Swastik Tv News Odisha

ମୋବାଇଲ ରୁ ମୋବାଇଲ ବୁଲିଲା ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ଦେଖିଲେ ମା ସହି ପାରିଲେ ନାହିଁ ଝୁଲି ପଡିଲେ…ଦେଖନ୍ତୁ ଭିଡ଼ିଓ

0

କୌଣସି ବି ମା ନିଜ ଝିଅର ଭାଇରାଲ ହେଉଥିବା ନଗ୍ନ ଫୋଟ ଦେଖି କେବେ କୌଣସି ମା ସହି ପାରିବ କି । ମାର ମନ ଭୟରେ ଥରି ଉଠିବ , ଏମିତି ଚିତ୍ର ଦେଖିବା ପରେ । ସେ କଣ କରିବ ତା ମୁଣ୍ଡକୁ କିଛି ବୁଦ୍ଧି ଜୁଟିବ ନାହିଁ , ଦୁଃଖ , ରାଗ କୋହକୁ ସମ୍ଭାଳି ବଞ୍ଚିବ କି ମରିବ ତାହା କଳ୍ପନା କରିବା ବି କଷ୍ଟକର । ହୁଏତ ସେ ନିଜର ବିଝିବାର ଶକ୍ତି ହରାଇ ବସିବ , ଆଉ ଠିକ ସେୟାହିଁ ଘଟିଛି ଏହି ମା ଙ୍କ କ୍ଷେତ୍ରରେ । ସୋସିଆଲ ମିଡିଆରେ ନିଜ ଝିଅର ନଗ୍ନ ଭିଡିଓ ଓ ଫୋଟ ଭାଇରାଲ ହୋଇଥିବା ଦେଖି ଆତ୍ମହତ୍ୟା କରିଦେଇଛନ୍ତି ମା ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ବାଣପୁର ଅଞ୍ଚଳରେ , ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ବଉଳାଙ୍ଗ ଅଞ୍ଚଳର ଶୁଭଙ୍କର ଦଳେଇଁ ଏବଂ ଜୟଦେବ ଦଳେଇଁ । ମିଳିଥିବା ଖବର ଅନୁଯାୟୀ ଶୁଭଙ୍କର ବାଣପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କର ନଗ୍ନ ଫୋଟ ଓ ଭିଡିଓକୁ ସଂଗ୍ରହ କରିଥିଲା । ପରେ ଏହାକୁ ସୋସିଆଲ ମିଡିଆରେ ଛାଡି ଦେଇଥିଲା , ଏହି କାର୍ଯ୍ୟରେ ଶୁଭଙ୍କର ର ଭାଇ ଜୟଦେବ ମଧ୍ୟ ତାଙ୍କୁ ସହଯୋଗ କରିଥିଲା ।

ଘଟଣା ଜଣା ପଡିବା ପରେ ଯୁବତୀ ଙ୍କ ମା ଗତକାଲି ଆତ୍ମହତ୍ୟା କରି ଦେଇଛନ୍ତି । ପୋଲିସ ଶବକୁ ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି , ଆଜି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ପରି ଭାବରେ ଗୋଟିଏ ପରେ ଗୋଟିଏ ଘଟଣା ଆମ ଆଖି ସାମ୍ନାକୁ ଅସୁଛି , କେଉଁଠି ନିଜେ ଝିଅ ଆତ୍ମହତ୍ୟା କରୁଛି ତ ଆଉ କେଉଁଠି ମା । କିନ୍ତୁ ଏହିଭଳି ଘଟଣାରେ ଅଭିଯୁକ୍ତଙ୍କୁ କିଭଳି ଶାସ୍ତି ମିଳିବା ଆବଶ୍ୟକ ତାହା ଆପଣ ମାନେ ହିଁ ଚିନ୍ତା କରନ୍ତୁ । ସମାଜରେ ଏହିପରି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି , ପୋଲିସ ପ୍ରଶାସନ ଏ ନେଇ ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

ତେବେ ଯାଇ ଅଭିଯୁକ୍ତ ମାନେ ଏପରି ଘୂନ୍ୟ କାର୍ଯ୍ୟ କରିବାକୁ ଭୟଭୀତ କରିବେ , ନଚେତ୍ ଏହିପରି ଅନେକ ନିରୀହ ଝିଅ ଓ ମା ଙ୍କର ଜୀବନ ଯିବା ନିଶ୍ଚିନ୍ତ । ତେଣୁ ପ୍ରତ୍ୟେକ ଝିଅ ବା ମହିଳା ମନେ ସତର୍କ ହୁଅନ୍ତୁ ଏବଂ ଏପରି ଘୂନ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ ଉପଯୁକ୍ତ ଶାସ୍ତି ଦିଅନ୍ତୁ । ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ହେଲେ ନିଜକୁ ହିଁ ଟାଣ କରିବା ପାଇଁ ପଡିବ ଏବଂ ଭୁଲ ଠିକ୍ ର ପଥ ବାଛିବା ପାଇଁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.