Swastik Tv News Odisha

ନିଜ ଛୁଆ ପାଇଁ ସବୁ କିଛି କରିପାରେ ମା ,ପୁଅ କୁ ବଞ୍ଚାଇ ନାଗ ଦଂଶନରେ ମରିଗଲା ମା , ପୁରା ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

0

କୁହାଯାଏ କି ଭଗବାନ ଏହି ସଂସାରରେ ସମସ୍ତ ଙ୍କର ଦାୟିତ୍ୱ ବହନ କରିପାରିବେ ନାହିଁ ବୋଲି ମା ଙ୍କୁ ଏହି ସଂସାର ରେ ସୃଷ୍ଟି କରିଥିଲେ। ତେବେ ମମତାମୟୀ ମା , ସେଂହମୟୀ ତାର ହୃଦୟ ସେଇଥି ପାଇଁ କୁହାଯାଏ ଦୁନିଆଁ ର ସବୁଠାରୁ ସୁନ୍ଦର ହେଉଛି ମା ।ମା ତାକୁ କୁହାଯାଏ ଯିଏ ସବୁ ଦୁଖଃ କଷ୍ଟ ସହି ୯ ମାସ ନିଜ ଗର୍ଭରେ ଧାରଣ କରି ଆମକୁ ଦୁନିଆଁ ଦେଖାଇଥାଏ ଏବଂ ସାରା ଜୀବନ ତା ହୃଦୟ ରେ ସାଇତି ରଖିଥାଏ।

ତାର ପିଲା ଉପରେ କେବେବି କିଛି ସମସ୍ୟା ନ ଆସୁ ସେଇଥି ପାଇଁ ସବୁବେଳେ ତାକୁ ପଣତ କାନି ରେ ଘୋଡେଇ ରଖିଥାଏ। ଏବଂ ତାର ପିଲା ଉପରକୁ କୌଣସି ବିପଦ ଆସିଲେ ପ୍ରଥମେ ସେ ସେହି ବିପଦ କୁ ସାମ୍ନା କରେ ଏବଂ ସେଥିରେ ସେ ତାର ପିଲା କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲାଗିଥାଏ।

ତେବେ ଏହିପରି ଏକ ଘଟଣା ଘଟିଛି ଓଡ଼ିଶାର ଯାଜପୁର ଜିଲ୍ଲାରେ ଯେଉଁ ଠାରେ ଜଣେ ମା ତାର ପୁଅ ର ଜୀଵନ ବଞ୍ଚାଇବା କୁ ଯାଇ ନିଜେ ମୃତ୍ୟୁ ବରଣ କରିଛି। ଫଳରେ ଚାରିଆଡେ ଦୁଖଃ ର କାୟା ଖେଳିଯାଇଛି ।ତେବେ ଘଟଣା ଟି ବିଷୟରେ ଜାଣିଲେ ଆପଣ ମଧ୍ୟ ଦୁଃଖିତ ହେବେ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ଏକ ଗ୍ରାମରେ ଜଣେ ଯୁବତୀ ନିଜର ଛୋଟ ପୁଅ ର ଜୀଵନ ବଂଚିବା କୁ ଯାଇ ନାଗ ସାପ ର କାମୁଡ଼ାରେ ଗତ କାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରୁଛି। ଯାହାକି ପରିବାର ଲୋକଙ୍କୁ ତଥା ଗ୍ରାମର ସମସ୍ତ ବ୍ୟକ୍ତି ଙ୍କ ର ଆଖିରେ ଲୁହ ଆଣିଦେଇଛି ।

ତେବେ ଉଲ୍ଲେଖଯୋଗ୍ୟ ଯେ, ସେହି ଯୁବତୀ ଜଣଙ୍କ ହେଉଛନ୍ତି ପ୍ରିୟଦର୍ଶନୀ ।ତେବେ ଗତ କାଲି ସନ୍ଧ୍ୟା ରେ ତାଙ୍କର ୨ ବର୍ଷର ପୁଅ ଘର ମଧ୍ୟରେ ସୋଇଥିବା ବେଳେ ତା ପାଖକୁ ଗୋଟିଏ ୩ ଫୁଟ ଲମ୍ବ ର ନାଗ ସାପ ଆସୁଥିଲା। ତେବେ କଲେ ସେ ତାର ପୁଅ କୁ କାମୁଡ଼ି ଦେବ ସେଥିପାଈଁ ସେ ସାପ ଟିର ଲାଞ୍ଜ କୁ ଧରି ଟାଣି ଦେଇଥିଲା।

ତେବେ ପିଲା ଟିର ବହୁତ ବଡ଼ ବିପଦ ରୁ ବଂଚିଗଲା କିନ୍ତୁ ସାପ ଟି ପ୍ରିୟଦର୍ଶନୀ ଙ୍କର ହାତକୁ କାମୁଡି ଦେଇଥିଲା। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଯାଜପୁର ହସ୍ପିଟାଲ କୁ ଆଣିବା ବ୍ୟବସ୍ଥା କରାଯାଇ ଥିଲା ମାତ୍ର ହସ୍ପିଟାଲ ଯିବା ରାସ୍ତାରେ ସେ ମୃତ୍ୟୁ ବରଣ କରିଥିଲେ। ତେବେ ହସ୍ପିଟାଲର ଡାକ୍ତର ମଧ୍ୟ ପ୍ରିୟଦର୍ଶନୀ ଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।ତେବେ ଏନେଇ ସାରା ଅଞ୍ଚଳରେ ଦୁଃଖର ସାୟା ଖେଳିଯାଇଛି ।

ତେବେ ସବୁଠାରୁ ଦୁଃଖ ର ବିଷୟ ଏହା ଥିଲା କି, ପ୍ରିୟଦର୍ଶନୀ ୨୦୧୯ ମସିହାରେ ବିବାହ କରିଥିଲେ ଏବଂ ୨୦୨୦ ମସିହାରେ ସେ ଏକ ପୁତ୍ର ସଂତାନ କୁ ଜନ୍ମ ଦେଇଥିଲେ ଏବଂ ଆଜି ସେହି ପୁଅ ର ଜୀଵନ ବଞ୍ଚିବାକୁ ଯାଇ ନିଜ ଜୀବନ କୁ ବଳି ଦେଇଛନ୍ତି ପ୍ରିୟଦର୍ଶନୀ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.