Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ପଚାଶ ଟଙ୍କା ଦିଅ କୁଣ୍ଢା କୁଣ୍ଢି କର….

0

ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ତେଣୁ ଦିନକୁ ଦିନ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି। ଫଳରେ ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ଆଉ ଏଥିପାଇଁ ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ଏଭଳି ଘୃଣ୍ୟ କାଣ୍ଡ ଘଟାଇଥିବା ସୈତାନ।

ଆଉ ଏହାପରେ ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି । କେଉଁଠି ପରିବାର ର ପ୍ରତିଜ୍ଞା ଆଗରେ ମୁଣ୍ଡ ନୁଆଁଉଛି ନ୍ୟାୟ ତ ଆଉ କେଉଁଠି କାଗଜ ପତ୍ର ର ବିଡା ଭିତରେ ନ୍ୟାୟ ବେକରେ ବନ୍ଧା ହେଉଛି ଏକ ଶକ୍ତ ଫିତା।ଆଇନ୍ ର ଗଳା ବାଟ କୁ ଆପଣେଇ ସୈତାନ୍ ଏବଂ ଦୁଷ୍କର୍ମ କାରୀ ମାନେ ଖସି ଯିବାକୁ ପ୍ରୟାସ କରୁଥିବା ବେଳେ କିନ୍ତୁ ସବୁ ସମୟରେ ସଫଳ ହୋଇ ନପାରୁ ଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ବେଶ୍ ଏହାର ଫାଇଦା ଉଠାଇ ପାରୁଛନ୍ତି। ଯାହା ପୀଡ଼ିତା କୁ ଦେଉଛି ଆହୁରି ଅଧିକ କଷ୍ଟ। ତେବେ ପ୍ରକୃତରେ ଏସବୁ ଘଟିବାର କାରଣ କଣ?

ସତରେ କଣ ମଣିଷ ଏତେ ତଳକୁ ଖସି ଯାଉଛି। ସବୁଠାରୁ ବଡ଼ କଥା ହେଲା ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି। କିନ୍ତୁ ବେଳେବେଳେ ଏଥିପାଇଁ ତାକୁ ଦଣ୍ଡ ବି ଭୋଗିବାକୁ ପଡୁଛି।ଏବେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ର ବ୍ଲକ ବଜାର ଅଞ୍ଚଳରୁ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁ ଘଟଣାରେ ଜଣେ ବୃଦ୍ଧ ଦୋକାନୀ ତାଙ୍କ ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ଦୁଇ ନାବାଳିକାଙ୍କୁ ଭିତରକୁ ଡ଼ାକି ଅସଦାଚରଣ କରିଛି।

ପରେ ସେମାନେ ଆସି ଏହି ବ୍ୟକ୍ତିଙ୍କର ଅଭଦ୍ର କାରନାମା ବିଷୟରେ ଜଣାଇଥିଲେ।ତେବେ ବୃଦ୍ଧ ଜଣଙ୍କ ସେମାନଂକୁ ଭିତରକୁ ଡ଼ାକି ପ୍ୟାଣ୍ଟ୍ ସାର୍ଟ ଖୋଲିବାକୁ କହି ତାଙ୍କ ସହିତ ଅଶ୍ଳୀଳ ହରକତ କରିଥିବା ନାବାଳିକା ମାନେ କହିଛନ୍ତି। କିନ୍ତୁ ଦୋକାନୀ ଏହାକୁ ଅସ୍ବୀକାର କରିବା ସହ ଏହା କହିଛନ୍ତି ଯେ ସେମାନେ ତାଂକୁ ୫୦ ଟଙ୍କା ଦେଇ କୁଣ୍ଢା କୁଣ୍ଢି କରିବାକୁ କହିଥିଲେ।ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସ୍ ରେ ଅଭିଯୋଗ କରି ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.