Swastik Tv News Odisha

୫୫୦ ବର୍ଷର ମୃତ ଶରୀର ଏବେ ବି ଜୀବନ୍ତ , ବଢୁଛି ନଖ , ବଢୁଛି କେଶ, ଦେଖନ୍ତୁ ଭୟାନକ ସତ୍ୟ

0

550 ବର୍ଷର ମଣିଷ ଜୀବନ୍ତ , ଏବେବି ବସିଛନ୍ତି ଧ୍ୟାନ ମୁଦ୍ରାରେ , ବଢୁଛି କେଶ ବଢୁଛି ନଖ । ଏହା ଏମିତି ଏକ ଦାବି ଯାହାକୁ ବିଶ୍ୱାସ କରିବା କଷ୍ଟ , ଏହା ଏମିତି ଏକ ରହସ୍ୟ ଯାହାକୁ ଭେଦ କରିବା କଷ୍ଟ । କିନ୍ତୁ ପାରିପାଶ୍ୱିକ ପରିସ୍ଥିତି ଯାହା କହୁଛି , ବିଶ୍ୱାସ କରି ରହି ହେବ ନାହିଁ । ଘଟଣାଟି ହେଉଛି ହିମାଚଳ ପ୍ରଦେଶର , ରାମପୁର ଠାରୁ ପାହାଡିଆ ରାସ୍ତାରେ କିଛି ଦୂର ଅତିକ୍ରମ କରିବା ପରେ ହିମାଳୟ ପର୍ବତର କୋଳ ରେ ଲାହୋର ସ୍ଥିତି ଘାଟି । ଆଉ ଏହି ଘାଟି ପାଖରେ ରହିଛି କିଉ ଗାଁ , ଏହି ଗାଁରେ ରହିଛି ଏକ ବୌଦ୍ଧ ମଠ । ସମୁଦ୍ର ପତ୍ତନ ଠାରୁ 13 ହଜାର 5 ଶହ ଫୁଟ ଉଚ୍ଚରେ ଥିବା ଏହି ମଠରେ ଏକ କୋଠରୀ ଭିତରେ ରହିଛି ଏକ କାଚ ବାକ୍ସ ।

ଆଉ ଏହି କାଚ ବାକ୍ସ ଭିତରେ ରହିଛି 500 ବର୍ଷ ତଳର ଜଣେ ବୈଦ୍ଦ ଭିକ୍ଷୁକଙ୍କ ମୃତ ଶରୀରର । ଇଜିପ୍ଟ ବା ମିଶରରେ ମୃତ ବ୍ୟକ୍ତିଙ୍କ ଶରୀରକୁ ଏକ ରାସାୟନିକ ପଦାର୍ଥ ଭଳି ସଂଗ୍ରହିତ କରାଯାଇଥାଏ । କିନ୍ତୁ ଏଠାରେ ଥିବା ବୈଦ୍ଧ ଲାମାଙ୍କ ଶରୀରରେ କୌଣସି ରାସାୟନିକ ପଦାର୍ଥ ପ୍ରଲେପ ଦିଆଯାଇ ନାହିଁ କିମ୍ୱା ଏହି ଶରୀର ଶୋଇଥିବା ଅବସ୍ଥାରେ ନାହିଁ । ଦୀର୍ଘ ଶାଢେ ପାଞ୍ଚଶହ ବର୍ଷ ହେବ ଏକ ସ୍ୱତନ୍ତ୍ର ଧ୍ୟାନ ମୁଦ୍ରାରେ ବସି ରହିଛନ୍ତି ଏହି ବୈଦ୍ଧ ଭିକ୍ଷୁ , ଯାହାଙ୍କୁ ଜୀବନ୍ତ ବୋଲି ଦାବି କରାଯାଇଛି । ଯେଉଁମାନେ ବି ଏହି ବୈଦ୍ଧ ମଠକୁ ଆସିଛନ୍ତି ସମସ୍ତଙ୍କର ଏହି ଗୋଟିଏ ଅନୁଭବ ହୋଇଛି ।

କୁହାଯାଉଛି ଯେ ଆଇଟିବିପି ଯବାନ ମାନଙ୍କର ଖୋନନ ବେଳେ ଏକ ମୃତ ଶରୀର ମିଳିଥିଲା । ଏକ ଭୂକମ୍ପ ଯୋଗୁଁ ଏହି ମୃତ ଶରୀରଟି ମାଟିରେ ପୋତି ହୋଇ ଯାଇଥିଲା , କିନ୍ତୁ ଖୋଳିବା ସମୟରେ ସେଥିରୁ ରକ୍ତ ବାହାରିଥିଲା । ପରେ ସେମାନେ ଏହି ସ୍ଥାନରେ ଏହି ଶରୀରଟିକୁ ସ୍ଥାପନ କରିଥିଲେ , ଗାଁ ଲୋକଙ୍କ କହିବା କଥା ବହୁ ବର୍ଷ ତଳେ ସେଠାରେ ରହୁଥିବା ଜଣେ ଲାମା ବା ବୌଦ୍ଧ ଭିକ୍ଷୁକଙ୍କର । ଯାହାଙ୍କ ନା ଥିଲା ସାହ୍ନା ତେଞ୍ଜିଙ୍ଗ , 550 ବର୍ଷ ତଳେ ଏହି ବୌଦ୍ଧ ଭିକ୍ଷୁ ଜଣକ 45 ବର୍ଷ ତଳେ ସମାଧି ନେଇଥିଲେ ।

ଦୀର୍ଘ 4 ବର୍ଷର ସାଧନା ପରେ ତେଞ୍ଜିଙ୍ଗ ଶରୀରରୁ ବାହାରି ଯାଇଥିଲା ପ୍ରାଣ , କିନ୍ତୁ ପ୍ରାଣ ନଥିଲେ ମଧ୍ୟ ତାଙ୍କ ଶରୀର ସେହିପରି ଧ୍ୟାନ ମୁଦ୍ରାରେ ଥିଲା । ତାଙ୍କର ଗୋଟିଏ ଆଖି ଖୋଲା ରହିଛି , ତାଙ୍କ ଶରୀରରେ ଏବେ ମଧ୍ୟ ନଖ ଓ କେଶ ରହିଛି । ଏହି କେଶ ଓ ନଖ ବଢିଥିବା ନେଇ ସ୍ଥାନୀୟ ଲୋକ ଦାବି କରନ୍ତି , ଶରୀରର ମୁହଁରେ ଦାନ୍ତ ରହିଥିବା ମଧ୍ୟ ଆପଣ ମାନେ ଦେଖି ପାରୁଥିବେ । ତେଞ୍ଜିଙ୍ଗ ଙ୍କ ଶରୀର ପାଇବା ପରେ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି , କାରଣ ବିନା ରାସାୟନିକ ପ୍ରଲେପରେ ଜଣେ 550 ବର୍ଷର ମନୁଷ୍ୟ ଶରୀର କିପରି ସୁରକ୍ଷିତ ରହି ପାରିବ । ଏଠାକୁ ବହୁ ଦୂରରୁ ଲୋକମାନେ ତେଞ୍ଜିଙ୍ଗଙ୍କ ମୂର୍ତ୍ତି ଦର୍ଶନ କରିବା ପାଇଁ ଆସିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.