Swastik Tv News Odisha

ଯେଉଁଠି ଲୁଚିଲେ ବି ପିଲାଟିକୁ ଖୋଜି ଖୋଜି ୮ ଥର ଦଂଶନ କରିସାରିଲାଣି ଗୋଟିଏ ସାପ, କିନ୍ତୁ କାରଣ ଏବେ ବି ଅସ୍ପଷ୍ଟ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ଏମିତି କିଛି ଘଟଣା ଘଟିଥାଏ , ଯାହା ଆମମାନଙ୍କୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇପଡେ । କିନ୍ତୁ ସେହି ଘଟଣା ସତ୍ୟ ଅଟେ , ଜାଣିଛନ୍ତି ଗୋଟିଏ ପିଲାକୁ ନିର୍ଦ୍ଦିଷ୍ଟ ଗୋଟିଏ ସାପ ଗୋଡାଇ ଗୋଡାଇ କାମୁଡୁଛି । ଘର ସାହି , ସହର ସବୁକିଛି ବଦଳାଇ ସାରିଲାଣି ପିଲାଟି ହେଲେ ସେ ସାପ ସବୁଠି ତାକୁ ଖୋଜି ଦେଉଛି ଏବଂ କାମୁଡୁଛି । ସେହି ପିଲାଟିକୁ ମାସକରେ 8 ଥର ଦଂଶନ କରି ସାରିଲାଣି ସାପ ।

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି , ଯାହା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରୁଛି । ପିଲାକୁ ଗୋଟିଏ ନିର୍ଦ୍ଦିଷ୍ଟ ସାପ ଗୋଟିଏ ମାସରେ 8 ଥର କାମୁଡିବା କୌଣସି କାହାଣୀ ଠାରୁ କମ ନୁହେଁ । ବାପା ମା ପିଲାଟିକୁ ବାରମ୍ୱାର ମେଡିକାଲରେ ଭର୍ତ୍ତି କରାଉଛନ୍ତି , ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ପିଲାଟିକୁ 8 ଥର ସାପ ଦଂଶନ କଲା ପରେ ବି ସେ ଜୀବିତ ଅଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଆତଙ୍କିତ ଅଛନ୍ତି , ପିଲାଟିର ବାପା ଚନ୍ଦ୍ରମୌଲି ମିଶ୍ରା କୁହନ୍ତି ଯେତେବେଳେ ମୋ ପୁଅକୁ ସାପ ତୃତୀୟ ଥର ଦଂଶନ କଲା , ସେତେବେଳେ ମୁଁ ତାଙ୍କୁ ଦୂରରେ ଥିବା ବନ୍ଧୁଙ୍କ ଘରକୁ ପଠାଇଦେଲି ।

ହେଲେ ସେଠାରେ ମଧ୍ୟ ସେହି ସାପଟି ପୁଅକୁ ଦଂଶନ କରିବାରେ ଲାଗିଲା , ପୁଅ ସାପକୁ ବାରମ୍ୱାର ଦେଖୁଛି ଯାହାକୁ ନେଇ ଆମେମାନେ ବଡ ଆତଙ୍କିତ ଅବସ୍ଥାରେ ଅଛୁ । ସାପକୁ ଧରିବା ପାଇଁ ସାପଙ୍କର ବ୍ୟବସ୍ଥା କରିବା ସହ ପୂଜା ପାଠ ସବୁ ସରିଲାଣି । କିନ୍ତୁ ସାପ ସେମିତି କାମୁଡି ଚାଲିଛି , ଏବେ ଚର୍ଚ୍ଚା ଚାଲିଛି ସାପ ସହ ଉକ୍ତ ପିଲାର ପୂର୍ବ ଜନ୍ମ ର ସମ୍ପର୍କ ରହିଛି । ତେବେ ଏ ଘଟଣା ପ୍ରଥମ ନୁହେଁ , ଏମିତି କିଛି ଘଟଣା ପୂର୍ବରୁ ମଧ୍ୟ ଘଟିଛି । ନାଗୀନ ନେଉଛି ନାଗ ମୃତ୍ୟୁର ପ୍ରତିଶୋଧ , ଲୋକଙ୍କୁ ଖୋଜି ଖୋଜି ଚଟ ମାରୁଛି ।

ଗାଁରେ ଲୋକମାନଙ୍କୁ ଖୋଜି ଖୋଜି ମାରୁଛି ଚଟ , ଫିଲ୍ମୀ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ବାସ୍ତବରେ ଏଠାରେ ଘଟୁଛି । ଏ ନାଗୀନ ଜଣେ କି ଦୁଇ ଜଣ ଙ୍କୁ ନୁହେଁ ଗୋଟି ଗୋଟି କରି 26 ଜଣଙ୍କୁ ଦଂଶନ କରି ସାରିଲାଣି । ଉତ୍ତର ପ୍ରଦେଶ ବୋହରାଇଚ ଜିଲ୍ଲାରେ ନାଗୀର ପ୍ରତିଶୋଧ ଖବର କିଛି ଦିନ ହେବ ଚହଳ ପକାଉଛି । ଘଟଣାଟି ହେଉଛି ବୋହରାଇଚ ରୁପିଡିହା ଥାନାର ବାବାଗଞ୍ଜ ଅଞ୍ଚଳର । ସୂଚନା ମୁତାବକ ଏହି ଗାଁ ରେ ଥାବା ଏକ ମନ୍ଦିରରେ ରହୁଥିବା ନାଗଯୋଡିଙ୍କ ମଧ୍ୟରୁ ନାଗକୁ ଗ୍ରାମବାସୀ ନାଗପଞ୍ଚମୀ ଦିନ ମାରି ଦେଇଥିଲେ ।

ଯାହା ପରଠାରୁ ଗାଁରେ ଅଚାନକ ନାଗୀନର ଆତଙ୍କ ସୃଷ୍ଟି ହୋଇଯାଇଛି , ଗାଁରେ ପାଖାପାଖି 20 ଲୋକଙ୍କ ସମେତ ପ୍ରାୟ ଅଧା ଡଜନ ପଶୁଙ୍କୁ ସାପ ଦଂଶନ କରିସାରିଲାଣି । ନାଗୀନ କବଳରୁ ମୁକ୍ତି ପାଇବା ପାଇଁ ଲୋକମାନେ ଗାଁ ଛାଡି ଚାଲିଯାଉଛନ୍ତି । ସାପ ଧରାଳୀ ମଧ୍ୟ ଏହି ଗାଁକୁ ଆସିବା ପାଇଁ ଡରୁଛନ୍ତି , ଘଟଣାଟି ଫିଲ୍ମୀ ପରି ଲାଗୁଥିଲେ ମଧ୍ୟ ବାସ୍ତବରେ ସତ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.