେ ଗାଧୋଇବା ପାଇଁ ଯାଇଥିଲେ , ସେତେବେଳେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା ।

ସେମାନଙ୍କ ତାଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ କରି ପାରି ନଥିଲେ , କାରଣ ସେମାନଙ୍କ ହାତରେ କିଛି କରିବା ପାଇଁ ସକ୍ଷମ ନଥିଲା । ଏହା ଶୁଣି ପରିବାର ଲୋକେ ବହୁତ ଭୟଭୀତ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ସେମାନେ ଦମକଳ ବିଭାଗକୁ ଖବର ଦେଇଥିଲେ , ତେବେ ଦମକଳ ବିଭାଗ ଖବର ପାଇଁ ତୁରନ୍ତ ଏକ ଡଙ୍ଗା ସାହାର୍ଯ୍ୟରେ ଖୋଜା ଖୋଜି କରିବା ଆରମ୍ଭ କରିଥିଲେ । ଏହାଛଡା ତାଙ୍କ ସହ କିଛି ଗାଁ ଲୋକମାନେ ମଧ୍ୟ ସାହାର୍ଯ୍ୟ କରୁଥିଲେ , କିନ୍ତୁ ଦମକଳ ବିଭାଗ ଓ ଗାଁ ଲୋକମାନେ ଯେତେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ କୌଣସି ଖବର ମିଳି ନଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ବ୍ୟକ୍ତିର କୌଣସି ସନ୍ଧାନ ମିଳି ନାହିଁ ।

ତେବେ କୁହାଯାଉଛି କି ସରକାରଙ୍କ ତରଫରୁ ଏ ସମ୍ପର୍କରେ ବାରମ୍ୱାର ସତର୍କ କରାଯାଇଥିଲା , ଏଭଳି ସମୟ କୁମ୍ଭୀର ମାନଙ୍କର ଅଣ୍ଡା ଦେବା ସମୟ ଅଟେ । ଯଦି ଆପଣ ଗାଧୋଇବା ପାଇଁ ଯାଉଛନ୍ତି , ତେବେ ତାରଜାଲି କରି ଗାଧୋନ୍ତୁ । ନହେଲେ ଏପରି ଅସାବଧାନତା ଆବଲମ୍ୱନ କଲେ ଏପରି ମୃତ୍ୟୁ ମୁଖରେ ପଡିବା ସୁନିଶ୍ଚିତ । କାରଣ ସେମାନେ ହେଉଛନ୍ତି ମାଂସାସୀ ପ୍ରାଣୀ , ତାଙ୍କ ପାଟିରେ ମାଂସର ଖଣ୍ଡ ପଡିଲେ ତାଙ୍କ ଠାରୁ ବଞ୍ଚିବା ବହୁତ କଷ୍ଟକର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.