Swastik Tv News Odisha

ଶୀଳ ବଟା ବିକୁ ଥିବା ମହିଳା ହେଲେ Sub-inspector, କଷ୍ଟ ଦୁଃଖ ସହ ଲଢେଇ କରି ଲକ୍ଷ ପଥ କରିଲେ ହାସଲ, ସେୟାର କରିଲେ ନିଜ ଦୁଃଖ କାହାଣୀ

0

ମଣିଷ ଜୀବନରେ ଅନେକ ଗୁଡିଏ ବାଧାବିଘ୍ନ ଆସିଥାଏ , ଯାହା ଆମ ସଫଳତା କ୍ଷେତ୍ରର ବାଧକ ସାଜିଥାଏ । ଚଲାପଥରେ ଅନେକ ଦୁଃଖ କଷ୍ଟ ଆସିଥାଏ କିନ୍ତୁ ଯେଉଁ ବ୍ୟକ୍ତି ସେହି ଦୁଃଖ କଷ୍ଟକୁ ସହ୍ୟ କରି ନିଜର ଚଲାପଥକୁ ଆଗକୁ ନେଇଥାଏ । ସେହି ବ୍ୟକ୍ତି ହିଁ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସଫଳ ହୋଇଥାଏ , ମଣିଷ ଜୀବନରେ ସଂଘର୍ଷ ହିଁ ମୂଳ ହୋଇଥାଏ । କୁହାଯାଏ ଯେଉଁଠି ସଂଘର୍ଷ ରହିଛି ସେଇଠାରେ ହିଁ ପ୍ରକୃତ ଖୁସୀ ଲୁଚି ରହିଥାଏ । ବିନା ସଂଘର୍ଷରେ କୌଣସି ଜିନିଷ ହାସଲ କରିବା ବହୁତ କଷ୍ଟକର ହୋଇଥାଏ । ତେଣୁ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷ କରି ଜାଣିବା ଉଚିତ ।

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କିଛି କରିବାର ସଂକଳ୍ପ ରହିବା ଉଚିତ୍ , ତେବେ ଯାଇ କୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ସହଜ ହୋଇଥାଏ । ଆପଣ ମାନେ ପ୍ରତିଦିନ କିଛି କିଛି ପ୍ରେରଣାଦାୟକ ଭିଡିଓ ସୋସିଆଲ ମିଡିଆରେ ଦେଖିପାରୁଥିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ମହିଳାଙ୍କ ବିଷୟରେ ଜଣେଇବୁ , ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋସିଆଲ ମଡିଆରେ ଜଣେ ସଂଘର୍ଷକାରୀ ମହିଳାଙ୍କ ସଂଘର୍ଷ ଓ ସାହାସର କାହାଣୀ ବିଷୟରେ ସେୟାର କରାଯାଇଛି । ବର୍ତ୍ତମାନ ସମୟରେ ଜଣେ ସବ୍ ଇନ୍ସପେକ୍ଟର ପଦ୍ମଶିଲା ତିରୁପଡେ ଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି । ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ମହାରାଷ୍ଟ୍ର ର ଭଣ୍ଡାରର ପଦ୍ମଶିଲା ତିରୁପେଡ ଏକ ଉଦାହରଣ ସାଜିଛନ୍ତି । ସୂଚନାଅନୁସାରେ ପଥର ବଟା ବିକ୍ରି କରୁଥିବା ପଦ୍ମଶିଲା ନିଜର କଠିନ ପରିଶ୍ରମ ବଳରେ ସେ ଏମ.ପି.ଏ.ସି ପାସ୍ କରି ପୋଲିସ ସବ୍ ଇନ୍ସପେକ୍ଟର ହୋଇପାରିଛନ୍ତି । ଏ ସମ୍ପର୍କରେ ଆଇ.ପି. ଏସ୍ ଦୀପାନସୁ ଟ୍ୱିଟ୍ କରି ଲେଖିଛନ୍ତି ଯେ ତାଙ୍କ ସଂଘର୍ଷରେ ତାଙ୍କ ସ୍ୱାମୀଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି ।

ଆର୍ଥିକ ସମସ୍ୟା ଲାଗି ରହିଥିବାରୁ ସେ ତାଙ୍କ ସ୍ୱାମୀ ସହିତ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ସ୍ୱାମୀ ମଧ୍ୟ ନିଷ୍ପତ୍ତି ନେଇଥିଲେ ଯେ ଯେତେ କଷ୍ଟ ଅସୁବିଧା ହେଲେ ମଧ୍ୟ ପତ୍ନୀଙ୍କର ଅଧ୍ୟୟନ ସମାପ୍ତ କରିବାରେ ସାହାର୍ଯ୍ୟ କରିବେ । ଶୀଳବଟା ଓ ଫଳ ବିକ୍ରି କରୁଥିବା ପଦ୍ମଶିଲା ନିଜର ସମସ୍ତ ପଢା କାର୍ଯ୍ୟ ସମାପ୍ତ କରି ଆଜି ପୋଲିସ୍ ରେ ଡେପୁଟି ଇନ୍ସପେକ୍ଟର ହୋଇ ପାରିଛନ୍ତି ।

ଏ ସବୁ କେବଳ ସମ୍ଭବ ହୋଇପାରିଛି ତାଙ୍କର କଠିନ ଅଧ୍ୟବସାୟ ବଳରେ , ଯାହାକି ସେ ଆଜି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି । ଏହା ସମସ୍ତ ପିଲା ମାନଙ୍କ ପାଇଁ ଏକ ଉଦାହରଣ ସାଜିଛି , ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଲକ୍ଷ୍ୟ ସ୍ଥିର କରିବା ଉଚିତ । ସେହି ଲକ୍ଷ୍ୟକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.