Swastik Tv News Odisha

ଏମିତି ବି ମୃତ୍ୟୁ ଆସେ ମୃତ୍ୟୁ ! ଆଖି ପିଚୁଳାକେ ଚାଲିଗଲା ଯୁବକଙ୍କ ଜୀବନ ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ…ଦେଖନ୍ତୁ ଭିଡ଼ିଓ

0

ହେ ଭଗବାନ ଏମିତି ବି ଆସେ ମୃତ୍ୟୁ , ଆଖି ପୁଚୁଳାକେ ଚାଲିଗଲା ଯୁବକଙ୍କ ଜୀବନ । ଦୁର୍ଘଟଣାର ଲାଇଭ ଭିଡିଓ ସିସିଟିଭିରେ ଏକଦ ହୋଇଛି , ଯାହାକି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଗୂରି ବୁଲୁଛି । ଥରେ ନଜର ପକାନ୍ତୁ ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓକୁ , କେଉଁଭଳି ଭାବରେ ଏକ ଟ୍ରକ ପେଟ୍ରୋଲ ପମ୍ପ ସାମ୍ନାରେ ଗାଡିଟିକୁ ଅଟକାଇ ରଖିଛି । କିଛି ସେକେଣ୍ଡ ପରେ ସେହି ଟ୍ରକଟି ଆଗକୁ ବଢୁଛି । ଠିକ୍ ଏହି ସମୟରେ ଗୋଟିଏ ବାଇକ ଦ୍ରୁତ ଗତିରେ ଆସି ଟ୍ରକକୁ ପଛ ପଟୁ ଧକ୍କା ଦେଇଛି । ଏହାପରେ ଦରୁର୍ଘଟଣା ଗ୍ରସ୍ତ ବାଇକ ଚାଳକ ଓ ତାଙ୍କ ବନ୍ଧୁ ତଳେ ଛିଟକି ହୋଇ ପଡିଛନ୍ତି ।

ଏହି ଦୁର୍ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗା ଥାନା ଅନ୍ତର୍ଗତ ଜଟାବାଲା ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାରେ । ଘଟଣା ଘଟିଛି ଗତ 29 ତାରିଖ ରାତ୍ରୀ ସମୟରେ । ଏକ ଚାଉଳ ବୁଝେଇ ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି , ବାଇକ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଭର୍ତି ହୋଇଛନ୍ତି । ମୃତକ ଜଣକ ହେଲେ ପିପଲଗଡା ଗ୍ରାମର ସାମ ବତରା , ସୂଚନା ଅନୁଯାୟୀ ପିପଲଗଡା ଗ୍ରାମର ଦୁଇ ବନ୍ଧୁ ଜଟାବଲା ଗ୍ରାମରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି ।

ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ଡାବ ଗାଁ ପୋଲିସ ତଦନ୍ତ କରୁଛି । ତେବେ ଆପଣ ମାନେ ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖି ପାରୁଥିବେ ସାମାନ୍ୟ ଟିକିଏ ଭୁଲ ପାଇଁ ନିଜକୁ ମୃତ୍ୟୁ ର ସାମ୍ନା କରିବାକୁ ପଡୁଛି । ସେଥିପାଇଁ ଆପଣ ମାନଙ୍କୁ ପ୍ରତିଟି ମୂହୁର୍ତ୍ତରେ ସତର୍କତା ର ସହିତ ଚଳିବା ଉଚିତ । କାରଣ ସାମାନ୍ୟ ଟିକିଏ ଭୁଲ ପାଇଁ ନିଜର ମୂଲ୍ୟବାନ ଜୀବନକୁ ହରେଇବାକୁ ପଡୁଛି । ବର୍ତ୍ତମାନର ସମୟରେ ଅଧିକ ମାତ୍ରାରେ ଦୁର୍ଘଟଣା ଘଟୁଛି ।

ଗାଡି ଚଳାଉଥିବା ସମୟରେ ସାମାନ୍ୟ ଅନ୍ୟମନସ୍କ ହେବା କିମ୍ୱା ଅଧିକ ବେଗରେ ଗାଡି ଚଲାଇବା ଦ୍ୱାରା ଦର୍ଘଟଣା ଘଟିଥାଏ । ସେଥିପାଇଁ ସର୍ବଦା ଗାଡି ଚଲାଉଥିବା ସମୟରେ ସତର୍କତା ଅବଲମ୍ୱନ କରିବା ଉଚିତ । ତେବେ ଯାଇ ଆପଣ ମାନେ ନିଜକୁ ସୁରକ୍ଷିତ ମନେ କରିବା ସହିତ ଦୁର୍ଘଟଣାରୁ ମଧ୍ୟ ରକ୍ଷା ପାଇପାରିବେ । ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ଗାଡି ଚାଳକ ଜଣକ ନିଜର ଭାରସାମ୍ୟ ହରାଇ ଟ୍ରକରେ ପିଟି ହୋଇ ମୃତ୍ୟୁ ବରଣ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.