Swastik Tv News Odisha

ଦେଖନ୍ତୁ ଛାତିଥରା ଭିଡିଓ : ନାବାଳକ ଯୁବକ କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ Video ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ….

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଘରେ ଥାଇ ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣିପାରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଶୁଣିବା ମାତ୍ରେ ଆପଣଙ୍କ ଛାତି ଥରି ଉଠିବ । ତେବେ ଘଟଣାଟି ହେଉଛି ଜଣେ ନାବାଳକକୁ ଗୋଡେଇ ଗୋଡେଇ ହାଣି ହତ୍ୟା କରୁଛନ୍ତି ଦୁର୍ବୁତମାନେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ର ମୋରଡା ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ମହୁଲବାଣୀ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ମହୁଲବଣି ଗ୍ରାମରେ ଥିବା ଗୋଚର ଜାଗାରେ ରଘୁନାଥ ମାହାନ୍ତ ଘରକରି ସେଠାରେ ଦୀର୍ଘ 10 ବର୍ଷ ଧରି ରହିଆସୁଛନ୍ତି . । କିନ୍ତୁ ଉକ୍ତ ଗ୍ରାମର କମଳଲୋଚନ ମାହାନ୍ତ ରଘୁନାଥ ଘେରାଇଥିବା ବାଡକୁ ଉଠାଇ ଦେଇଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରଚୁର ପାଟିତୁଣ୍ଡ ହୋଇଥିଲା , ସନ୍ଧ୍ୟା ସମୟରେ ଗୋଚର ଜାଗାରେ ରହୁଥିବା ରଘୁନାଥ ମାହାନ୍ତଙ୍କ ଘରକୁ ଯାଇଥିଲେ ।

କିନ୍ତୁ ସେ ସମୟରେ ଘରେ ରଘୁନାଥ ନଥିଲେ ମାତ୍ର ରଘୁନାଥ ମାହାନ୍ତଙ୍କ ନାତି ହରେକୃଷ୍ଣ ମାହାନ୍ତ ଥିଲେ । ତାଙ୍କ ଘରକୁ ସେହି ସମୟରେ ନିଶାଶକ୍ତ ଅବସ୍ଥାରେ କମଳଲୋଚନ ମାହାନ୍ତ , ଯିତେନ୍ଦ୍ର ମାହାନ୍ତ , ଶୁଭାକର ମାହାନ୍ତ ସେଠାରେ ପହଞ୍ଚି ନାତି ହରେକୃଷ୍ଣ ମାହାନ୍ତଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଧୀରେ ଧୀରେ କଳହ ବଢିବାରୁ ସେ ତିନି ଜଣ ମିଶି ଟାଙ୍ଗିଆରେ ହରେକୃଷ୍ଣଙ୍କୁ ଗୁରୁତର କରି ପକାଇଥିଲେ । ତେବେ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାରମାଇଲ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।

ପରେ ଏ ସମ୍ପର୍କରେ ସ୍ଥାନୀୟ ଗୋରଡା ଥାନା ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିବା ସହ , ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ମାତ୍ର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କମଳଲୋଚନ ମାହାନ୍ତ ଫେରାର ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛନ୍ତି , ପରିବାର ଲୋକ ଏନେଇ ବହୁତ ଦୁଃଖ ପ୍ରକାଶ କରିବା ସହ ଭାଙ୍ଗି ପଡିଛନ୍ତି । ସେମାନଙ୍କର କହିବା କଥା ଯେ ପ୍ରକୃତ ଦୋଷୀ ତାଙ୍କୁ ନିଶ୍ଚୟ ଦଣ୍ଡ ମିଳୁ ତେବେ ଯାଇଁ ତାଙ୍କ ନାତିର ଆତ୍ମା ଶାନ୍ତି ପାଇବ ।

ଆପଣ ଟିକିଏ ଚିନ୍ତା କରନ୍ତୁ ବର୍ତ୍ତମାନ ସମୟରେ ମଣିଷ ଭିତରେ ପ୍ରକୃତ ମାନବିକତା ଲୋପ ପାଇବାରେ ବସିଲାଣି । କାରଣ ଜଣେ ଜୀବନ୍ତ ମଣିଷକୁ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି । । ତେଣୁ ଧୀରେ ଧୀରେ ସମାଜରେ ମାନବିକତା ଲୋପ ପାଇବାରେ ବସିଲାଣି , ସମାଜରେ ପ୍ରତିଦିନ ଏମିତି କିଛି ଘଟଣା ଘଟୁଛି । ଯାହା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.