Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ (Namita Agrawal) ତାଙ୍କ ଦୁଇ ପୁଅଙ୍କ ସହ ଡ୍ୟାନ୍ସ କରୁଥିବା ଭିଡିଓ ଯାହାକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ପାଇଁ ମିଳୁଛି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଆଧୁନିକ ବା ଚଳଚ୍ଚିତ୍ର ଗୀତ ସୁପର ହିଟ ହେବା ପଛରେ କଣ୍ଠଶିଳ୍ପୀ ମାନଙ୍କର ହାତ ରହିଥାଏ। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗୀତ ଗାଇବା ସହ ତାଙ୍କ ଦୁଇ ପୁଅଙ୍କ ସହ ନାଚୁଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଖୁସିର କଥା ଅଟେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ଓଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ନମିତା ଅଗ୍ରୱାଲ ବା ନିବେଦିତାଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ କଟକର ତୁଳସୀ ପୁର ଠାରେ ଜାନୁୟାରୀ ୧ ତାରିଖ ଦିନ ୧୯୬୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଗୀତ ଗାଇବା ଶୈଳୀ ନିଆରା ପ୍ରକାରର ଅଟେ। ସେ ସବୁବେଳେ ତାଙ୍କ ସୁମଧୁର କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ଗାଇ ଥାଆନ୍ତି। ସେ ଅନେକ ଗୁଡିଏ ଭଜନ,ଆଲବମ ଓ ଚଳଚ୍ଚିତ୍ରରେ ଗୀତ ଗାଇ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ଗୀତ ଗୁଡିକ ସବୁ ହୃଦୟ ସ୍ପର୍ଶୀ ଓ ମନ ଛୁଆଁ ହୋଇଥାଏ। ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଗୀତ ସବୁକୁ ପସନ୍ଦ କରିବା ସହିତ ଲୋକ ମାନେ ତାଙ୍କୁ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରି ଥାଆନ୍ତି।

ସେ ସାର୍ଥକ ମ୍ୟୁଜିକ କମ୍ପାନୀର ମାଲିକ ସିତରାମ ଅଗ୍ରୱାଲଙ୍କୁ ୧୯୯୨ ମସିହାରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କର ଦୁଇ ଯାଆଁଳା ପୁଅ ଜନ୍ମ ହୋଇଥିଲେ, ସାର୍ଥକ ଅଗ୍ରୱାଲ ଓ ସିଦ୍ଧାର୍ଥ ଅଗ୍ରୱାଲ ନାମରେ ପରିଚିତ ଅଟନ୍ତି। ସେ ଗୀତ ଦୁଇ ପୁଅଙ୍କ ସହ ନାଚୁ ଥିବାର ନଜର ଆସୁଛି। ତାଙ୍କର ଏହି ନାଚ ଦେଖି ତାଙ୍କ ଫ୍ୟାନ ମାନେ ବହୁତ ଖୁସି ହେବା ସହ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.