Swastik Tv News Odisha

ଅନ୍ୟ ଛାତ୍ରୀଙ୍କ ଦେହରେ ପ୍ରବେଶ କରି ଏମିତି କହୁଛି ମରିଯାଇଥିବା ଛାତ୍ରୀର ଆତ୍ମା, ଜାଣନ୍ତୁ କେଉଁଠାର ଏହି ଘଟଣା…ଦେଖନ୍ତୁ ଭିଡ଼ିଓ

0

ସ୍କୁଲରେ ଘଟିଲା ଭୈତିକ କାଣ୍ଡ , ପାଠ ପଢା ଚାଲୁଥିବା ବେଳେ ମୂର୍ଚ୍ଚା ହୋଇଯାଉଛନ୍ତି ଛାତ୍ରୀ । ଅଚେତ ହୋଇ ଏଣୁ ତେଣୁ ବି ଗୋପୁଛନ୍ତି , ଏଭଳି ଘଟଣା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରଘୁନାଥ ସ୍ୱାମି ଉଚ୍ଚ ବାଳିକା ବିଦ୍ୟାଳୟରେ । ହଠାତ୍ ସ୍କୁଲର ଛାତ୍ରୀ ବିକଟାଳ ଚିତ୍କାର କରିବା ସହ ସେମାନଙ୍କ ଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଯାଉଛି । ଅଭିଯୋଗ ଆସୁଛି ଯେ ଏହା କୌଣସି ଭୈତିକ କାଣ୍ଡ କିମ୍ୱା ତନ୍ତ୍ରବିଦ୍ୟାର ପ୍ରୟୋଗ । ସ୍କୁଲ ପରିବେଶରେ ଭୂତ କିମ୍ୱା କୌଣସି ମୃତ ଲୋକର ଆତ୍ମା ଏଭଳି କରୁଥିବା ବିଶ୍ୱାସ କରୁଛନ୍ତି ସ୍ଥାନୀୟ ଲୋକେ ।

ଏହି ଘଟଣାକୁ ନେଇ ଛାତ୍ରୀ , ଶିକ୍ଷୟିତ୍ରୀ ଓ ଅବିଭାବକ ଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରୀ , ବିଶେଷ କରି ଦଶମ ଶ୍ରେଣୀର ଛାତ୍ରୀ ଏମିତି ଭୌତିକ କାଣ୍ଡର ଶିକାର ହୋଇଛନ୍ତି । ଅନ୍ୟପଟେ ଗତ କିଛି ଦିନ ତଳେ ଉକ୍ତ ସ୍କୁଲରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହି ଘଟଣାରେ ମୃତ ଛାତ୍ରୀଙ୍କର ମାଆ ଗୁଣି କରି ତାଙ୍କୁ ମାରିଥିବା କଥା ସ୍କୁଲର ଛାତ୍ରୀ ମାନେ ଅସ୍ୱାଭାବିକ ଲକ୍ଷଣ କରୁଥିବା ସମୟରେ ବାରମ୍ୱାରା କହୁଥିବାର ଶୁଣିବାକୁ ମିଳିଛି ।

ତେବେ ଏହା ଏକ ପ୍ରକାର ମାନସିକ ବିକୃତି ହୋଇପାରେ କିମ୍ୱା ଅତ୍ୟଧିକ ଭୟରେ ଏଭଳି ସ୍ୱଭାବ କରୁଥାଇ ପାରନ୍ତି ବୋଲି ଡାକ୍ତର କହିଛନ୍ତି । ମାତ୍ର ପରିବାର ଲୋକ ବା ସ୍ଥାନୀୟ ଲୋକମାନଙ୍କ କହିବା କଥା ଏହା କୌଣସି ଆତ୍ମାର କାମ । କାରଣ ପୂର୍ବରୁ ସେହି ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସେହି ପିଲାଟିର ଅତୃପ୍ତ ଆତ୍ମଟି ଶାନ୍ତି ପାଇ ନଥିବାରୁ ସେ ଅନ୍ୟ ଛାତ୍ରୀ ର ଶରୀରରେ ପ୍ରବେଶ କରି ଏପରି ହଇରାଣ କରୁଥିବାର ସ୍ଥାନୀୟ ଲୋକମାନେ କହୁଛନ୍ତି । ବର୍ତ୍ତମାନ ପିଲାଟି ର ଶାରୀରିକ ଅବସ୍ଥା ଟିକିଏ ଖରାପ ରହିଛି , କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଏହି ଘଟଣାଟି ଘଟିବା ପରେ ସେଠାକୁ ଅନ୍ୟ ପିଲା ମାନେ ଯିବା ପାଇଁ ଭୟ କରୁଛନ୍ତି ।

ବିଶେଷ କରି ଦଶମ ଶ୍ରେଣୀର ଛାତ୍ରୀ ମାନେ ଏଥିରେ ବିଶେଷ ପ୍ରଭାବିତ ହେଉଛନ୍ତି । ସେମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି , ଯେଉଁଥି ପାଇଁ ସେମାନେ ସ୍କୁଲ ଯିବା ପାଇଁ ଭୟ କରୁଛନ୍ତି । ଛାତ୍ରୀଙ୍କର ଏପରି ଦୃଶ୍ୟ ଦେଖି ପିଲାମାନେ ଓ ଅବିଭାବକ ବା ଶିକ୍ଷୟିତ୍ରୀ ଚକିତ ହୋଇଯାଇଥିଲେ । ବର୍ତ୍ତମାନ ସମୟରେ ଛାତ୍ରୀଙ୍କର ଏପରି ଦୃଶ୍ୟ ଦେଖି ଡକ୍ଟର କହିଛନ୍ତି ଏହା ଏକ ପ୍ରକାର ମାନସିକ ବିକୃତି ହୋଇପାରେ କିମ୍ୱା ଅତ୍ୟଧିକ ଭୟରେ ଏଭଳି ସ୍ୱଭାବ କରୁଥାଇ ପାରନ୍ତି ବୋଲି କହିଛନ୍ତି । କିନ୍ତୁ ପରିବାର ଲୋକମାନେ ଏହାକୁ ବିଶ୍ୱାସ କରୁ ନାହାନ୍ତି , ଏହା କୌଣସି ଗୁଣି ଗାରେଡି ବୋଲି ଅନୁମାନ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.