Swastik Tv News Odisha

ଅଜବ ଲାଗିଲେ ବି କଥାଟି ସତ ! ସ୍ୱାମୀଙ୍କୁ ଚାକିରୀ କରିଦେବେ କହି 6 ବର୍ଷ ହେଲା ଲ୍ୟାବ ମାଲିକ ରଖିଥିଲେ ଶାରୀରିକ ସମ୍ପର୍କ , ଆଉ ତା ପରେ…ଦେଖନ୍ତୁ ଭିଡ଼ିଓ

0

ସ୍ୱାମୀ ଓ ଝିଅକୁ ଜୀବନରୁ ମାରିଦେବି କହି 6 ବର୍ଷ ହେଲା ରଖୁଥିଲେ ଶାରୀରିକ ସମ୍ପର୍କ , ସୈତାନ ସବାର ଥିଲା ଲ୍ୟାବ ମାଲିକଙ୍କ ମୁଣ୍ଡରେ । ଅଜବ ଲାଗିଲେ ବି କଥାଟି ସତ , ମହିଳାଙ୍କ ସ୍ୱାମୀଙ୍କୁ ଚାକିରୀ ଦେବେ କହି ମହିଳାଙ୍କ ସହ ରଖୁଥିଲେ ସମ୍ପର୍କ । ନିଜ ଲ୍ୟାବକୁ ନେଇ କରୁଥିଲେ ଦୁଷ୍କର୍ମ , 6 ବର୍ଷ ହେବ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି କଟକର ଏହି ମହିଳା । କଟକର ଜଣାଶୁଣା ଲ୍ୟାବ ଆଡ ଏନେକ୍ସ ମାଲିକ ବସନ୍ତ କୁମାର ବଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ମାଲଗୁଦାମ ଥାନାରେ ଏହି ମହିଳା । ବସନ୍ତ ବଳ ନିଜ ଇଚ୍ଛାରେ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା କହିଛନ୍ତି ମହିଳା ।

ମନା କଲେ ସ୍ୱାମୀ ଓ ଝିଅଙ୍କୁ ମାରିଦେବେ ବୋଲି ଧମକ ଦେଉଥିଲେ ବସନ୍ତ ବଳ , ପଇସାବାଲା ବଡ ଲୋକ କାଳେ ସକରେ ସ୍ୱାମୀଙ୍କୁ ଓ ଝିଅକୁ ମର୍ଡର କରିଦେବେ ସେହି ଭୟରେ 6 ବର୍ଷ ହେଲା ବସନ୍ତ ବଳଙ୍କ ସବୁକଥା ମାନି ନେଉଥିଲେ ବୋଲି ଗଣମାଧ୍ୟମ ଆଗରେ ନିଜେ କହିଛନ୍ତି ଏହି ମହିଳା ଜାଣକ । ବସନ୍ତଙ୍କ ଦ୍ୱାରା ନିର୍ଯାତନା ଏତେ ବଢିଥିଲା ଯେ ଶେଷରେ ମହିଳା ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । 17 ତାରିଖରେ କଲେଜ ଛକ ଆଡ ଆନେକ୍ସ ଲ୍ୟାବ ରେ ଯାହା ଘଟିଲା ଆଉ ସହ୍ୟ କରି ପରିଲେ ନାହିଁ ମହିଳା ଜଣକ । ବସନ୍ତ କୁମାର ବଳ ପୂର୍ବକ ଦୁଷ୍କର୍ମ କରିବା ନେଇ ଅଭିଯୋଗ ଆଣିଛନ୍ତି ମହିଳା ।

ତେବେ ବସନ୍ତ ପାରଦ୍ୱୀପରେ ଏକ ହତ୍ୟା ଘଟଣାରେ ସଂପୃକ୍ତ ଥିବା ବି ଅଭ୍ଯୋଗ ହୋଇଛି । ବସନ୍ତ କୁମାର ମହିଳାଙ୍କୁ କେବଳ କଟକରେ ନିର୍ଯାତନା ଦେଉଥିଲେ ତାହା ନୁହଁ , ଲୋକ ପଠେଇ ଡାକି ନେଉଥିଲେ ବିଭିନ୍ନ ଯାଗାକୁ । ଶାରୀରିକ ସମ୍ପର୍କ ରଖି ଧମକ୍ ଦେଇ ଛାଡି ଦେଉଥଲେ , 6 ବର୍ଷ ଧରି ଭୟ ଭିତରେ ବଞ୍ଚୁଥିଲେ ମହିଲା ଜଣକ । ନା ତାଙ୍କ ସ୍ୱାମୀଙ୍କୁ ଚାକିରୀ ମିଳିଲା , ନା ହିଁ ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଆଗଲା । କେମିତି ଏବଂ କେଉଁଠୁ ଆରମ୍ଭ ହେଲା ଆପଣ ମାନେ ନିଜେ ହିଁ ଶୁଣି ନିଅନ୍ତୁ ମହିଳାଙ୍କ ଠାରୁ । ମହିଳା ଜଣକ କହିଛନ୍ତି ପ୍ରତ୍ୟେକ ଦିନ ଅଲଗା ଅଲଗା ଲୋକଙ୍କୁ ପଠାଇଥାନ୍ତି ତାଙ୍କୁ ନେବା ପାଇଁ ।

ଏହାଛଡା ସେ ତାଙ୍କୁ ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ ନିର୍ଯାତନା ଦେଇଛନ୍ତି ଏବଂ ତାଙ୍କୁ ଚାପୁଡା ଏବଂ ଗୋଇଠା ମଧ୍ୟ ମାରିଛନ୍ତି । ଏହି ସବୁ କଥା ଅନ୍ୟ ଆଗରେ ପ୍ରକାଶ କଲେ ସେ ତାଙ୍କ ସ୍ୱାମୀ ଓ ଝିଅକୁ ମର୍ଡର କରିବେ ବୋଲି ଧମକ୍ ମଧ୍ୟ ଦେଇଛନ୍ତି । ତେଣୁ ସେ କଷ୍ଟ ସହ୍ୟ ନକରି ପାରି ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.