Swastik Tv News Odisha

Bastu Tips – ଘରେ ପାରା ବସା ଦେଲେ ଜାଣନ୍ତୁ ଏହାର ଅର୍ଥ ! ଶୁଭ ନା ଅଶୁଭ ହୋଇଥାଏ……

0

ପ୍ରାୟତଃ ଅଧିକାଂଶ ପକ୍ଷୀ ବହୁତ ଚଞ୍ଚଳ ଓ ସରଳ ହୋଇଥାନ୍ତି କିନ୍ତୁ ପାରା ଚଞ୍ଚଳ କମ ବରଂ ସରଳ ଅଧିକ ହୋଇଥାନ୍ତି । ବିଶ୍ରାମ ନେବା ପାଇଁ ଏମାନେ ଐତିହାସିକ ପୁରୁଣା କୋଠା ଏବଂ ଉଚ୍ଚ ସ୍ମାରଣ ଏମାନଙ୍କୁ ଅଧିକ ପସନ୍ଦ ହୋଇଥାଏ । ପାରା ଘରକୁ ଆସିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ର ଆଗମନ ହୋଇଥାଏ , କେହି କେହି ପାରାକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କହିଥାନ୍ତି । ପକ୍ଷୀ ମାନଙ୍କୁ ଦାନା ଦେବା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ କିନ୍ତୁ ପାରା ଏକ ଏପରି ପକ୍ଷୀ ଯାହାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ । ତା ସହିତ ପାରା ନିଜ ଜୀବନ ସାଥୀ ପାଇଁ ବହୁତ ସଚ୍ଚୁଟ ରହିଥାଏ ।

ପାରା ମାନଙ୍କୁ ଦାନା ଦେବା ଏକ ପୂନ୍ୟ କାମ ଅଟେ , ସେଥିପାଇଁ ପ୍ରାୟ ଲୋକ ପାରା ମାନଙ୍କୁ ଦାନା ଦେବାକୁ ପସନ୍ଦ କରିଥାନ୍ତି । ବହୁତ ଲୋକ ପାରା କୁ ନିଜ ଘରର ଛାତ ଉପରେ ଦାନା ଦେବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଏଥିରେ କିଛି ସାବଧାନ ରହିବା ଅବଶ୍ୟକ , ଆପଣ ମାନେ ଶୁଣିଥିବେ କି ଛାତ ଉପରେ ପାରା କୁ ଦାନା ନଦେଇ ଘରର ଅଗଣାରେ କିମ୍ୱା ଘରର ବାହାରେ କୌଣସି ସ୍ଥାନରେ ଦାନା ଦିଆଯାଏ । ଯଦି ଘରେ କିଛି ଅସୁବିଧା ଅଛି କି ପାଖରେ କୌଣସି ଭଲ ସ୍ଥାନ ନାହିଁ , ତେବେ ହିଁ ଆପଣ ଛାତ ଉପରେ ପାରାକୁ ଦାନା ଦେଇ ପାରିବେ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଛାତକୁ ରାହୁ ଏବଂ ପାରାକୁ ବୁଧ ବୋଲି ବିଚାର କରାଯାଏ । ଜ୍ୟୋତିଷ ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ ଏବଂ ବୁଧଙ୍କର ମିଳନ ହୋଇଥାଏ ତ ସେଠାରେ ସ୍ଥିତି ଖରାପ ହୋଇଯାଇଥାଏ । ଯଦି ଜନ୍ମ କୁଣ୍ଡଳୀରେ ବୁଧ ଏବଂ ରାହୁ ଙ୍କର ମିଳନ ଖରାପ ଥାଏ ତ ଏହା ସେହି ବ୍ୟକ୍ତି ପାଇଁ ବହୁତ ଅଶୁଭ ବିଚାର କରାଯାଏ । ଏହି ଅବସ୍ଥାରେ ବ୍ୟକ୍ତି ପାଗଳଙ୍କ ପରି ଓଲଟା ବ୍ୟବହାର କରିପାରେ ଏବଂ ଘରେ ମଧ୍ୟ ଧନ ଜନିତ ସମସ୍ୟା ଦେଖାଦେଇ ପାରେ । ସେଥିପାଇଁ ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ବାହାରେ କିମ୍ୱା ଅଗଣାରେ ଦାନା ଦିଅନ୍ତୁ ।

କିନ୍ତୁ ଗୋଟେ କଥା ମନେ ରଖିବେ କି କେବେହେଲେ ପାରାକୁ ଘରେ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ବୋଲି ବିଚାର କରାଯାଏ , ଯଦି ଆପଣଙ୍କ ଘରର ପାଖାପାଖି ପାରା ନାହାନ୍ତି କିମ୍ୱା ଆପଣ ପାରାକୁ ଦେଖିବାକୁ ପାଉ ନାହାନ୍ତି ତେବେ ଗୋଟିଏ କାମ କରନ୍ତୁ । ସବୁଦିନ କିଛି ଦାନା ଏବଂ ପାଣି ଏକ ଖୋଲା ସ୍ଥାନରେ ରଖନ୍ତୁ ଯାହାଦ୍ୱାରା କି ବାହାର ର ପକ୍ଷୀ ମାନେ ତାକୁ ଦେଖି ପାରିବେ । ଏପରି କିଛି ଦିନ କରିବା ପରେ ପାରା ମାନେ ଆସିବା ପାଇଁ ଲାଗିବେ , ପାରା ମାନଙ୍କୁ ଏପରି ଖାଇବା ଦେବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବା ସହ ଧନ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.